ଆଜିର ଖବର..
୧-ରଥଯାତ୍ରା ନୀତି ନିର୍ଘଣ୍ଟ: ଭୋର ୬ଟାରୁ ମଙ୍ଗଳ ଆଳତି, ସକାଳ ୯ଟା ୩୦ରୁ ପହଣ୍ଡି ଆରମ୍ଭ,୨ଟାରେ ଛେରାପହଁରା,ଅପରାହ୍ନ ୪ଟାରେ ରଥଟଣା ଆରମ୍ଭ।
୨-ରଥଯାତ୍ରା ପାଇଁ ପୁରୀରେ କଡ଼ା ଟ୍ରାଫିକ୍ ବ୍ୟବସ୍ଥା: ୩୦ଟି ସ୍ଥାନରେ ପାର୍କିଂ, ସୁରକ୍ଷା ପାଇଁ ରହିବ ଡ୍ରୋନ୍ ଓ AI ନଜର।
୩-ରଥ ଉପରେ ଅନଧିକୃତ ପ୍ରବେଶ ଓ ମୋବାଇଲ ବ୍ୟବହାର ସଂପୂର୍ଣ୍ଣ ମନା;ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।
୪-ଭୁବନେଶ୍ୱର:ସିଏମଓରୁ ଫାଇଲ୍ ଗାଏବ ଘଟଣା; ଦୁଇ ଆଇଏଏସ୍ ଅଧିକାରୀଙ୍କୁ କମିଶନରେଟ୍ ପୋଲିସର ସମନ୍ ଜାରି।
୫-ସଙ୍ଗୀତ କାର୍ଯ୍ୟକ୍ରମର ଗ୍ରାଣ୍ଡ ଫିନାଲେରେ ପହଞ୍ଚିଲେ ଜ୍ୟୋତିର୍ମୟୀ ନାୟକ, ‘କିଟ୍’ ଓ ‘କିସ୍’ କ୍ୟାମ୍ପସରେ ଦିଆଗଲା ଭବ୍ୟ ସ୍ୱାଗତ।
୬-ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ।ଆଜି ଦାନା ବାନ୍ଧିବ ଲଘୁଚାପ, ୧୭ ଯାଏଁ ପ୍ରବଳ ବର୍ଷା ସମ୍ଭାବନା।
୭-ଓଡ଼ିଶାକୁ କେନ୍ଦ୍ର କ୍ୟାବିନେଟର ବଡ଼ ଉପହାର; ୩,୯୦୭ କୋଟିର ୨ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁରୀ।
୮-ଶୃଙ୍ଖଳାଭଙ୍ଗ ଅଭିଯୋଗରେ ଶ୍ରୀମନ୍ଦିର ସେବାୟତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ; ରଶ୍ମି ରଞ୍ଜନ ଦତ୍ତ ମହାପାତ୍ରଙ୍କୁ ନିଲମ୍ବନ କଲା ପ୍ରଶାସନ।
୯-ବ୍ରହ୍ମପୁରରେ ଅଭାବନୀୟ ଘଟଣା: କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି, କଟକ ନେବା ବାଟରେ ମୃତ୍ୟୁ।
୧୦-ରାଜ୍ୟରେ ୩୩ ହଜାର ପୁଲିସ ପଦ ଖାଲି, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ୍ ତଲବ।
୧୧-କଟକ:୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିରିଝୁଲି ସର୍କଲର RI, ସୁଶାନ୍ତ ମଲ୍ଲିକ,ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତିନୋଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି।
୧୨-ଜଳ ପ୍ରକଳ୍ପରେ ବଡ଼ ସଫଳତା; ୧୬,୭୨୪ ଗାଁକୁ ପହଞ୍ଚିଲା ‘ହର ଘର ଜଳ’, ଅକ୍ଟୋବର ୨୦୨୬ ସୁଦ୍ଧା ବାକି ପ୍ରକଳ୍ପ ଶେଷ ହେବ।
୧୩-ବାଲେଶ୍ଵର,ରସାଳପୁର:ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ଲୁଟ୍, ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରି ବ୍ୟାଙ୍କ ମ୍ୟାନେଜର ଆହତ।
୧୪-ଆଟଲାଣ୍ଟା:ଫିଫା ଫୁଟବଲ ବିଶ୍ଵ କପ୍;ସ୍ପେନ ଓ ଆର୍ଜେଣ୍ଟିନା ମଧ୍ୟରେ ହେବ ଫାଇନାଲ ମୁକାବିଲା।
୧୫-କାର୍ଡିଫି:ଆଜି ଦ୍ବିତୀୟ ଦିନିକିଆ, ଇଂଲଣ୍ଡ ପାଇଁ ଶେଷ ସୁଯୋଗ।ସିରିଜ ବିଜୟ ଲକ୍ଷରେ ଭାରତ।
୧୬-ସୁପ୍ରିମକୋର୍ଟରେ ହଙ୍ଗାମା କରିଥିବା ଅଭିଯୁକ୍ତ ପ୍ରବଳ ପ୍ରତାପ ଗିରଫ, ବିଚାରପତିଙ୍କୁ କହିଥିଲା- ‘ଜୁଡିସିଆଲ୍ ସର୍ଭେଣ୍ଟ’।
୧୭-ରାମ ମନ୍ଦିର ଦାନ ଚୋରିମାମଲା, ଏସଆଇଟି ଜାଲରେ ଟିନ୍ନୁ ଯାଦବଙ୍କ ସହଯୋଗୀ, ୧୫ ହଜାର ବେତନରେ କିଣିଛନ୍ତି ୨୦ ସମ୍ପତ୍ତି।
୧୮-ଦେବଜିତ ସାଇକିଆ ହେଲେ ICC ପ୍ରଶାସନ ସମୀକ୍ଷା ସମିତି ମୁଖ୍ୟ, ମରିସସକୁ ୧୧୧ତମ ସଦସ୍ୟତା ମଞ୍ଜୁର।
୧୯-IRCTCର ନୂଆ ବିଟା ଓ୍ବେବସାଇଟ୍ ଲଞ୍ଚ୍, ୨୨ ବର୍ଷରେ ପରେ ହେଲା ବଡ଼ ପରିବର୍ତ୍ତନ; ଗୋଟିଏ ମିନିଟରେ ହୋଇପାରିବ ୧.୫ ଲକ୍ଷ ଟିକେଟ୍।
୨୦-୨୦୨୭ ଦିନିକିଆ ବିଶ୍ୱକପର ଫର୍ମାଟରେ ବଡ଼ ପରିବର୍ତ୍ତନ; ‘ସୁପର ସିରିଜ୍’ ଓ ‘ସୁପର-୭’କୁ ଆଇସିସିର ମଞ୍ଜୁରି
୨୧-US ମିଣ୍ଟ ତିଆରିକରିବ ଡୋନାଲ୍ଡ ଟ୍ରମ୍ପଙ୍କ ଛବି ଥିବା ଡଲାରର ଖାସ ମୁଦ୍ରା, ସ୍ୱାଧୀନତାର ୨୫୦ତମ ବାର୍ଷିକ ଅବସରରେ ହେବ ଜାରି।
୨୨-ମିଶାଇଲ୍ ମାଡ଼ରେ ଥରହର ମଧ୍ୟ ପ୍ରାଚ୍ୟ,ଇରାନ ଉପରେ ଦିନରେ ବି ବୋମାମାଡ।
