April 26, 2026
IMG-20251115-WA0041
Share

 

 

ଅଦ୍ୟ ତା.୧୫-୧୧-୨୦୨୫ରିଖ ଶନିବାର ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ଝିଲିମିଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଶିଶୁ ବାଟିକା ବିଭାଗର”ମାତୃ କର୍ମଶାଳା” ଅନୁଷ୍ଠିତ ହୋଇଯାଇଛି।ଏ ଅବସରରେ ଶ୍ରୀଯୁକ୍ତ ସକ୍ରାଜିତ ମେହେର (ସମାଜ ସେବୀ)ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ ସମସ୍ତଙ୍କ ଶୁଭ କାମନା କରି ମାତୃ ମଣ୍ଡଳୀକୁ ମାର୍ଗଦର୍ଶନଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ମକୁନ୍ଦ ମହାରଣା ସ୍ବାଗତ ଭାଷଣ ଓ ଅତିଥି ଅଧିକାରୀଙ୍କର ପରିଚୟ ପ୍ରଦାନ କରିଥିଲେ। ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପଧାନ କର୍ମଶାଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଶିଶୁ ଭଉଣୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ।କାର୍ଯ୍ୟକ୍ରମକୁ ଶ୍ରୀମାନ୍ ତାପସ ଭୋଇ ପରିଚାଳନା କରିଥିଲେ।ଶିଶୁ ବାଟିକା ପ୍ରମୁଖ ସୁଶ୍ରୀ କୁନ୍ତୀ ପ୍ରଧାନ, ଶ୍ରମତୀ ବାସନ୍ତୀ ସାହୁ ଓ ଶ୍ରୀମତୀ ମଞ୍ଜରୀ କର୍ଣ୍ଣ ବିଭିନ୍ନ କାଳାଂଶ ଗୁଡ଼ିକୁ ପରିଚାଳନା କରିଥିଲେ।ପରିଶେଷରେ ସୁଶ୍ରୀ ରଶ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ସମସ୍ତ ଗୁରୁମା ଗୁରୁଜୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା।(ସୁରେନ୍ଦ୍ର କଠାର,ବରଗଡ)