April 25, 2026
IMG-20251115-WA0052
Share

 

 

 

: ଅତାବିରା ବ୍ଲକ ଶିକ୍ଷା ଅଧୀନସ୍ଥ ଟାମ୍ପରସରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ଉପେନ୍ଦ୍ର କର୍ଣ୍ଣଙ୍କ( ୫୪) ଛନ୍ଦପାଲି ସ୍ଥିତ ବାସଭବନରେ ଅକାଳ ବିଯୋଗ ଘଟିଅଛି। ସେ ଜଣେ ଆଦର୍ଶ ଶିକ୍ଷକ, ମିଷ୍ଟଭାଷୀ, ଛାତ୍ରବତ୍ସଳ ଓ ସାହିତ୍ୟପ୍ରେମୀ ଥିଲେ। ଶିକ୍ଷକତା ଜୀବନରେ ବେସରକାରୀ ଭାବରେ ଲରମ୍ଭା, ଟାମ୍ପରସରା ଓ ପରେ ସରକାରୀ ଭାବରେ ସୋର୍ଣ୍ଣା, ବରାହମୁଣ୍ଡା ଓ ଟାମ୍ପରସରାରେ କାର୍ଯ୍ୟରତ ଥିଲେ। ଛାତ୍ର ଜୀବନରେ ଟାମ୍ପରସରା ମଧ୍ୟଇଂରାଜୀ ବିଦ୍ୟାଳୟର ସପ୍ତମ ବୋର୍ଡ ପରୀକ୍ଷାରେ ସମ୍ବଲପୁର ଜିଲ୍ଲାରୁ ପ୍ରଥମ ହୋଇ ମେଧା ବୃତ୍ତି ଲାଭ ସହିତ ଗଙ୍ଗାଧର ମେହେରଙ୍କ ତପସ୍ବିନୀ କାବ୍ୟକୁ ମୁଖସ୍ଥ କରି ଦେଇଥିଲେ। ତାଙ୍କର ଏକମାତ୍ର ପୁତ୍ର କୁନାଳ କର୍ଣ୍ଣ ମୁଖାଗ୍ନି ଦେଇଥିଲେ। ମୃତ୍ୟୁ ସମୟରେ ଝିଅ ଲିପସା କର୍ଣ୍ଣ , ତାଙ୍କର ପତ୍ନୀ , ପରିବାର ବର୍ଗ ସହ ଟାମ୍ପରସରା ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଂଚଳର ଶିକ୍ଷାବିତ ଉପସ୍ଥିତ ଥିଲେ। ପରେ ପ୍ରଧାନ ଶିକ୍ଷକ ମନୋହର ଦାଶଙ୍କ ସଭାପତିତ୍ବରେ ଏକ ସ୍ନୁତି ସଭା ଆଯୋଜନ କରାଯାଇ ନୀରବ ପ୍ରାର୍ଥନା କରାଯାଇଥିଲା । ଅକାଳ ବିଯୋଗରେ ଏକ ଶୋକର ବାତାବରଣ ସୃଷ୍ଟି ହୋଇଥିଲା।(ସୁରେନ୍ଦ୍ର କଠାର,ବରଗଡ)