ଅନୁଗୋଳ ଜିଲ୍ଲା ତାଳଚେର ରେଞ୍ଜ୍ ଏଫସିଆଇ ସେକ୍ସନ ଗଣ୍ଠିଗାଡ଼ିଆ ବିଟ ତୁଳସୀପାଳ ଗ୍ରାମରେ ଅସୁସ୍ଥ ହାତୀ ର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଛି।
ଅନୁଗୋଳ ଜିଲ୍ଲା ତାଳଚେର ରେଞ୍ଜ୍ ଏଫସିଆଇ ସେକ୍ସନ ଗଣ୍ଠିଗାଡ଼ିଆ ବିଟ ତୁଳସୀପାଳ ଗ୍ରାମରେ ଅସୁସ୍ଥ ହାତୀ ର ଚିକିତ୍ସା ପ୍ରକ୍ରିୟା ଆରମ୍ଭ ହୋଇଛି। ଅସୁସ୍ଥ ହାତୀ ଟି ପ୍ରାୟ ୧୫ ବର୍ଷରୁ ଉର୍ଦ୍ଧ ହେବାର ସୂଚନା ରହିଥିବା ବେଳେ ଗତ ଦୁଇ ମାସ ହେବ ଗୋଟିଏ ଗୋଡ ଛୋଟେଇ ଛୋଟେଇ ଏଇ ଗ୍ରାମରୁ ସେ ଗ୍ରାମ ଚଳପ୍ରଚଳ କରୁଥିଲା । ଗତ କିଛିଦିନ ହେବ ବନବିଭାଗ ହାତୀ ର ଚିକିତ୍ସା କରାଇଥିଲେ। ଆଜି ଦ୍ବିତୀୟ ପର୍ଯ୍ୟାୟ ପୁଣି ହାତୀ କୁ ଟ୍ରାଙ୍କୁଲାଇଜ କରାଇ ଆଘାତ ପାଇଥିବା ଗୋଡକୁ ଚିକିତ୍ସା କରାଯାଇଛି । ଏହି ଚିକିତ୍ସା ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା।
ଭେଟେନାରୀ ଫରେଷ୍ଟର (MVU) ଡାଃ ପ୍ରଦୀପ୍ତ ସିଂହ, ଏ ସି ଏଫ କୃଷ୍ନ ଚନ୍ଦ୍ର ସାହୁ,
ରେଞ୍ଜର ଚାରୁଲତା ନାୟକ, ଫରେଷ୍ଟର ପଙ୍କଜ ନାୟକ, ବାୟୋଲଜିଷ୍ଟି ମନୋରଞ୍ଜନ ପରିଡା, ଗଜ ସ୍କ୍ୱାର୍ଡ ,
ଗଜମିତ୍ର, ରାପିଡ୍ ଫୋର୍ସ ପ୍ରମୁଖ ଉପସ୍ଥିତ ଥିଲେ।
