September 1, 2026

ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ  ବୁଥକୁ ମଜବୁତ୍ କରିବା ପାଇଁ ପ୍ରଶିକ୍ଷଣ ଶିବିରରେ ଗୁରୁତ୍ୱ

IMG-20260514-WA0048
Share

 

ପଡ଼ିଆବାହାଲ୍ ଆଜି ତା ୧୪/୦୫(): ଆଜି ଭାରତୀୟ ଜନତା ପାର୍ଟି ପଡ଼ିଆବାହାଲ୍ ମଣ୍ଡଳ ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦ୍ଘାଟିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ର ଲକ୍ଷ୍ୟ , ଉଦ୍ଦେଶ୍ୟ ଓ ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କ ଦାୟୀତ୍ୱ ସମ୍ପର୍କରେ ଏହି ମହାଅଭିଯାନ ରେ ପ୍ରଶିକ୍ଷଣ ଦିଆଯାଇଥିଲା। କୌଣସି ରାଜନୈତିକ ଉଦ୍ଦେଶ୍ୟ ନରଖି ଓ ନିଜର ସ୍ୱାର୍ଥ ତ୍ୟାଗ କରି ଜନସାଧାରଣଙ୍କ ସେବା ହିଁ

ଭାରତୀୟ ଜନତା ପାର୍ଟି ର ମୂଳଲକ୍ଷ୍ୟ,ଏହାକୁ ସାକାର କରିବା ପାଇଁ ପ୍ରଶିକ୍ଷକ କାର୍ତ୍ତିକ ପ୍ରସାଦ ବହିଦାର, ସରୋଜ କୁମାର ଆଚାର୍ଯ୍ୟ, ଗଣମାଧ୍ୟମ ରାଜ୍ୟ ସଂଯୋଜକ ଉତ୍ତମ ବିଶ୍ୱାଳ ପ୍ରମୁଖ ପ୍ରଶିକ୍ଷଣ ଦେଇଥିଲେ।

 

ଏହି ଅବସରରେ ମଣ୍ଡଳ ସଭାପତି ଆକାଶ ମିଶ୍ର ଙ୍କ ସଂଯୋଜନା ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପି ଜିଲ୍ଲା ସଭାପତି ରାମଚନ୍ଦ୍ର ମେହେର,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବେନ୍ଦ୍ର ମହାପାତ୍ର, ଜିଲ୍ଲା ଉପସଭାପତି ଅଶ୍ୱନୀକୁମାର ସ୍ୱାଇଁ, ପଡ଼ିଆବାହାଲ୍ ମଣ୍ଡଳ ପ୍ରଭାରୀ ନରେଶ କୁମାର ପଟ୍ଟନାୟକ,ଜିଲ୍ଲା ସମ୍ପାଦିକା ସସ୍ମିତା ଦେହୁରୀ,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମିତ୍ରଭାନୁ ପ୍ରଧାନ, ଯୁଯୁମୁରା ସାଂସଦ ପ୍ରତିନିଧି ପ୍ରମୋଦ କୁମାର ମିଶ୍ର, ବାହାମ ସରପଞ୍ଚ ସରସ୍ୱତୀ ଭୂଷାଗର, ବରିଷ୍ଟ ସଦସ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ପ୍ରାରମ୍ଭରେ ଭାରତମାତା ଓ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଓ ମା ସମଲେଇ ଙ୍କ ଫଟୋ ଚିତ୍ର ରେ ଦିପପ୍ରଜ୍ଵଳନ ଓ ପୁଷ୍ପ ଅର୍ଚ୍ଚନ କରି ବନ୍ଦେମାତରମ୍ ସାମୁହିକ ଗାନ କରିଥିଲେ।ଏହି ଅବସରରେ ଆଜି ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବାହାମ୍ ପଞ୍ଚାୟତ ନାଏବ ସରପଞ୍ଚ ସୋଭାରାମ ସୁନା ଙ୍କ ପିତା ଏକଦଶିଆ ସୁନା ଙ୍କ ମୃତ୍ୟୁ ରେ ଏକ ନୀରବ ପ୍ରାର୍ଥନା କରାଯାଇଥିଲା।ଦଳକୁ ତୃଣମୂଳ ସ୍ତର ବୁଥ ରୁ ପଞ୍ଚାୟତ, ମଣ୍ଡଲ,ଜିଲ୍ଲା ତଥା ରାଜ୍ୟ ପର୍ଯ୍ୟନ୍ତ ସୁଦୃଢ଼ କରିବା ପାଇଁ ଉପସ୍ଥିତ ସମସ୍ତ କର୍ମୀଙ୍କୁ ଜିଲ୍ଲା ସଭାପତି ଶ୍ରୀ ମେହେର ଅନୁରୋଧ କରିଥିଲେ। ଏହି କାର୍ଯକ୍ରମରେ ଯୁବନେତା ତାପସ ପଣ୍ଡା,ଗୁଣନିଧି ପ୍ରଧାନ,ସତ୍ୟମ୍ ନାୟକ,କାର୍ତ୍ତିକ ସୋହେଲା,ସୌମ୍ୟରଞ୍ଜନ ବଡ଼ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

You may have missed