ସୁବର୍ଣ୍ଣପୁରର ଦୁଇ ତାରକା ବାଦପୁର ଆଦର୍ଶ ବିଦ୍ୟାଳୟର ଟପ୍ପର ହେଲେ ଶୁଭଶ୍ରୀ। ଦ୍ଵିତୀୟ ସ୍ଥାନରେ ଅଭିଷେକ।

ଶୁଭଶ୍ରୀ ପ୍ରଧାନ ଚିକିଟି
ତାରିଖ -୧୪/୦୫/୨୬
ପ୍ରକାଶ ପାଇଛି ଚଳିତ ବର୍ଷ ସି ବି ଏସ ଇ ଦ୍ୱାଦଶ ଶ୍ରେଣୀ ର ପରୀକ୍ଷା ଫଳ l ୨୦୨୬ ବର୍ଷର ପରୀକ୍ଷା ରେ ପାସ୍ ହାର ୮୫ .୨୦ ରହିଥିବା ବେଳେ ଓଡିଶା ରେ ପାସ୍ ହାର ରହିଛି ୭୬.୮୧ ଯାହାକି ଗତବର୍ଷ ଅପେକ୍ଷା ପାସ୍ ହାର କମିଛିl ଏହି ପରୀକ୍ଷା ରେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀ ମାନେ ବାଜି ମାରି ନେଇଛନ୍ତି । ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକ ବାଦପୁର ଆଦର୍ଶ ବିଦ୍ୟାଳୟରେ ମଧ୍ୟ୍ୟ ପୁଅଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଝିଅ । ପ୍ରକାଶ ଥାଉକି ଚଳିତ ବର୍ଷ ମୋଟ ୫୦ ଜଣ ପରୀକ୍ଷା ଦେଇଥିବା ବେଳେ ୪୦ ଜଣ ପାସ କରିଥିବା ଜଣାପଡିଛି । ପାସ୍ ହାର ୮୦ % ଥିବାବେଳେ ବିଦ୍ୟାଳୟ ରେ ଦୁଇଜଣ ଛାତ୍ର ଛାତ୍ରୀ ୯୦ %ରୁ ଅଧିକ ମାର୍କ ରଖିଛନ୍ତି ।ଆଦର୍ଶ ବିଦ୍ୟାଳୟ ବାଦପୁର ପାଇଁ ଗୌରବ ଆଣିଛନ୍ତି ସୁବର୍ଣ୍ଣପୁର ଗ୍ରାମର ଗଣେଶ ସେଠୀ (ପ୍ରଧାନଶିକ୍ଷକ)ଙ୍କ ଝିଅ ଶୁଭଶ୍ରୀ ସେଠି l ଶୁଭଶ୍ରୀ ୯୬.୨ ରଖିଥିବା ବେଳେ ଏହି ଗ୍ରାମର ସହଦେବ ପ୍ରଧାନଙ୍କ ପୁଅ ଅଭିଷେକ ପ୍ରଧାନ ୯୩ % ମାର୍କ ରଖି କୃତିତ୍ୱ ହାସଲ କରିଛନ୍ତି। ଏହି ଦୁଇ ତାରକା ପାଇଁ ସୁବର୍ଣ୍ଣପୁର ଗ୍ରାମ ଗର୍ବିତ ବୋଲି ନାଏବ ସରପଞ୍ଚ ମାଧବ ବାଡତ୍ୟା ପ୍ରକାଶ କରିବା ସହ ଉଭୟଙ୍କୁ ଶୁଭେଛା ଜଣାଇଛନ୍ତି।
