ସିବିଏସି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ରେ ସ୍କୁଲ୍ ଟପର ହେଲେ ହାର୍ଦ୍ଦିକ
ଖୋର୍ଦ୍ଧା ( ପ୍ରିୟଙ୍କା ମହାପାତ୍ର)ତା ୧୩.୫.୨୬ ରିଖ ଦିନ ସିବିଏସଈ ଦ୍ୱାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳରେ ଖୋର୍ଦ୍ଧା ସ୍ଥିତ କାର୍ମେଲ ସ୍କୁଲ୍ ର ଛାତ୍ର ହାର୍ଦ୍ଧିକ ମହାପାତ୍ର ଦ୍ୱାଦଶ ପରୀକ୍ଷା ରେ ଶତକଡା 98 ପର୍ସେଣ୍ଟ ମାର୍କ ରଖି ସ୍କୁଲ୍ ଟପ୍ପର ହୋଇଛନ୍ତି। ତାଙ୍କର ଅତୁଲନିଅ ପରିଶ୍ରମ, ଶାନ୍ତ ବ୍ୟକ୍ତିତ୍ୱ ଓ ବଳିଦାନକୁ ସ୍କୁଲ୍ ର ଶିକ୍ଷକ ତଥା ପରିବାର ଓ ବନ୍ଧୁ ବାନ୍ଧବ ମାନେ ଅଜସ୍ର ପ୍ରଶଂସା ସହ ଅଭିନନ୍ଦନ ଜଣାଇଛନ୍ତି। ଏହି ପରିପେକ୍ଷୀରେ ଖୋର୍ଦ୍ଧା ବରୁଣେଇ ସାହି ସ୍ଥିତ ତାଙ୍କର ବାସଭବନରେ ଶିକ୍ଷକ ଓ ବନ୍ଧୁବାନ୍ଧବ ମାନେ ଏକତ୍ରିତ ହୋଇ ଅଭିନନ୍ଦନ ଜଣାଇଥିଲେ ଓ ଭବିଷ୍ୟତରେ ଉତରତର ଉନ୍ନତି ପାଇଁ ଆଶୀର୍ବାଦ କରିଥିଲା। ହାର୍ଦ୍ଧିକ ମଧ୍ୟ ତାଙ୍କ ସଫଳତାରେ ନିଜ ଶିକ୍ଷାନୁଷ୍ଠାନ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ସହ ସମସ୍ତ ପରିବାର ଲୋକଙ୍କର ଆଶିର୍ବାଦ ଓ ଶୁଭକାମନା ଥିବା କଥା କହିଥିଲେ ଆଗତ ଭବିଷ୍ୟତରେ ଏପରି ଅନେକ ସଫଳତା ହାସଲ କରି ପରିବାର ତଥା ସହର ର ନାମ ଉଚା କରିବାକୁ ଆଶିର୍ବାଦ କାମନା କରିଛନ୍ତି ହାର୍ଦ୍ଧିକ
