May 14, 2026
ajiro khabar
Share

 

 

୧-କଟକ: ଜୁନ୍ ୯ରୁ ମିଳିବ OTET ଆଡମିଟ୍ କାର୍ଡ। ଆବେଦନ କରିଛନ୍ତି ୮୫ ହଜାର ପରୀକ୍ଷାର୍ଥୀ।

 

୨-ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ। ଚଳିତବର୍ଷ ପାସ୍ ହାର ରହିଛି ୮୫ ଦଶମିକ ୨୦ %। ଏଥର ବି ପୁଅଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଝିଅ।

 

୩-ଭୁବନେଶ୍ୱର:ଓଡ଼ିଶା ଦ୍ବାଦଶ ଫଳାଫଳ ନୈରାଶ୍ୟଜନକ,ଦେଶ,ରିଜିୟନ ପାସ୍ ହାରରେ ପଛରେ ରହିଲା ଏ ବର୍ଷ।

 

୪-ଭୁବନେଶ୍ୱର:ତେଲ ସଙ୍କଟ ମଧ୍ୟରେ ମୋହନଙ୍କ ବଡ଼ ନିଷ୍ପତ୍ତି; ଅଧା ହେଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍‌ ସଂଖ୍ୟା, ସୁନା ନକିଣିବାକୁ ଦେଲେ ପରାମର୍ଶ।

 

୫-ଭୁବନେଶ୍ୱର:ରାଜଧାନୀରେ ତେଲ ଟାଙ୍କିରେ ପେଟ୍ରୋଲ ଅଭାବ, ଡିଜେଲ ଅଛି ହେଲେ ପେଟ୍ରୋଲ ନାହିଁ।

 

୬-ଏବେ ପୁରୀରୁ କୋରାପୁଟ ଯିବା ହେବ ଆହୁରି ସହଜ; ଗଡ଼ିବ ନୂଆ ଏକ୍ସପ୍ରେସ୍‌, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୋହନ।

 

୭-ଭୁବନେଶ୍ୱର,କାଇମାଟିଆ ଅଞ୍ଚଳ:ରାଜଧାନୀରେ ନାରକୀୟ କାଣ୍ଡ; ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ।

 

୮-ନୂଆଦିଲ୍ଲୀ:ନିଟ୍ ୟୁଜି-୨୦୨୬ ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI) ଦ୍ବାରା ୫ ଗିରଫ।

 

୯-କେନ୍ଦ୍ରାପଡା: କରିଲୋପାଟଣା ମେଡିକାଲରେ ଅଭାବନୀୟ ଘଟଣା, ଫାର୍ମାସିଷ୍ଟ ଭୁଲରେ ଫୋଡିଦେଲେ କୁକୁର କାମୁଡ଼ା ଇଞ୍ଜେକ୍ସନ।

 

୧୦-ଭୁବନେଶ୍ୱର:୨୦ରେ ସମସ୍ତ ଔଷଧ ଦୋକାନ ବନ୍ଦ, ଅନ୍ ଲାଇନରେ ଔଷଧ ବିକ୍ରିକୁ ବିରୋଧ କରି ବନ୍ଦ ଡାକରା।

 

୧୧-ଭୁବନେଶ୍ୱର:EV ଗାଡ଼ି ବ୍ୟବହାର ପାଇଁ ପରିବହନ ମନ୍ତ୍ରୀଙ୍କ ଅପିଲ୍ , ୨୦୨୮ ଯାଏଁ ଇଭି ଗାଡ଼ି ସବସିଡ୍ ବୃଦ୍ଧି।

 

୧୨-ରାୟପୁର: କୋହଲିଙ୍କ ଶତକ, KKRକୁ ହରାଇଲା RCB।ଆଜି ପଞ୍ଜାବ କିଙ୍ଗସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ମୁକାବିଲା।

 

୧୩-ନୂଆ ଦିଲ୍ଲୀ:୧୪ ଖରିଫ୍ ଫସଲର MSP ବଢ଼ିଲା,ଧାନର ବଢ଼ିଲା ୭୨ ଟଙ୍କା।

 

୧୪-ନୁଆ ଦିଲ୍ଲୀ: ଆମଦାନୀ ଶୁଳ୍କ ୧୫% ବଢ଼ିଲା,ସୁନା ୮ ହଜାର ଟଙ୍କା ମହଙ୍ଗା।

 

୧୫-କୋଲକାତା:ଆକ୍ସନ ମୋଡରେ ଶୁଭେନ୍ଦୁ, ଶିକ୍ଷକ ନିଯୁକ୍ତି ଦୁର୍ନୀତି, ପୌର ଦୁର୍ନୀତି ଏବଂ ସମବାୟ ଦୁର୍ନୀତିର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ।

 

୧୬-ଚେନ୍ନାଇ:ଦୁଇ ଫାଳ ହେଲା ଏଆଇଏଡିଏମକେ, ବିଦା ହେଲେ ୨୫ ବିଧାୟକ।

 

୧୭-ଶିକ୍ଷାନୁଷ୍ଠାନରେ ହିଜାବ ଓ ଉପବିତକୁ ଅନୁମତି ଦେଲେ କର୍ଣ୍ଣାଟକ ସରକାର, ୨୦୨୨ର ଆଦେଶ ହେଲା ପ୍ରତ୍ୟାହୃତ।

 

୧୮-ତାମିଲନାଡୁ ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ବିଜୟ, ମଝିରେ ଉଠି ଚାଲିଗଲା ଡିଏମକେ।

 

୧୯-ପାଟନାରେ CMS କମ୍ପାନୀ କ୍ୟାସ୍ ଭ୍ୟାନ ଲୁଟିନେଲେ ଦୁର୍ବୃତ୍ତ, ୨୭ ଲକ୍ଷ ଟଙ୍କା ଲୁଟ୍।

 

୨୦-ଫିଲିପିନ୍ସ ସିନେଟରେ ଫୁଟିଲା ଗୁଳି, ସିନେଟର ରୋନାଲ୍ଡ ଡେଲା ରୋଜାଙ୍କ ଗିରଫଦାରୀ ବେଳେ ହଙ୍ଗାମା।

 

୨୧-ଚୀନ ଗସ୍ତରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ;ଆଜି ଜିନ୍ ପିଙ୍ଗ ସହ ହେବ ଶିଖର ସମ୍ମିଳନୀ।