ଛତ୍ରମଠ ସରସ୍ୱତୀ ଶିଶୁ ମନ୍ଦିରରେ ଗୋପବନ୍ଧୁ ଜୟନ୍ତି ପାଳନ
ତିର୍ତ୍ତୋଲ – ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ, କନକପୁର ଗ୍ରାମ ପଞ୍ଚାୟତ ଅଧୀନ ତରାପୁର ଛତ୍ରମଠ ସ୍ଥିତ ଏକ ଆଦର୍ଶ ଶିକ୍ଷାନୁଷ୍ଠାନ ସରସ୍ଵତୀ ଶିଶୁ ମନ୍ଦିରରେ, ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ଧୁନଚନ୍ଦ୍ର ସେନାପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ଜୟନ୍ତି ସମାରୋହ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଶିଶୁ ମନ୍ଦିର ପରିସରରେ ବୃକ୍ଷ ରୋପଣ, ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ବକ୍ତୃତା, ସାଧାରଣଜ୍ଞାନ , ଚିତ୍ରାଙ୍କନ ଓ ନୃତ୍ୟ ସଙ୍ଗୀତ ଆଦି ପ୍ରତିଯୋଗିତା ଆଦି ଅନୁଷ୍ଠିତ ହୋଇଥିଲା, ଆୟୋଜିତ ସଭାରେ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଉମାକାନ୍ତ ସାହୁ ସ୍ଵାଗତ ଅଭିଭାଷଣ ପ୍ରଦାନ କରି , ଗୋପବନ୍ଧୁ ଙ୍କ ଜୀବନଚର୍ଯ୍ୟା ଉପରେ ଆଲୋଚନା ସହିତ ତାଙ୍କର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ଆବେଗ ପୂର୍ଣ୍ଣ ଆହ୍ଵାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ପରିଚାଳନା କମିଟି ର ଯୁଗ୍ମସମ୍ପାଦକ ବିଜୟ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିବା ବେଳେ ଏହି ଆଲୋଚନା ଚକ୍ରରେ ଗୁରୁଜୀ ଶିବ ପ୍ରସାଦ ନନ୍ଦ ଓ ଗରୁମା ସୁପ୍ରଭା ନାୟକ, ସରୋଜିନୀ ରାଉତ, କମଳିନୀ ଶତପଥୀ, ପ୍ରିୟଦର୍ଶିନୀ ସାହୁ, ମଞ୍ଜୁଶ୍ରୀ ବେହେରା ଓ ସାବିତ୍ରୀ ମହଲା ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା, ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଗୁରୁଜୀ ଅଶୋକ କୁମାର ସିଂହ ଧନ୍ୟବାଦ୍ ଅର୍ପଣ କରିଥିଲେ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
