ଚନ୍ଦନଯାତ୍ରା ମହୋତ୍ସବ ସପ୍ତମସନ୍ଧ୍ୟା ରେ ଭକ୍ତିସମର୍ପଣ ଓ ଭକ୍ତିରେ ଶ୍ରୀ ଜଗନ୍ନାଥ ର ଭଜନ ସମାରୋହ

IMG-20260508-WA0050
Share

   ତିର୍ତ୍ତୋଲ ତା 8/5/2026 ପବିତ୍ର ଚନ୍ଦନଯାତ୍ରା ଉପଲକ୍ଷେ ଆୟୋଜିତ ଚନ୍ଦନଯାତ୍ରା ମହୋତ୍ସବ 2026 ର ସପ୍ତମ ସନ୍ଧ୍ୟାରେ ପୁରୀ ଶ୍ରୀକ୍ଷେତ୍ର ର ଭକ୍ତି ସମର୍ପଣ ଭଜନସନ୍ଧ୍ୟା ଓ ଭକ୍ତିରେ ଶ୍ରୀ ଜଗନ୍ନାଥ ମିଳିତ ଆନୁକୂଲ୍ୟରେ ଏକ ମନୋଜ୍ଞ ଭକ୍ତିସଙ୍ଗୀତ ର ଆସର ଅନୁଷ୍ଠିତ ହୋଇଯାଇଛି l ଗତ ଶୁକ୍ରବାର ସନ୍ଧ୍ୟାରେ ଏହି କାର୍ଯ୍ୟକ୍ରମ, ଗୀତିକାର, ସଂଗୀତଜ୍ଞ ଓ ପ୍ରଯୋଜକ ସନ୍ତୋଷ କୁମାର ମଲ୍ଲିକ ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବାବେଳେ, ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତିଲନ ସାହୁ ଉପସ୍ଥାପନା କରିଥିଲେ l ଏଥିରେ ଖ୍ୟାତନାମା କଣ୍ଠଶିଳ୍ପୀ ଯାଜ୍ଞ୍ ସେନୀ , ତୃପ୍ତିମୟୀ, ସଦାଶିବ, ଭାଗିରଥି ଓ ନିରୁପମା ପ୍ରମୁଖ ଭକ୍ତିସଙ୍ଗୀତ ପରିବେଷଣ କରି ସହସ୍ରାଧିକ ଶ୍ରଦ୍ଧାଳୁଭକ୍ତ ଓ ଉପସ୍ଥିତ ଦର୍ଶକ ମାନଙ୍କ ମଧ୍ୟରେ ଭକ୍ତିଭାବମୟ ଭାବନା ସୃଷ୍ଟିକରିଥିଲେ l ସୁଧାଂଶୁ ଶେଖର, ଦେବାଶିଷ, କୁନା, ହାପୁ ଓ ମୁନା ବାଦ୍ୟଯନ୍ତ୍ର ପରିଚାଳନା କରି ଅପୂର୍ବ ସୁରଝଙ୍କାର ସୃଷ୍ଟିକରିଥିଲେ l ଏହି ଅବସରରେ ମହୋତ୍ସବ କମିଟି ତରଫରୁ ବିଶ୍ୱରଞ୍ଜନ ରାଉଳ, ଅନନ୍ତ ଚରଣ ରାଉଳ, ମାଆଙ୍କ ପୂଜାପଣ୍ଡା ମହେନ୍ଦ୍ର ପଣ୍ଡା,ଓ ସାରଳା ସଂସ୍କୃତିଗବେଷକ ରମାକାନ୍ତ ରାଉଳ ପ୍ରମ୍ମୁଖ ସମସ୍ତ କଳାକାର ମାନଙ୍କୁ ମାଆଙ୍କ ଅଙ୍ଗବସ୍ତ୍ର, ଫଟୋଚିତ୍ର ଓ ଆଶୀର୍ବାଦ ମାଲ୍ୟାର୍ପଣ କରି ସମ୍ମାନିତ ଓ ସମ୍ବର୍ଦ୍ଧିତ କରିଥିଲେ l ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଏହି ଭକ୍ତିସଙ୍ଗୀତ ର ଆସର, ମାଆଙ୍କ ଚନ୍ଦନଯାତ୍ରା କୁ ଉତ୍ସବ ମୁଖରିତ କରିଥିଲା

ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର