June 21, 2026

କ୍ଲୋଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

IMG-20251013-WA0103
Share

କୋଲନରା 🙁 ସଞ୍ଜୀବ କଣ୍ଡାଗରୀ ) କୋଲନରା ବ୍ଲକ ଅନ୍ତର୍ଗତ ଗାଡି ଶେଷଖାଲ କ୍ଲୋଷ୍ଟର ଅଧିନ ରିଭଲକଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲୋଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସିଆରସିସି ଗୌରଚନ୍ଦ୍ର ବାଗଙ୍କ ତତ୍ବାବଧାନ ଓ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର କୌଶଲ୍ୟାଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମାଉଡିଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ ବେନିଆ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ଆୟୋଜିତ କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୫ଗୋଟି ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଶୃତ ଲିଖନ, କୁଇଜ୍, ବକୃତା, ସଙ୍ଗୀତ, ଚିତ୍ରାଙ୍କନ ଓ ବିତର୍କ ଆଦି ପ୍ରତିଯୋଗିତା କରାଯାଇଥିଲା | ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଉପସ୍ଥିତ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା | ଛାତ୍ରଛାତ୍ରୀଙ୍କ ମନୋବଳକୁ ଦୃଢ଼ କରିବା ସହ ପିଲାଙ୍କୁ ବିକଶିତ ଓ ପିଲାଙ୍କ ଲୁକ୍କାୟିତ ପ୍ରତିଭାକୁ ସର୍ବସମ୍ମୁଖରେ ପ୍ରକାଶ କରିବା ଏଭଳି କାର୍ଯ୍ୟକ୍ରମ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅତିଥିଗଣ କହିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ କ୍ଲୋଷ୍ଟରର ପୂର୍ବତନ ସିଆରସିସି ଅଭୟ କୁମାର ମଲ୍ଲିକ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଏସ. ଚନ୍ଦ୍ରାରାଓ, ମନୋଜ ସେନାପତି, ସତ୍ୟ ଶିବସୁନ୍ଦର, ଶିକ୍ଷୟିତ୍ରୀ ଗୀତାଞ୍ଜଳି ପଣ୍ଡା, ମନୁ ପଲେଇ, ଜ୍ୟୋତି ମଲ୍ଲିକ, ସୁରଭି ତାଣ୍ଡି, ପ୍ରିୟଙ୍କା ସାହୁ, ସୋନାଲିକା ଜେନା, ଅନୁରାଧା ଭୋଇ, କଳ୍ପନା ସାହୁ ଓ ଗୀତା ମାଣ୍ଡାଙ୍ଗି ସହଯୋଗ କରିଥିଲେ | ଶେଷରେ ଶିକ୍ଷକ ମନୋଜ ସାମଲ ଧନ୍ୟବାଦ ଜଣାଇଥିଲେ |