ଉଦଯାପିତ ହେଲା ରାଜ୍ୟ ବସ ମାଲିକ ସମ୍ମିଳନୀ

ପୁରୀ ଟାଉନହଲ ପରିସରରେ ଦୁଇଦିନ ଧରି ଚାଲିଥିବା ରାଜ୍ୟ ବସ ମାଲିକ ସମ୍ମିଳନୀ ଉଦଯାପିତ ହୋଇଯାଇଛି l ଏହି ଉଦଯାପନୀ ଉତ୍ସବରେ ବାରଟି ମଣ୍ଡଳ ର ସଭାପତି, ସମ୍ପାଦକ ନିଜନିଜର ଅଭିଭାଷଣ ରଖିବାପରେ ପ୍ରତ୍ୟେକ ଜିଲ୍ଲାର ବସ ମାଲିକ ମାନେ ନିଜନିଜର ଅଭିଭାଷଣ ରଖିବା ସହିତ ନିଜନିଜର ସମସ୍ୟା ବିଷୟରେ ଜଣାଇଥିଲେ l ପରେପରେ ରାଜ୍ୟ ପ୍ରତିନିଧି ବିନା ଭୋଟରେ ସମସ୍ତ ବସ ମାଲିକ ମାନଙ୍କ ମତାନୁସାରେ ଚୟନ କରାଯାଇଥିଲା l ପୂର୍ବତନ ସଭାପତି ଲୋକନାଥ ପାଣିଙ୍କୁ ପୁନର୍ବାର ସଭାପତି, ପୂର୍ବତନ ସମ୍ପାଦକ ଦେବେନ୍ଦ୍ର ସାହୁଙ୍କୁ ପୁନର୍ବାର ସମ୍ପାଦକ ଏବଂ ପୂର୍ବତନ କୋଷାଧକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୁନର୍ବାର କୋଷାଧକ୍ଷ ଭାବେ ଚୟନ କରି ବସ ମାଲିକ ମାନେ କହିଥିଲେ ଯେ ଲୋକନାଥ ପାଣି, ଦେବେନ୍ଦ୍ର ସାହୁ ଏବଂ ବରଦା ପ୍ରସନ୍ନ ଆଚାର୍ଯ୍ୟ ଆମର ପ୍ରତିନିଧି ଭାବେ ଆମର ବିଭିନ୍ନ ସମସ୍ୟା ଗୁଡିକୁ ସରକାରଙ୍କ ନିକଟରେ ପହଞ୍ଚାଇ ଆମକୁ ଉଚିତ ନ୍ୟାୟ ପ୍ରଦାନ କରୁଥିବାରୁ ଆମ ଅନୁଷ୍ଠାନ ପୁନର୍ବାର ଆମର ପ୍ରତିନିଧି ଭାବେ ଚୟନ କରିଛନ୍ତି l ପରେପରେ ନୂତନ ପ୍ରତିନିଧି ମାନଙ୍କୁ ବିପୁଳ ସମ୍ବୋର୍ଦ୍ଧନା ଜ୍ଞାପନ କରାଯାଇ ପ୍ରୀତିଭୋଜନ ର ଆସର ଜମିଥିଲା l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l
