April 28, 2026

ଉମରକୋଟ ପ୍ରସିଦ୍ଧ ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୩ ରୁ ଆରମ୍ଭ……..

IMG-20260213-WA0015
Share

         ଉମରକୋଟ :-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ର ପ୍ରସିଦ୍ଧ ମାଁ ଜଗତ ଜନନୀ ଙ୍କ ନବ ଦିନ ଠାକୁରାଣୀ ଯାତ୍ରା ମାର୍ଚ୍ଚ ୨୩ ରୁ ଆରମ୍ଭ ହେବ। ସୁଚାରୁ ରୁପେ ଯାତ୍ରା ସମ୍ପନ୍ନ ପାଇଁ ଆଜି ଏକ ବିରାଟ ସଭା ଝରିଗାଁ ରୋଡ ଠାରେ ଥିବା ମାଁ ମଙ୍ଗଳ। ଙ୍କ ମନ୍ଦିର ପ୍ରାଙ୍ଗଣରେ ଏକ ଅନୁଷ୍ଠିତ ହେଇ ନୂତନ କମିଟି ଗଠନ କରା ଯାଇଛି।ସର୍ବ ସମ୍ମତି କ୍ରମେ ସଭାପତି ଭାବ ରେ ବିନୋଦ କିଶୋରୀ ସିଂ, ଉପ ସଭାପତି ଭାବରେ ଆଶିଷ ରାଓ, ସମ୍ପାଦକ ଭାବରେ କାଉନସିଲର ଭିକି ନାୟକ ଓ କୋଷାଧ୍ୟକ୍ଷ ଭାବରେ ନେତ୍ର ହରିଜନ ମନୋନୀତ ହେଇଛନ୍ତି। ମାଁ ଙ୍କ ନବଦିନ ଯାତ୍ରା ମାର୍ଚ୍ଚ ୨୩ ରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମାର୍ଚ୍ଚ ୨୩ ତାରିଖ ସନ୍ଧ୍ୟାରେ ଏକ ବିରାଟ ସଭା ଯାତ୍ରା ରେ ମନ୍ଦିର ରୁ ବାହାରି ମା ଙ୍କ ନିଜ ଘର କୁ ଆସିବେ। ୨୪ ମାର୍ଚ୍ଚ ରେ ବିଶ୍ରାମ ନେଇ ୨୫ ତାରିଖ ଦିନ ଠାରୁ ଘଣ୍ଟ ଯତ୍ର।ରେ ମା ସହର ବ।ସି ଙ୍କ ଦର୍ଶନ ରେ ବାହାରିବେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଯାତ୍ରା ମହା ଆଡ଼ମ୍ବରରେ ପାଳିତ ହେବ ସେଥି ନେଇ ବିସ୍ତୃତି ଭାବେ ଆଲୋଚନା ହେଇ ଥିଲା। ଯାତ୍ରା କମିଟିର ପୂର୍ବତନ ସମ୍ପାଦକ ତଥା ବରିଷ୍ଠ ଆଇନଜୀବି ବାଳ କୃଷ୍ଣ ପାତ୍ର ଓ ପେଣ୍ଡ୍ର।ଣୀ ମାଁଙ୍କ ସିର। ବଲ୍ଲଭ ମାଳି ଙ୍କ ଅକାଳ ବିୟୋଗରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ପୂର୍ବତନ ଯାତ୍ରା କମିଟି ସଭାପତି ପୀ. ରାବଣ। ରାଓ, ଜଗତ ଜନନୀ ଙ୍କ ପୂଜାରୀ ଭୁବନ ପୂଜାରୀ, ରଜତ ସ।ନ୍ତ୍ର।, କାଉନସିଲର ମୁନ। ପାଢ଼ୀ, ପୁରୋହିତ ସତ୍ୟ ମିଶ୍ର, ଅଶୋକ ବେବର୍ତ୍ତା , ରବି ନନ୍ଦ , ଲମ୍ବୁ ମାଝୀ ଙ୍କ ସମେତ ଶତାଧିକ ବ୍ୟକ୍ତି ପ୍ରମୁଖ ଯୋଗ ଦେଇଥିଲେ।