November 24, 2024

୧୫ ଭରି ସୁନା,୭ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଚୋରି : ପୁଲିସର ତଦନ୍ତ ଆରମ୍ଭ

Share

୧୫ ଭରି ସୁନା,୭ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଚୋରି : ପୁଲିସର ତଦନ୍ତ ଆରମ୍ଭ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ସହରରେ ଏବେ ଅଶାନ୍ତ ବାତାବରଣ । ଘନ ଘନ ଚୋରି, ଡାକାୟିତ, ହତ୍ୟା ଭଳି ସାଙ୍ଘାତିକ ଅପରାଧ ବଢ଼ି ବଢ଼ି ଚାଲିଛି । ଏଠାରେ ଆଦର୍ଶ ଥାନା ସହ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଙ୍କ କାର୍ଯ୍ୟାଳୟ ରହିଛି । ତଥାପି ଅପରାଧୀ ଅନାୟସରେ ଅପରାଧ ଘଟାଇ ଚାଲି ଯାଉଛନ୍ତି । ଗୁଣୁପୁର ଜଗନ୍ନାଥ ନଗର ଅଞ୍ଚଳ ର ଶିବ ପଣ୍ଡା ଙ୍କ ପରିବାର ଘର ଚାବି ପକେଇ ପୁରୀ ଯାଇଥିବା ବେଳେ ତାଙ୍କ ଘରୁ ୧୫ଭରୀ ସୁନା,୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ଅନ୍ୟାନ୍ୟ ଆସବାବପତ୍ର ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଆଜି ସେ ଘରକୁ ଫେରି ଦେଖିବା ବେଳକୁ ଏଭଳି ଅଘଟଣ ଘଟିଥିବା ଦେଖିବାକୁ ମିଳିଥିଲା । ଆଜି ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ସହାୟତା ରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ, ଆଇଆଇସି, ସବ ଇନିସ୍ପେକ୍ଟର ରୁଦ୍ର ମାଧବ ମୁଦୁଲି ପ୍ରମୁଖ ଉପସ୍ଥିତ ରହି ଘଟଣାର ଛାନଭିନ କରୁଛନ୍ତି ।