ଗଜପତି ଜିଲ୍ଲାରେ ପ୍ରଥମିକ ଶିକ୍ଷକ ସଙ୍ଘ ସେମାନଙ୍କର ୩ ଦଫା ଦାବି ନେଇଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ଗଜପତି ଜିଲ୍ଲାରେ ପ୍ରଥମିକ ଶିକ୍ଷକ ସଙ୍ଘ ସେମାନଙ୍କର ୩ ଦଫା ଦାବି ନେଇଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ପାରଳାଖେମୁଣ୍ଡି:୧୨/୮(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ପ୍ରଥମିକ ଶିକ୍ଷକ ସଙ୍ଘର ୩ ଦଫା ଦାବି ନେଇ ଆନ୍ଦୋଳନକୁଓହ୍ଲାଇଛନ୍ତି ।ସେମାନଙ୍କ ଦାବି ହେଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଟ ଶିକ୍ଷକଙ୍କୁ ନିୟମିତକରିବା,ଠିକ କାର୍ଯ୍ୟକାଳକୁ ନୋସନାଲ ଇଂକ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା ସହ କଳା ,ଓ କ୍ରୀଡା ଶିକ୍ଷକଙ୍କୁ ଶିକ୍ଷକ ର ମାନ୍ୟତା ପ୍ରଦାନ କରିବା । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନିତି ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟକରୁଥିବା ହେତୁ ମୂଳ ପଦବୀର ଯୋଗ୍ୟତା ରେ ପରିବର୍ତ୍ତନ ହେଉଥିବା ହେତୁ ଶିକ୍ଷକଙ୍କ ମୂଳବେତନ ଲେବୁଲ-୯ ଅନୁସାରେ ୪୨୦୦ ଗ୍ରେଡପେ ଦିଆଯାଉ, ନୂତନ ପେନସନ ପ୍ଲାନ ବଦଳେ ପୁରାତନ ପେନସନ ପ୍ଲାନ ଲାଗୁ କରାଯାଉ ଇତ୍ୟାଦି ଦବିନେଇ ପ୍ରାଥମିକ ଶିକ୍ଷକ ସଂଘ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦଶନ କରିଛନ୍ତି । ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ଶିକ୍ଷକଙ୍କ ଦାବିକୁ ଅଣଦେଖା କରନ୍ତି ତେବେ ଆଗାମୀ ଅଗଷ୍ଟ ୧୬ ତାରିଖରୁ ସମସ୍ତ ସ୍କୁଲରେ ତାଳ ପକାଇ ଶିକ୍ଷକ ମନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନକୁ ଓଲାଇବେ ବୋଲି ଚେତାବନୀ ଦେଇଛନ୍ତି