April 29, 2026

ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟାଜ୍ଞାନ ର ସମ୍ବଳକେନ୍ଦ୍ର କୁ ଉଦଘାଟନ କଲେ ବିଧାୟିକା I

IMG-20230812-WA0018
Share

ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟାଜ୍ଞାନ ର ସମ୍ବଳକେନ୍ଦ୍ର କୁ ଉଦଘାଟନ କଲେ ବିଧାୟିକା I

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଢା ମନା ହାଣ୍ଡି ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ରେ ଥିବା ଏଫଏଲ ଏନ କେନ୍ଦ୍ର ସ୍ଥାନୀୟ ବିଧା ୟିକା ଶ୍ରୀମତୀ ପଦ୍ମିନୀ ଦିଆନ ଙ୍କ ଦ୍ୱାରା ଉଦଘାଟନ ହୋଇଯାଇଛି. ସି ଆର ସି ସି ଶ୍ରୀ ବୈଦନାଥ ଗଣ୍ଡାଙ୍କ ସଭାପତିତ୍ବ ରେ ଆୟୋଜିତ ଏହି କାର୍ଯକ୍ରମ ରେ ସରପଞ୍ଚ ବିନମନି ରନ୍ଧାରୀ. ସିଆରସିସି ପ୍ରଦୀପ କୁମାର ନାୟିକ. ପ୍ରଧାନ ଶିକ୍ଷକ ପଦ୍ମନ ରନ୍ଧାରୀ.ବିଦ୍ୟାଳୟ ପରିଚାଳନା କମିଟି ଛାତ୍ରୀଛାତ୍ର ଓ ଅଭିଭାବକ ମାନେ ଉପସ୍ଥିତ ଥିଲେ I ଏହି କେନ୍ଦ୍ର ମାଧ୍ୟମରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଶିକ୍ଷଣ କାର୍ଯ୍ୟରେ ବହୁ ସହାୟକ ହବା ସହ ପ୍ରାଥମିକ ସ୍ତରରେ ଛାତ୍ର ଛାତ୍ରୀଙ୍କ ଅକ୍ଷର ଜ୍ଞାନ ଓ ଗଣନ ଭିତ୍ତିକ ଜ୍ଞାନ ସ୍ଥାୟୀ ରୂପେ ବୃଦ୍ଧି ଏବଂ ଗଠନ ହେବ ବୋଲି ମୁଖ୍ୟ ଅତିଥି ଶ୍ରୀମତୀ ଦିଆନ ପରାମର୍ଶ ପ୍ରଦାନ କରିଥିବା ଜଣାଯାଇଛି. କୋରାପୁଟ ଜ଼ିଲ୍ଲା ପ୍ରତିନିଧି କୋଟପାଡ଼ରୁ ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଖବର ଉପାନ୍ତ ଓଡିଶା I