November 24, 2024

ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ।

Share

ବିଦ୍ୟାଳୟ ପରିଚାଳନା ଓ ଉନ୍ନୟନ କମିଟି ବୈଠକ।

ବୋଲଗଡ଼,୧୨/୦୮(ଉପାନ୍ତ ଓଡିଶା): ବୋଲଗଡ଼ ବ୍ଲକ ଅନ୍ତର୍ଗତ ସାଗରଗୁଆଁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମହାଦେବ ପାଟଯୋଶୀଙ୍କ ସଭାପତିତ୍ବରେ ପ୍ରଧାନ ଶିକ୍ଷକ ଙ୍କ ସଭାଗୃହରେ ଛାତ୍ର ଛାତ୍ରୀଙ୍କର ପିତା ମାତା ,ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ଥିଲେ। ତତସହିତ ସାଗରଗୁଆ କ୍ଲଷ୍ଟର ସି ଆର ସିସି ପ୍ରଦୀପ ବଳବନ୍ତ ରାଏ ମଧ୍ୟ ଯୋଗଦାନ କରିଥିଲେ। ଏହି ବୈଠକରେ ଶୈକ୍ଷିକ ଅଭିବୃଦ୍ଧି ନିମନ୍ତେ ଶିକ୍ଷଣ ସାମଗ୍ରୀ ଯୋଗାଣ,ସ୍ୱଛତା ପକ୍ଷପାଳନ,ସୁରଭି -୨୦୨୩ପାଳନ, ମିଲେଟସ ମିଶନ ପ୍ରତିଯୋଗିତା,ଅନଲାଇନ ସୁରକ୍ଷା ,ଅଭିଭାବକ ମାନଙ୍କୁ ସାଇବର ସଚେତନତା ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ସୁରକ୍ଷା ବ୍ୟବସ୍ଥା,ଋତୁକାଳୀନ ଛାତ୍ରାବାସ,
ବାଲ୍ୟ ବିବାହ କୁ ନାଁ କହିବା,ଛାତ୍ର ଛାତ୍ରୀ ମାନଙ୍କୁ ମାଗଣାରେ ମିଳୁଥିବା ସାମଗ୍ରୀ ସହିତ ପରିଚୟ ପତ୍ର ପ୍ରଦାନ,ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ “ମୁଖ୍ୟମନ୍ତ୍ରୀ ଛାତ୍ର ଛାତ୍ରୀ ପରିଧାନ ଯୋଜନା,”କ୍ୟାରିଅର ଯୋଜନାର ଗୁରୁତ୍ବ ଓ ଅଭିଭାବକଙ୍କ ଭୂମିକା,ଛାତ୍ର ଛାତ୍ରୀ ମାନସିକ ଚାପ ତାର ଦୂରୀକରଣ,ପ୍ରସ୍ତାବ ଗୁଡିକ ବିଷୟରେ ସର୍ବସମ୍ମତି କ୍ରମେ ଆଲୋଚନା କରାଯାଇ ଥିଲା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।