May 10, 2026

ଛତ୍ରପୁର ବିଜେପି ପକ୍ଷରୁ ସକ୍ରିୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ

IMG-20250419-WA0051
Share

 

ଛତ୍ରପୁର -୧୯/୪/୨୫(ଅରୁଣ କୁମାର ପଣ୍ଡା)ଛତ୍ରପୁର ସ୍ଥାନୀୟ ଶିବ ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ସକ୍ରିୟ ସଦସ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଚରଣ ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାରେ ଆସ୍କା ସାଂସଦ ଅନୀତା ଶୁଭଦର୍ଶନୀ,ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ବରିଷ୍ଠ ବିଜେପି ନେତା ପଦ୍ମଚରଣ ସାହୁ, ପ୍ରଦୀପ ପାଢ଼ୀ, ପ୍ରଶାନ୍ତ ନାୟକ, ବସନ୍ତ ବେହେରା ପ୍ରମୁଖ ମଞ୍ଚାସୀନ ହୋଇସକ୍ରିୟ ସଦସ୍ୟ ମାନେ କିପରି ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ଦୃଢୀଭୂତ କରିବେ ସେନେଇ ମାର୍ଗ ଦର୍ଶନ କରିଥିଲେ। ବିଶେଷ କରି ଦଳର ସାଙ୍ଗଠନିକ ନିର୍ବାଚନ ସମାପ୍ତ ପରେ ଏହି ସମ୍ମିଳନୀ ହୋଇଥିବାରୁ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିଲା। ନିର୍ବାଚନ ମଣ୍ଡଳୀର ସମସ୍ତ ଅଞ୍ଚଳରୁ ଚାରି ସହ ରୁ ଉର୍ଦ୍ଧ ସକ୍ରିୟ ସଦସ୍ୟ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ। ଏବେ ଅନେକ ନୂତନ କର୍ମକର୍ତ୍ତା ଦଳରେ ସାମିଲ ହୋଇଥିବାରୁ ସେମାନଙ୍କୁ ମାର୍ଗଦର୍ଶନ କରାଇବା ଆବଶ୍ୟକ ବୋଲି ଵକ୍ତା ମାନେ କହିଥିଲେ ବରିଷ୍ଠ ବିଜେପି ନେତା ପ୍ରଦୀପ ପାଢ଼ୀ ନର୍ବାଚନୀ ସଫଳତା ଏବଂ ସଂଘଠନାତ୍ମକ ବିସ୍ତାର ଉପରେ ଆଲୋଚନା କରିଥିବା ବେଳେ।କାର୍ଯ୍ୟକ୍ରମର ସଂଯୋଜକ ଭାବେ ଦାୟିତ୍ୱ ତୁଲାଇ ଥିବା ବରିଷ୍ଠ ନେତା ପ୍ରଶାନ୍ତ ନାୟକ ଭାରତୀୟ ରାଜନୀତିରେ ବିଜେପି ଦ୍ୱାରା ଆସିଥିବା ପରିବର୍ତ୍ତନ ଉପରେ ଆଲୋକପାତ କରି ବିଜେପି ଶାସନରେ ଦେଶରେ ବୈପ୍ଲବିକ ପରିବର୍ତ୍ତନ ଘଟିଛି ବୋଲି ପ୍ରକାଶ କରିଥିଲେ । ସେହିପରି କାର୍ଯ୍ୟକ୍ରମର ସହ ସଂଯୋଜକ ପଦ୍ମଚରଣ ସାହୁ ପ୍ରଧାନମନ୍ତ୍ରୀ ରୂପେ ମାନନୀୟ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ବିକଶିତ ଭାରତ ଦିଗରେ ୧୧ ବର୍ଷର ଯାତ୍ରା ଉପରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ଭାରତ ଭାରତ ଆର୍ଥିକ କ୍ଷେତ୍ରରେ, ବୋର୍ଡର ସୁରକ୍ଷାରେ, ବିକାଶ କ୍ଷେତ୍ରରେ, ବିଭିନ୍ନ ଯୋଜନା ଆଦିରେ ଭାରତ ଅଗ୍ରଣୀ ହେବା ସହିତ ବିଶ୍ୱଗୁରୁ ହେବାକୁ ଯାଉଛି ବୋଲି ପ୍ରକାଶ କରିଥିଲେ ସେହିପରି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଉପସ୍ଥିତ ରହି ସମସ୍ତ ସଦସ୍ୟଙ୍କୁ ସ୍ୱାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ମଣ୍ଡଳର ମଣ୍ଡଳ ସଭାପତିଙ୍କ ସମେତ ଚାରି ଶହ ରୁ ଉର୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ।