May 10, 2026

ବଉଳଗାଁ ଉଚ୍ଚ ବିଦ୍ୟାଳୟରେ ପ୍ରବେଶ ଉତ୍ସବଏକ ଲକ୍ଷ ଟଙ୍କା ଦାନ କଲେ କଲେଜ ଅଧ୍ୟକ୍ଷ 

IMG-20250419-WA0053
Share

ଛତ୍ରପୁର -୧୯/୪/୨୫(ଅରୁଣ କୁମାର ପଣ୍ଡା ) ଛତ୍ରପୁର ବ୍ଲକ ବଉଳଗାଁ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟଅତିଥି ଭାବେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଅଜୟ ତ୍ରିପାଠୀ ଯୋଗଦେଇ ଛାତ୍ରୀଛାତ୍ର ମାନଙ୍କ ପ୍ରତିଭା କୁ ବିକଶିତ କରିବା ପାଇଁ ଆହ୍ୱାନ ଦେଇଥିଲେ ଏତଦବ୍ୟତୀତ ବ୍ରଜକିଶୋର ଓ କୁମୁଦିନୀ ପ୍ରତିଭା ପୁରସ୍କାର ପ୍ରଦାନ କରିବା ପାଇଁ ସେ ଉଚ୍ଚ ବିଦ୍ୟାଳୟ କୁ ଏକ ଲକ୍ଷ ଟଙ୍କା ଦାନ ଦେଇଥିଲେ ଏହି ପଦକ୍ଷେପ କୁ ପ୍ରଶଂସା କରିବା ସହ କଲେଜ ଅଧ୍ୟକ୍ଷ ଙ୍କୁ ସ୍କୁଲ ତରଫରୁ ସମ୍ଭର୍ଦ୍ଧିତ କରାଯାଇଥିଲା

ପ୍ରଧାନ ଶିକ୍ଷୟତ୍ରୀ ଶିବାନୀ ଦାସ ଏଥିରେ ସଭାପତିତ୍ୱ କରିଥିଲେ ସମ୍ମାନିତ ଅତିଥି ଭାବେ ସାମାଜିକ କର୍ମୀ ଦୁର୍ଯ୍ୟୋଧନ ପରିଡା, ଅବସର ପ୍ରଧାନ ଶିକ୍ଷୟକ ଗଣପତି ମହାପାତ୍ର, ପ୍ରଶାନ୍ତ ଶତପଥି ଶରତ କୁମାର ପାଣିଗ୍ରାହୀ, ଭମରା ଦାସ, ସନ୍ତୋଷ ମିଶ୍ର ପ୍ରମୁଖ ଉପସ୍ଥିତ ହୋଇ ସାମ୍ପ୍ରତିକ ଶିକ୍ଷା ଉପରେ କହିଥିଲେ ଏହି କାର୍ଯ୍ୟକ୍ରମ କୁ ଶିକ୍ଷୟତ୍ରୀ ପୂଜା ବେହେରା, ବିଚିତ୍ର ଜେନା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ