କ୍ରସର ସଂଘରେ ଫାଟ… ସଂଘର ମନମାନୀ କୁ ବିରୋଧ କଲେଣି ମାଲିକ..
ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)କ୍ରସର ବନ୍ଦ କଲେ ବ୍ୟାଙ୍କ କିସ୍ତି ଦେବକି ସଂଘ କଲେଣି ପ୍ରଶ୍ନ।ଖୋର୍ଦ୍ଧାରେ ବ୍ୟବସାୟ ଏବଂ ବାଣିଜ୍ୟର ଅଭିବୃଦ୍ଧି ପଛରେ ଜିଲ୍ଲାରେ ଗଢ଼ି ଉଠିଥିବା କ୍ରସର୍ ୟୁନିଟ୍ ଏକ ବଡ ଭୂମିକା ରହିଛି । ପ୍ରାୟ ୩୦ ହଜାରରୁ ଉର୍ଦ୍ଧ ଶ୍ରମିକ ଖୋର୍ଦ୍ଧା ନିକଟବର୍ତୀ ତାପଙ୍ଗ, ମଳିପଡା, ଛତ୍ରମା ଏବଂ ଦଧିମାଛଗାଡ଼ିଆ ଆଦି ଅଂଚଳରେ କ୍ରସର ଶିଳ୍ପ ଉପରେ ନିର୍ଭର କରି ଚଳୁଛନ୍ତି ।କେବଳ ଖୋର୍ଦ୍ଧା ନୁହେଁ ଗଞ୍ଜାମ ଏବଂ ନୟାଗଡ଼ ଜିଲ୍ଲାର ଅନେକ ଲୋକଙ୍କ ପରିବାର ପ୍ରତିପୋଷଣ ହୋଇଥାଏ ଏହି କ୍ରସର ଶିଳ୍ପ ଯୋଗୁଁ । ତେବେ ବିଗତ ଦିନରେ କିଛି ଛାମୁଆ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଷଡ଼ଯନ୍ତ୍ରର ଶିକାର ହୋଇ ଖୋର୍ଦ୍ଧା ଜିଲ୍ଲାରେ ପ୍ରାୟ କିଛି ବର୍ଷ ଧରି ସମସ୍ତ କ୍ରସର୍ ୟୁନିଟ ଗୁଡିକ ବନ୍ଦ ରହିବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ପଡ଼ିଥିଲା କ୍ରସର ଶିଳ୍ପ ଉପରେ ନିର୍ଭର କରୁଥିବା ଲୋକଙ୍କ ଉପରେ । ମାତ୍ର କିଛି ଦିନ ପରେ କେତେକ କ୍ରସର ଚାଲିବା ଆରମ୍ଭ ହେଲା । ଫଳରେ ଶ୍ରମିକ, ଗାଡି ମାଲିକ, ପାହାଡ ମାଲିକ ପ୍ରଭୃତିଙ୍କ ଏକ ପ୍ରକାର ଉତ୍ସାହ ଦେଖାଦେଇଛି । ଖୋର୍ଦ୍ଧାରେ ଏବେ ଛୋଟବଡ ହୋଇ ୨ରୁ ୪ଟି ପାହାଡ ଚାଲୁଥିବା ବେଳେ ୫୦ ରୁ ଉର୍ଦ୍ଧ କ୍ରସର ମଧ୍ୟ ରଣପୁର ଓ କୁହୁଡି ପାହାଡ ରୁ କଞ୍ଚା ମାଲ ଆଣି ଚଳାଇବାକୁ ସକ୍ଷମ ହୋଇଛନ୍ତି ।
ତେବେ କ୍ରସର ମାଲିକଙ୍କୁ ନେଇ କିଛି ବର୍ଷ ତଳେ ଗଠିତ ହୋଇଥିବା ତାପଙ୍ଗ ଆଞ୍ଚଳିକ କ୍ରସର ମାଲିକ ସଂଘ କୁ ଏବେ କିଛି କୁଚକ୍ରୀ ଗୋଷ୍ଠି ନିଜ ହାତମୁଠାରେ ରଖିବାକୁ ଉଦ୍ୟମ କରି ସଂଘର ସଦସ୍ୟଙ୍କୁ ଜନୈକ ରାଜନେତାଙ୍କ ନାଁରେ ଚାନ୍ଦା ମାଗି ଲୁଟୁଥିବା ଅଭିଯୋଗ ହୋଇଛି । ଏଠାରେ ପ୍ରଶ୍ନ ଉଠୁଛି ଯେ, ସଂଘ କ୍ରସର ଚଳାଇବାକୁ ମାଲ ଯୋଗାଉଥିବା ପାହାଡ ଗୁଡିକୁ ବନ୍ଦ କରିବାକୁ ଉଦ୍ୟମ କରିବାର କାରଣ କଣ? କ୍ରସର ଚାଲିଲେ ଶ୍ରମିକ ଠାରୁ ମାଲିକ ସମସ୍ତେ ଉପକୃତ ହେବାକୁ ଥିବାବେଳେ କାହା ସ୍ୱାର୍ଥରେ ସଂଘ କ୍ରସର ଚଳାଇବାକୁ ବନ୍ଦ କରୁଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । କେବଳ କ୍ରସର ନୁହେଁ ପଥର ଚାଲାଣରେ ବ୍ୟବହୃତ ହେଉଥିବା ଟ୍ରକ ଗୁଡିକୁ ବନ୍ଦ କରିବାକୁ ଟ୍ରକ ସଂଘ କୁ ମଧ୍ୟ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି ।
ଅନ୍ୟପକ୍ଷରେ ସଂଘର କିଛି କୁଚକ୍ରୀ ବ୍ୟକ୍ତିଙ୍କ ଉଉଦେଶ୍ୟ ସାଧନ ନହେବା କାରଣରୁ ସଂଘ ର ପ୍ରଛଦପଟରେ ରହି ସେମାନେ ଏଭଳି ଦାଦାଗିରି କରିବା ଘଟଣାକୁ କେତେକ ମାଲିକ ବିରୋଧ କରୁଥିବା ନିଜ ନାମ କୁ ଗୋପନ ରଖି ପ୍ରକାଶ କରିଛନ୍ତି । ସଂଘ ସାମୁହିକ ଚିନ୍ତାଧାରରେ ଚାଲେ, କୌଣସି ବ୍ୟକ୍ତି କୈନ୍ଦ୍ରିକ ନୁହେଁ । ମାତ୍ର କିଛି କୁଚକ୍ରୀ କିଛି ଅର୍ଥ ଲାଳସାରେ ବିଭିନ୍ନ ଆଳରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେବା, ଧାରଣା ଦେବା, ବୈଠକ କରିବା ଭଳି ଅନେକ କାର୍ଯ୍ୟ କରିବା ଲାଗି ଚାନ୍ଦା ଆଦାୟ କରୁଛନ୍ତି । ଯାହା ସଂଘର ସ୍ୱଚ୍ଛତା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଥିବା ସେମାନେ କହିଛନ୍ତି । ନିଜର କ୍ରସର ନଥିବା ଜଣେ ନିର୍ଦ୍ଧଷ୍ଟ ବ୍ୟକ୍ତି କିପରି ଦୀର୍ଘଦିନ ହେବ ସଂଘର କାର୍ଯ୍ୟକାରୀ ସଭାପତି ରହିଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେହିପରି ସଂଘର ବାର୍ଷିକ ହିସାବ ର କୌଣସି ଅଡିଟ ମଧ୍ୟ କରାଯାଉନାହିଁ, ଯାହା ଆଦାୟ ଅର୍ଥକୁ ହଡପ କରାଯାଉଥିବା ଘଟଣାକୁ ସ୍ପଷ୍ଟ କରୁଛି ବୋଲି ଚର୍ଚ୍ଚା ହେଉଛି ।
ତେବେ ଯଦି ସଂଘ ନିଷ୍ଟତି ଅନୁସାରେ କ୍ରସର ଓ ଗାଡି ବନ୍ଦ କରାଯାଏ, ତେବେ ବ୍ୟାଙ୍କ ରୁ ଋଣ ଆଣି କ୍ରସର ବା ଗାଡି କରିଥିବା ମାଲିକମାନେ କିପରି କିସ୍ତି ସୁଝିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କ୍ରସର ବା ଗାଡି ମାଲିକଙ୍କ ଅସୁବିଧା ସମୟରେ ସଂଘ ଦେଖାଦେଉନଥିବାବେଳେ କେବଳ ବ ିଭିନ୍ନ ଆଳରେ ଚାନ୍ଦା ଆଦାୟ କରି ବନ୍ଦ କରିବାକୁ ଆଗଭର ହେଉଥିବା ସେମାନେ ଅଭିଯୋଗ ଆଣିଛନ୍ତି ।
ତେବେ ବିଗତ ଦିନରେ ବେଆଇନଭାବେ କ୍ରସର ବନ୍ଦ କରିବା ଘଟଣାକୁ ନେଇ ତତ୍କାଳୀନ ଜିଲ୍ଲାପାଳ ସଂଘ ର କାର୍ଯ୍ୟକାରୀ ସଭାପତିଙ୍କୁ ତାଗିଦ୍ କରିଥିବା ନଜିର ରହିଛି । କିଛିଦିନ ପୂର୍ବେ ଜଗନ୍ନାଥ ମହାପ୍ରଭୁଙ୍କ ପାହାଡଗୁଡିକ ନିଲାମ ଲାଗି ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହି କ୍ରସର ମାଲିକ ସଂଘ ସେଥିରେ ବାହାର ସଦସ୍ୟଙ୍କୁ ନ ପୁରାଇବା ଲାଗି ଧମକ ଦେଇଥିବା ନଜିର ରହିଛି ।କିଛିଦିନ ପୂର୍ବେ ଜଗନ୍ନାଥ ମହାପ୍ରଭୁ ଙ୍କ ପାହାଡ଼ ଗୁଡିକ ନିଲାମ ଲାଗି ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ଏହି କ୍ରସର ମାଲିକ ସଂଘ ସେଥିରେ ବାହାର ସଦସ୍ୟଙ୍କୁ ନ ପୁରାଇବା ଲାଗି ଧମକ ଦେଇଥିବା ନଜିର ରହିଛି।
