May 14, 2026

ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଙ୍କ ଅଚାନକ ସାରଳା ପୀଠ ପରିଦର୍ଶନ ଓ ନବୀକରଣ କାର୍ଯ୍ୟ ର ସମୀକ୍ଷା

IMG-20260512-WA0056
Share

ତିର୍ତ୍ତୋଲ ତା 12/5/2026 ବିଭିନ୍ନ ଗଣମାଧ୍ୟମ ରେ ସାରଳାପୀଠର ନବୀକରଣ କାର୍ଯ୍ୟର ମନ୍ଥରତା ଓ ପ୍ରଶାସନର ଅପାରଗତା କୁ ନେଇ ଲଗାଦାର ଖବର ପ୍ରକାଶ ପାଇବା ପରେ, ଗତ ମଙ୍ଗଳବାର ଦିନ ଅପରାହ୍ନ ରେ ରାଜ୍ୟମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶଦାତା ପ୍ରକାଶ ଚନ୍ଦ୍ର ମିଶ୍ର ଅଚାନକ, ଝଙ୍କଡ଼ ସାରଳାପୀଠ ରେ ପହଁଞ୍ଜିବା ପରେ ତାଙ୍କୁ ଜଗତସିଂହପୁର ଜିଲ୍ଲାପାଳ ତଥା ସାରଳାମନ୍ଦିର ଟ୍ରଷ୍ଟର ସୋଲଟ୍ରଷ୍ଟି ଜେ ସୋନାଲ, ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ଏସପି ଅଙ୍କିତ ବର୍ମା, ତିର୍ତ୍ତୋଲ ଏସ ଡି ପି ଓ ଅଜୟ କୁମାର ଦାସ ଙ୍କ ସମେତ ଜିଲ୍ଲା ଓ ବ୍ଲକପ୍ରଶାସନର ପଦାଧିକାରୀ ମାନେ ତାଙ୍କୁ ସ୍ୱାଗତକରି ମନ୍ଦିରଭିତରକୁ ପାଛୋଟି ନେଇଥିଲେ l ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ, ନବୀକରଣ କାର୍ଯ୍ୟସ୍ଥିତି ଅନୁଧ୍ୟାନ କରିବାପରେ, ଅତିଥିଭବନ ରେ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ରେ ଅଂଶଗ୍ରହଣ କରି, ଓବିସିସି ଠିକାଦାରୀ ସଂସ୍ଥା ର ପ୍ରୋଜେକ୍ଟମ୍ୟାନେଜର ଓ ଯନ୍ତ୍ରୀମାନଙ୍କ ସହିତ ଆଲୋଚନା କରି, ମାଷ୍ଟରପ୍ଲାନ ର ନକ୍ସା ଦେଖିଥିଲେ l ଏହି ଅବସରରେ ମାଆଙ୍କ ସେବାୟତମାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ, ସାରଳାପୀଠର ସମ୍ପ୍ରସାରଣ ନିମନ୍ତେ ଆବଶ୍ୟକୀୟ ଜମି ଅଧିଗ୍ରହଣ l ମନ୍ଦିରପ୍ରଶାସନିକ ବ୍ୟବସ୍ଥା କୁ ତ୍ୱରାନ୍ୱିତ କରିବାପାଇଁ, ପୁରା ସମୟ ପାଇଁ ଜଣେ ଅବସରପ୍ରାପ୍ତ ଓ ଏସ ଅଫିସର ଙ୍କ ନିଯୁକ୍ତି, ଅସମ୍ପୂର୍ଣ ନିର୍ମାଣକାର୍ଯ୍ୟ କୁ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବା, ଦୁଇଦୁଇଟି ନାଟ୍ୟକଳାମଣ୍ଡପ କୁ ଭାଙ୍ଗିଦିଆଯାଇଥିବାରୁ ନିର୍ଦ୍ଧାରିତ ସ୍ଥାନ ରେ ନାଟ୍ୟମଣ୍ଡପ ନିର୍ମାଣ, 2009, 2015 ଓ 2018 ମସିହାରେ, ମନ୍ଦିରସମୁଖସ୍ଥ କନକପୁର ବଜାର ପଡିଆରେ ଥିବା ପାଞ୍ଚଶହ ରୁ ଉର୍ଧ୍ଵ ଦୋକାନଘର କୁ ତିନିଟି ପର୍ଯ୍ୟାୟ ରେ ଭାଙ୍ଗିଦିଆଯାଇଥିଲା l ମାତ୍ର ତିନିମାସ ମଧ୍ୟରେ ସମସ୍ତ ବିସ୍ଥାପିତ କୁ ନୂତନମାର୍କେଟ କମ୍ପେକ୍ସ ରେ ଦୋକାନଘର ଯୋଗାଇଦିଆଯିବ ବୋଲି 2015 ମସିହାରେ ତତକାଳୀନ ପୁରୀ ଶ୍ରୀମନ୍ଦିର ର ମୁଖ୍ୟପ୍ରଶାସକ ଓ ଜଗତସିଂହପୁର ଜିଲ୍ଲାପାଳ ସତ୍ୟକୁମାର ମଲ୍ଲିକ ଘୋଷଣା କରିଥିଲେ ମଧ୍ୟ ନବନିର୍ମିତ ମାର୍କେଟକପ୍ଲେକ୍ସ ରେ ଆଜିପର୍ଯ୍ୟନ୍ତ କୌଣସି ଜଣେହେଲେ ବିସ୍ଥାପିତ ଙ୍କୁ ଥଇଥାନ କରାଯାଇନାହିଁ, ପାନ୍ଥନିବାସ, ପାଠାଗାର ଓ ଝଙ୍କଡ଼ ବିଶ୍ରାମାଗାର ଆଦି କାର୍ଯ୍ୟକ୍ଷମ ହୋଇପାରୁନାହିଁ ବୋଲି ବିଭିନ୍ନ ଅଭାବ ଅସୁବିଧା ଓ ସମସ୍ୟା ଉପରେ, ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶଦାତା ଙ୍କୁ ଅବଗତ କରାଇଥିଲେ l ଏଥିପୂର୍ବରୁ ଏସବୁ ସମସ୍ୟାଉପରେ ରାଜ୍ୟଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଶ୍ରୀମତୀ ପ୍ରଭାତୀ ପରିଡା ଙ୍କ ସମେତ ଜିଲ୍ଲା ଓ ରାଜ୍ୟର ବହୁ ଜନପ୍ରତିନିଧି ମାନଙ୍କ ନିକଟରେ ଦାବୀ କରାଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ନବୀକରଣ କାର୍ଯ୍ୟ ଶିଥିଳ, ମନ୍ଥର ଓ ଠିକାଦାରୀ ସଂସ୍ଥା ର ମନମାନି ରେ ଚାଲିଛି l ଦେଖିବାକୁ ବାକିରହିଲା ମୁଖ୍ୟମନ୍ତ୍ରୀ ଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଙ୍କ ଏହି ସମୀକ୍ଷାବୈଠକ, ଆଗାମୀଦିନରେ କେବେ କାର୍ଯ୍ୟକ୍ଷମ ହେଉଛି ?ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର