May 18, 2024

ଚର୍ଚ୍ଚାରେ ଭାମଶ୍ୟାଳି ଦଣ୍ଡଯାତ୍ରା ନାଟକ ” ଆସିଛି ଏକା ଯିବି ମୁଁ ଏକା”…

Share

ବୁଗୁଡ଼ା : ତା୧୨/୦୪/୨୪ : ଚଳିତ ବର୍ଷ ପବିତ୍ର ଦଣ୍ଡଯାତ୍ରା ଉପଲକ୍ଷେ ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଭାମଶ୍ୟାଳି ଗ୍ରାମର ଶ୍ରୀ ଶ୍ରୀ ଶଙ୍କର ଉପାସକ ନାଟ୍ୟ ସଂଘ ପପକ୍ଷରୁ ପରିବେଷିତ ସୁପରହିଟ୍ ସାମାଜିକ ନାଟକ ” ଆସିଛି ଏକା ଯିବି ମୁଁ ଏକା ” ଚାରିଆଡେ ଚର୍ଚ୍ଚାର ପରିସରରେ ରହିଛି । ନିର୍ଦ୍ଦେଶକ କାହ୍ନୁ ଚରଣ ପ୍ରଧାନଙ୍କ ନିର୍ଦ୍ଦେଶନାରେ ଉତ୍କ ନାଟକରେ ପୁରୁଷ ଚରିତ୍ରରେ ୧୧ ଜଣ ଓ ନାରୀ ଚରିତ୍ରରେ ୫ଜଣ କଳାକାର ଅଭିନୟ କରୁଛନ୍ତି । ନାଟକର ଅଭିଜ୍ଞ ନାୟକ ଦୁର୍ଲଭ ବିଷୋୟୀଙ୍କ ସମେତ ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଯୋଗୁଁ ନାଟକଟି କେବଳ ବୁଗୁଡ଼ା ଅଞ୍ଚଳ ଭିତରେ ନୁହେଁ ବାହାରେ ମଧ୍ୟ ଦର୍ଶକଙ୍କ ଦ୍ବାରା ଖୁବ୍‌ ଆଦୃତ ହୋଇଛି । ଏଥି ସହ ଚିରିକିପଡା ଶାସନର ସଞ୍ଜୟ ଚିତ୍ରାଳୟର ଆକର୍ଷଣୀୟ ଆଲୋକସଜ୍ଜା ଓ ରୂପସଜ୍ଜା ଦର୍ଶକଙ୍କୁ ବିମୋହିତ ଏବଂ ଯାଜପୁର ସୁମନ ସଙ୍ଗୀତ ସଂସ୍ଥାର କଳାକାରଙ୍କ ସଙ୍ଗୀତ ପରିବେଷଣ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରି ପାରିଛି । ବୁଗୁଡା ବ୍ଲକର ଖରିଡା ଗ୍ରାମରେ ଆୟୋଜିତ ପଞ୍ଚୁଦଣ୍ଡରେ ପରିବେଷିତ ହୋଇ ଉକ୍ତ ନାଟକଟି ହଜାର ହଜାର ଦର୍ଶକଙ୍କ ମନକୁ ଛୁଇଁ ଚହଳ ସୃଷ୍ଟି କରିଛି । ଫଳରେ ଭାମଶିଆଳି ଦଣ୍ଡଯାତ୍ରା ନାଟକର ଚାହିଦା ଅହେତୁକ ଭାବେ ବୃଦ୍ଧି ପାଇଥ‌ିବା ବେଳେ ନାଟକ ପରିବେଷଣ ସ୍ଥଳରେ ଦର୍ଶକଙ୍କ ଅସମ୍ଭାଳ ଭିଡ ଦେଖିବାକୁ ମିଳୁଛି ।