ବିଶିଷ୍ଟ ସାରଳାଘଟନୃତ୍ୟଶିଳ୍ପୀ ଗୌରାଙ୍ଗ ରାଉଳ ଙ୍କ ବିୟୋଗରେ ଶୋକ….

nols
Share

                       ତିର୍ତ୍ତୋଲ ::-ରାଜ୍ୟ ତଥା ଜାତୀୟ ସ୍ତରରେ ସୁନାମ,- ସୁଖ୍ୟାତି ଅର୍ଜ୍ଜନ କରିଥିବା, ବିଶିଷ୍ଟ ସାରଳା ଘଟନୃତ୍ୟଶିଳ୍ପୀ, ଗୌରାଙ୍ଗ ଚରଣ ରାଉଳ (୬୯) ଙ୍କର ନିଜ ବାସଭବନ କନକପୁର ଠାରେ ପରଲୋକ ହୋଇଯାଇଛି। କିଛିମାସ ହେବ ସେ ଦୁରାରୋଗରେ ପୀଡ଼ିତ ହୋଇ, ମେଡିକାଲ ରୁ ଫେରି, ନିଜର ଜନ୍ମସ୍ଥାନ ଶାରଳାକ୍ଷେତ୍ର କନକପୁର ଗ୍ରାମରେ, ଘରେ ରହି ଚିକିତ୍ସିତ ହେଉଥିବା ବେଳେ, ପରଲୋକ ହୋଇଯାଇଛି। ସେ ଓଡିଶା ର ରାଜ୍ୟପାଳ ଙ୍କ ଦ୍ଵାରା ସମ୍ମାନୀତ ଓ ସମ୍ବର୍ଦ୍ଧିତ ହୋଇଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ, ପୁର୍ବତନ ସରପଞ୍ଚ ନମିତା ରାଉଳ , ଆଇନଜୀବୀ ମହେଶ ମହାନ୍ତି , ନୃସିଂହ ଚରଣ ରାଉଳ , ବିଶ୍ବରଂଜନ ରାଉଳ, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ, ସମାଜ ସେବୀ ଅଶୋକ କୁମାର ମହାନ୍ତି, ତ୍ରିଲୋଚନ ରାଉଳ , ଜନାର୍ଦ୍ଦନ ରାଉଳ , ସଚ୍ଚିଦାନନ୍ଦ ନାୟକ , ଭାଗିରଥୀ ରାଉଳ, ଅଜୟ କୁମାର ରାଉଳ , ବିଜୟ କୁମାର ରାଉଳ , ଅରକ୍ଷିତ ରାଉଳ ଓ ସାରଦା ପ୍ରାସାଦ ମହାନ୍ତି ଙ୍କ ସମେତ ସାରଳା ମନ୍ଦିରର ବହୁ ପଣ୍ଡା ସେବକ, ପ୍ରଶାସକ ଓ ଜନପ୍ରତିନିଧି ମାନେ ପହଞ୍ଚି, ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ସେ ପରଦିନ ମାଆ ସାରଳା ଠାକୁରାଣୀ ଙ୍କ ପ୍ରାତଃ ମାର୍ଜନା କର୍ଯ୍ୟରେ ନିଜକୁ ନିୟୋଜିତ କରିଆସିଥିଲେ । ସାରଳା ଘଟନୃତ୍ୟ ର ନୃତ୍ୟଗୁରୁ ଭାବରେ ବହୁ କଳାକାର ମାନଙ୍କୁ ତାଲିମ ଦେଇ ଥିବାରୁ, ଘଟନୃତ୍ୟ ପରମ୍ପରା ର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଅଛି । ତେବେ ଗ୍ରାମ୍ୟ ଶ୍ମଶାନ ରେ ତାଙ୍କର ଅନ୍ତେଷ୍ଟ୍ କ୍ରିୟା ସମୟରେ , ବଡ଼ପୁଅ ରୁଦ୍ରପ୍ରାସାଦ ରାଉଳ ମୁଖଗ୍ନୀ ଦେଇଥିବାର ଜଣାଯାଇଛି।

(ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର)

You may have missed