August 29, 2026

ଉମରକୋଟ ଠାରେ ଶୀତଳ ଷଷ୍ଠୀ ଉପଲକ୍ଷେ ଦେବ ଦମ୍ପତିଙ୍କ ଶୁଭ ବିବାହ ଅନୁଷ୍ଠିତ……..

IMG-20260620-WA0078
Share

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ)

ଶୀତଳ ଷଷ୍ଠୀ ଉପଲକ୍ଷେ ଆଜି ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଦେବ ଦମ୍ପତି ଭଗବାନ ଶିବ ଓ ମାତା ପାର୍ବତୀଙ୍କ ଶୁଭ ବିବାହ ଅନୁଷ୍ଠିତ ହୋଇଯାଇଛି। ବୈଦିକ ରୀତିନୀତି ଓ ପାରମ୍ପରିକ ପ୍ରଥା ଅନୁସାରେ ଆୟୋଜିତ ଏହି ଦିବ୍ୟ ବିବାହ ଉତ୍ସବରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ସନାତନ ସଂସ୍କୃତି ପରମ୍ପରା ଅନୁଯାଇ ମାନବ ସମାଜ ରେ ଯେଉଁ ଭଳି ବିବାହ କାର୍ଯ୍ୟ କରାଯାଏ ସେହିଭଳି ଦେବ ଦମ୍ପତି ଙ୍କ ବିବାହ କାର୍ଯ୍ୟ କଳିଙ୍ଗ କଳା ସାଂସ୍କୃତିକ ଯୁବ ପରିଷଦ ପକ୍ଷରୁ ଗୁଲିପାଟଣା ବାବା ବୈଦ୍ୟନାଥ ମନ୍ଦିର ଠାରେ ମହା ଆଡମ୍ବର ସହ ଦେବଦମ୍ପତି ଙ୍କ ବିବାହ କାର୍ଯ୍ୟ ମନ୍ଦିର ପରିସରରେ ସମ୍ପନ୍ନ ହୋଇଛି।ବୁଧବାର ଦିନ କନ୍ୟା ପିତାଙ୍କ ଘରେ ପୁରୋହିତ ଲକ୍ଷ୍ମୀ ତ୍ରିପାଠୀ ଦେବ ଦାମ୍ପତିଙ୍କ ନିର୍ବନ୍ଧ କାର୍ଯ୍ୟ କରିଥିଲେ।ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ବର ପିତା ମାତା ପ୍ରିୟତମା ପଣ୍ଡା ଓ ଅର୍ଜୁନ ପଣ୍ଡା ଙ୍କ ଘର ସମ୍ମୁଖରେ ବାବା ବୈଦ୍ୟନାଥ ଙ୍କ ଫୋଟୋ ଚିତ୍ର କୁ ଅଳଙ୍କାର, ସୁଗନ୍ଧିତ ପୁଷ୍ପମାଳ ପରିଧାନ କରାଯାଇ ବର ବେଶରେ ସୁସଜ୍ଜିତ କରାଯାଇ ଥିଲା। ବର ପିତାଙ୍କ ଘରୁ ସନ୍ଧ୍ୟା ୭ଘଣ୍ଟା ସମୟରେ ବରଯାତ୍ରୀ ବାହାରି ଗୁଳିପାଟଣା ସ୍ଥିତ ମନ୍ଦିରରେ ପହଞ୍ଚିଥିଲା । ଏହି ସମୟରେ ବାଣ, ବାଜା, ଡିଜେରେ ଝୁମି ଝୁମି ନାଚି ଥିଲେ ବରଯାତ୍ରୀ।ଏହି ସମୟରେ ପ୍ରାୟ ୧୦୦୦ ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। କନ୍ୟା ପିତା ନମିତା ପାଢ଼ୀ ଓ ପ୍ରଦୀପ କୁମାର ପାଢ଼ୀ ଏବଂ ପରିବାର ସଦସ୍ୟ ଭଗବାନ ଶିବ ଙ୍କ ବରଯାତ୍ରୀ ବୈଦ୍ୟନାଥ ମନ୍ଦିର ଠାରେ ପଟୁଆର ପହଞ୍ଚିବା ପରେ ବାଟବରଣ କରି ବିବାହ ବେଦୀକୁ ପାଛୋଟି ନେଇଥିଲେ ଓ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା। ରାତି ୯. ୪୫ ରୁ ୧୦. ୧୫ ମଧ୍ୟରେ ହସ୍ତଗଣ୍ଠି ପଡ଼ିଥିଲା। ମନ୍ଦିର କମିଟି ପକ୍ଷରୁ ପ୍ରାୟ ୩୦୦୦ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମହାଦେବଙ୍କ ଏହି କାର୍ଯ୍ୟକ୍ରମ ରେଅଞ୍ଚଳର ମାନ୍ୟ ଗଣ୍ୟବ୍ୟକ୍ତି ଯୋଗ ଦେଇଥିଲେ।ଗୁଳିପାଟଣା ମନ୍ଦିର ରେ ଶୀତଳ ଷଷ୍ଠୀର ଏହି କାର୍ଯ୍ୟକ୍ରମ ଟି ୨୦୧୨ ରୁ ଆରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ କଳିଙ୍ଗ କଳା ଓ ସାଂସ୍କୃତିକ ଯୁବ ପରିଷଦ ଓ ମନ୍ଦିର କମିଟିର ସମସ୍ତ ସଦସ୍ୟ ମାନେ ସମସ୍ତ ପ୍ରକାର ସହଯୋଗ କରିଥିଲେ।