ଆଜିର ଖବର..
୧-ଭୁବନେଶ୍ୱର:ପର୍ବ ପୂର୍ବରୁ ଫୁଡ୍ ସେଫ୍ଟିର ବଡ଼ ଚଢ଼ାଉ; ୩,୬୦୫ କେଜି ନକଲି ଖାଦ୍ୟ ନଷ୍ଟ, ମିଠା-ଖାଦ୍ୟ ଦୋକାନରେ କଡ଼ା ଯାଞ୍ଚ, ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ।
୨-ରାଜ୍ୟରେ ଏମିତି ଚାଲିଛି ଉଚ୍ଚ ଶିକ୍ଷା:୨ବର୍ଷ ହେଲା ହୋଇପାରୁନି ‘ନାକ୍’ ଆବେଦନ,୨ଶହରୁ ୮୦କୁ ଖସିଲାଣି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନ ସଂଖ୍ୟା।
୩-ଖୋଲିଲା ଟେଣ୍ଡର: ଖୁବ୍ ଶୀଘ୍ର ଆରମ୍ଭ ହେବ ଉପକୂଳ ରାଜପଥ କାମ। ଜୁନରେ ମିଳିଥିଲା କ୍ୟାବିନେଟ୍ ମଞ୍ଜୁରୀ।
୪-ପାରାଦୀପ PPL ସମ୍ପ୍ରସାରଣ ଜନ ଶୁଣାଣୀ ସଫଳ, ବଢ଼ିବ ନିଯୁକ୍ତି,ବଦଳିବ ଆର୍ଥିକ ଚିତ୍ର।
୫-ଆଜି ବଙ୍ଗୋପସାଗରରେ ସୃଷ୍ଟି ହେବ ନୂଆ ଲଘୁଚାପ; ୨୧ ଜିଲ୍ଲାକୁ IMDର ସତର୍କତା, ଆଜିଠୁ ଅତି ପ୍ରବଳ ବର୍ଷା ସମ୍ଭାବନା।
୬-ଭୁବନେଶ୍ୱର:ସୁଭଦ୍ରା ହିତାଧିକାରୀଙ୍କୁ ମିଳିଲା ପଞ୍ଚମ କିସ୍ତି, କୋଟିଏରୁ ଅଧିକ ହିତାଧିକାରୀଙ୍କ ଖାତାକୁ ପଠାଗଲା ୫ ହଜାର ଟଙ୍କା।
୭-ତେଜୁଛି ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ବିବାଦ, ସାମୁହିକ ଛୁଟି ନେଇ ଧାରଣାରେ ବସିଲେ ୮୦ ଅଧ୍ୟାପକ।
୮-ପାଟଣା ତହସିଲରେ ଭିଜିଲାନ୍ସ ଚଢ଼ାଉ;୬ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ରାଜସ୍ୱ ସହାୟକ।
୯-ବଦଳିବ କଲେଜ କ୍ୟାଣ୍ଟିନ ମେନୁ,ମେନୁରୁ ହଟିବ ପୁରି, ବରା, ଆଳୁଚପ ଭଳି ତେଲିଆ ଖାଦ୍ୟ,ଉଚ୍ଚଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶ।
୧୦-ଶ୍ରୀମନ୍ଦିରରେ ପାଳନ ହେଲା ଗହ୍ମାପୂଣ୍ଣମୀ ଓ ପ୍ରଭୁ ବଳଭଦ୍ର ଜନ୍ମୋତ୍ସବ ନୀତି, ଦୁଇ ଭାଇଙ୍କ ହାତରେ ରାଖୀ ବାନ୍ଧିଲେ ଭଉଣୀ ସୁଭଦ୍ରା।
୧୧-‘ସୁଭଦ୍ରା’ ମଞ୍ଚରେ ଭାବପ୍ରବଣ ମୁହୂର୍ତ୍ତ; ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଲେ ବାଚସ୍ପତି ଓ ଉପମୁଖ୍ୟମନ୍ତ୍ରୀ।
୧୨-ଏଣିକି ଆଧାର ସିଡ୍ ବ୍ୟାଙ୍କ ଆକାଉଣ୍ଟକୁ ଯିବ DBT ଟଙ୍କା; ସବୁ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ।
୧୩-SCB ମେଡିକାଲ କଲେଜର ଡାଟା ଏଣ୍ଟ୍ରି ଅପରେଟର ଗିରଫ, ୧କୋଟି ୪୦ ଲକ୍ଷ ଟଙ୍କା ହେରଫେର ଅଭିଯୋଗ।
୧୪-ନେପାଳ ବନ୍ୟାରେ ୬ ଓଡ଼ିଆ ନିଖୋଜ, ତିବ୍ବତରେ ପୁଣି ଭାଙ୍ଗିଲା ହ୍ରଦ,ଖାଲି କରାଗଲା ଗାଁ।
୧୫-ପାଲଲହଡା:ସାନବାଗଦରୀ ଗାଁରେ ସ୍କ୍ରବ୍ ଟାଇପସ୍ ଆତଙ୍କ; ଜଣେ ମୃତ, ୧୫ରୁ ଅଧିକ ଆକ୍ରାନ୍ତ… ଗାଁରେ ଭୟର ବାତାବରଣ।
୧୬-ଅପମିଶ୍ରଣ ଅଭିଯୋଗ ପରେ ସରକାରଙ୍କ ବଡ଼ ଆକ୍ସନ, ସାରା ଦେଶରେ ୨ ହଜାରରୁ ଅଧିକ ପେଟ୍ରୋଲ ପମ୍ପରେ ତେଲ ବିକ୍ରି ବନ୍ଦ।
୧୭-ପିଏମ ମୋଦୀ, ସିଏମ ଯୋଗୀ ; ଜେନ-ଆଲଫାଙ୍କ ସହ ପାଳନ କଲେ ରକ୍ଷାବନ୍ଧନ, ପ୍ରିୟଙ୍କାଙ୍କ ସହ ଫଟୋ ସେୟାର କରି ରାହୁଲ ଜଣାଇଲେ ଅଭିନନ୍ଦନ।
୧୮-ନେପାଳ ବନ୍ୟାରେ ବଢ଼ିଲା ଓଡ଼ିଆଙ୍କ ଦୁଃଖ: ବରଗଡ଼ର ଏକ ପରିବାରର ୩ ସଦସ୍ୟ ନିଖୋଜ।
୧୯-ନୂଆ ଦିଲ୍ଲୀ:NTAରେ ଦୁଇଜଣ ନିର୍ଦ୍ଦେଶକ ,ଜଣେ ଯୁଗ୍ମ ନିର୍ଦ୍ଦେଶକ ନିଯୁକ୍ତ।
୨୦-ପ୍ରଧାନମନ୍ତ୍ରୀ ଚେହେରା ଭାବେ ଅରବିନ୍ଦ କେଜରିୱାଲଙ୍କ ଠାରୁ ଅଭିଜିତ୍ ଦୀପକେଙ୍କୁ ଅଧିକ ପସନ୍ଦ କରୁଛନ୍ତି ଲୋକେ: ସର୍ଭେରେ ଖୁଲାସା।
୨୧-ନେପାଳରେ ମୃତ୍ୟୁର ବିଭୀଷିକା: ଏଯାବତ୍ ୫୪୭ ମୃତ ଦେହ ଉଦ୍ଧାର, ୯୩ ହଜାର ଲୋକ ପ୍ରଭାବିତ।
୨୨-ବେଙ୍ଗାଳୁରୁ:ମନ୍ତ୍ରୀ ଓ ବିଧାୟକ ପଦରୁ ଇସ୍ତଫା ଦେଲେ ବି. ନାଗେନ୍ଦ୍ର , ବିଜେପି ବିରୋଧରେ ଆଣିଲେ ଅଭିଯୋଗ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
