May 18, 2024

ଅଞ୍ଜୁମନ ଇସ୍ଲାମିୟା କମିଟି ଉମରକୋଟ ପକ୍ଷରୁ ପବିତ୍ର ଇଦୁଲ ଫିତର ପାଳିତ……..

Share

 

 

ଉମରକୋଟ:-ଶେଷ ହୋଇଛି ମୁସଲମାନ ଭାଇ ଭଉଣୀ ଙ୍କ ପବିତ୍ର ରମଜାନ ମାସ । ଏହି ମାସ ମୁସଲିମ ସମ୍ପ୍ରଦାୟଙ୍କ ପବିତ୍ର ମାସ ହୋଇଥିବାରୁ ଏହି ମାସରେ ସମସ୍ତ ମୁସଲିମ ଭାଇ ଭଉଣୀ ମାନେ ଆଲ୍ଲାଙ୍କ ନାମରେ ଦିନ ତମାମ ଉପବାସରେ
ରହିଥାନ୍ତି, ଯାହାକୁ ରୋଜା ମଧ୍ୟ କୁହାଯାଇଥାଏ। ଏଥିସହ ମାସ ତମାମ ଗରିବ ଓ ଅଭାବୀ ଲୋକଙ୍କୁ ଦାନଧର୍ମ ମଧ୍ୟ କରିଥାନ୍ତି। ରମଜାନ ମାସର ଅନ୍ତିମ ଦିବସ | ଆଜି ସାରା ବିଶ୍ଵରେ ପାଳିତ ହେଉଛି ପବିତ୍ର ଇଦ୍ ପର୍ବ । ଉମରକୋଟ
ସହର ମଧ୍ୟ ଏଥିପାଇଁ ହୋଇଛି ଉତ୍ସବ ମୁଖର । ଉମରକୋଟ ଅଞ୍ଜୁମନ ଇସ୍ଲାମିୟା କମିଟି ପକ୍ଷରୁ ମହା ଆଡମ୍ବରରେ ସହ ପାଳନ ହେଉଛି ଇଦ୍ ପର୍ବ । ଏହି ପରି ପେକ୍ଷୀରେ ମୁସଲମାନ ଭାଇ ଭଉଣୀ ଓ ଶିଶୁମାନେ ଏକତ୍ରିତ ହୋଇ ଓଡ଼ିଶା ପ୍ରସିଦ୍ଧ ମସଜିଦ ନିକଟରୁ ଉମରକୋଟ ଆଞ୍ଜୁମନ ଇସ୍ଲାମିୟା କମିଟି ସଭାପତି ମହମ୍ମଦ ସଲିମ ରାଠୋର ଏବଂ ପୂର୍ବତନ ସଭାପତି ଖାଲିଦ ଜିଲାନୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏକ ବିଶାଳ ଶୋଭାଯାତ୍ରା ରେ ବାହାରି ରାଇଘର ରୋଡ୍ ସ୍ଥିତ ଇଦ୍ଗ। ନିକଟରେ ପହଁଞ୍ଚି ଥିଲେ। ପରେ ସମସ୍ତେ ଏକତ୍ରିତ ହୋଇ ଉମରକୋଟ ଅଞ୍ଚଳ ରେ ଭାଇଚାରା ବଜାୟୀ ରହିବା ଓ ବିଶ୍ଵ ଶାନ୍ତି ପାଇଁ ଆଲ୍ଲାଙ୍କ ନିକେଟରେ ପ୍ରାର୍ଥନା କରିଥିଲେ।
ଏହି ପ୍ରାର୍ଥନା ସଭାରେ ଆଞ୍ଚୁମନ ଇସ୍ଲାମିୟ କମିଟି ସଭାପତି ମହମ୍ମଦ ସଲିମ ରାଠୋର ଉପସ୍ଥିତ ସମସ୍ତଙ୍କୁ ଭାଇଚାରାର ବାର୍ତା ବାଣ୍ଟିବା ସହ ଅଞ୍ଚଳ ରେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଆଞ୍ଜୁମନ ଇସ୍ଲାମିୟା କମିଟିର ଉପସଭାପତି ସହଜାଦା ରଜିଭ୍,ସମ୍ପାଦକ ଅଲ୍ଲୀ ଲାଠିଆ, ଯୁଗ୍ମ ସମ୍ପାଦକ ଶେଖ ଅନିଶ, ଇନୁଷ ମାଲକାନୀ, ଉମର ହିଙ୍ଗରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)