May 18, 2024

ବୁଗୁଡ଼ାରେ କ୍ଲକ୍ ଟାଓ୍ବାରର କ୍ଲକ୍ ଖରାପ , ସଜାଡିବାକୁ ଦାବି….

Share

ବୁଗୁଡା : ତା ୧୨/୦୪/୨୪ : ବୁଗୁଡା ସହରର ମଦନ ମୋହନ ଛକରେ ଶୋଭା ପାଉଥିବା କ୍ଲକ୍ ଟାଓ୍ବାରରେ ଲାଗିଥିବା ଚାରୋଟିଯାକ କ୍ଲକ୍ ଦୀର୍ଘ ଦିନ ହେଲା ଖରାପ ହୋଇପଡିଥିଲା ବେଳେ ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ଗତ ଫେବୃୟାରୀ ୨ ତାରିଖରେ ମଦନ ମୋହନ ଛକରେ ସ୍ଥାପିତ ଉକ୍ତ କ୍ଲକ ଟାଓ୍ବାରଟି ଉଦଘାଟିତ ହୋଇଥିଲା ବେଳେ ସାଧାରଣରେ ଖୁସି ବ୍ଯକ୍ତ କରାଯାଇଥିଲା । କିନ୍ତୁ, ୨ ଦିନ ପରେ ଟାୱାରରେ ଲାଗିଥିବା ଘଡି ଚାରୋଟି ସଠିକ୍ ଭାବେ କାମ ନକରିବାରୁ ଲୋକଙ୍କ ଖୁସିରେ ଭଟ୍ଟା ପଡିଥିଲା । ଘଡି ଚାରୋଟି ଭୂଲ ସମୟ ଦର୍ଶାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ନେଇ ଅଭିଯୋଗ କଲେ ମଧ୍ଯ ଏନ୍ଏସି କର୍ତ୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ଯୋଗୁଁ କୌଣସି ସୁଫଳ ମିଳୁନାହିଁ । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଉକ୍ତ ଟାଓ୍ବାରରେ ଅକାମୀ ଘଡି ଚାରୋଟି ଖଞ୍ଜି ଦେଇ ବେଶ୍ ମୁନାଫା କମାଇ ଠିକାଦାର ଛୁ ମାରିଥିବା ବେଳେ ଲୋକେ ବନ୍ଦ ଘଡିକୁ ଚାହିଁ ଅଶୁଭ ମନେ କରୁଛନ୍ତି । ପ୍ରବଳ ଜନ ଅସନ୍ତୋଷ ସାଙ୍ଗକୁ ବାରମ୍ବାର ଅଭିଯୋଗ ସତ୍ତ୍ୱେ କେଉଁ ରହସ୍ୟମୟ କାରଣରୁ ଘଡି ଚାରୋଟିକୁ ସଜଡା ଯାଇପାରୁନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅନ୍ଯପକ୍ଷରେ ସେହି କ୍ଲକ୍ ଟାଓ୍ବାରରେ ଖଚିତ ୪ଟି ଘଡିକୁ ସଜାଡିବାକୁ ଏନ୍ଏସି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।