ଗମ୍ଭାରୀପାଲି ଉମା ମାହେଶ୍ବରୀ ଶକ୍ତି ପୀଠରେ ଖଣ୍ଡା ଲେଉଟା ପର୍ବ
ବରଗଡ,ତା ୧୧/୧୦ (ସୁରେନ୍ଦ୍ର କଠାର )
ବରଗଡ ଜିଲା ଅତାବିରା ବ୍ଲକ ଗମ୍ଭାରୀପାଲି ଆଞ୍ଚଳିକ ଉମା ମାହେଶ୍ୱରୀ ମନ୍ଦିରରେ ପବିତ୍ର ମହାଳୟା ଅବସରରେ ଶନିବାର ବିଳମ୍ବିତ ରାତ୍ରରେ ମାଁ ମାହେଶ୍ୱରୀଙ୍କର ଖଣ୍ଡା ଲେଉଟା ପର୍ବ ଅନୁଷ୍ଠିତ ହୋଇଯାଇଛି l ପୂଜକ ସନ୍ତୋଷ ମହାକୁର ପୂଜାର୍ଚ୍ଚନା କରିସାରିବା ପରେ ମାଁ ମାହେଶ୍ୱରୀଙ୍କର ଶାଳକା ବାଡ଼ିଙ୍କୁ ଛତ୍ର, ବୈରଗ ସହ ଢୋଲ ନିଶାନ, ମୁହୁରି ଓ ଘଣ୍ଟ ଶଙ୍ଖ ବଜାଇ ବେଜିମାନଙ୍କ ଦେହରେ ଦେବୀ ଆହ୍ୱାନ କରାଯାଇ ନିକଟସ୍ଥ ପୁଷ୍କରିଣୀକୁ ସ୍ନାନ ଯାତ୍ରାପାଇଁ ନିଆଯାଇଥିଲା l ମାଁ ମାହେଶ୍ୱରୀଙ୍କୁ ପୁଷ୍କରିଣୀରେ ମହାସ୍ନାନ କରାଯାଇ ଘାଟରେ ଖଣ୍ଡା ଲେଉଟା ପୂଜା କରାଯାଇଥିଲା l ଷୋହଳ ପୂଜାର ପ୍ରଥମ ଆଠଦିନ ମାଙ୍କୁ ସୋମ୍ୟସ୍ୱରୂପ ଓ ମହାଳୟା ପର ଆଠଦିନ ଦେବୀଙ୍କର ଉଗ୍ରଉପାସନା କରାଯାଇଥାଏ l
