ରାଜନୀତି ବିଜ୍ଞାନ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ମଦନ ମେହେରଙ୍କୁ ଓଡ଼ିଶା ଗୌରବ ସମ୍ମାନ – ୨୦୨୬
, ବରଗଡ
ରାଜନୀତି ବିଜ୍ଞାନ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଅନୁକରଣୀୟ ସେବା ପାଇଁ ଡକ୍ଟର ମଦନ ମେହେରଙ୍କୁ ପ୍ରତିଷ୍ଠିତ *ଓଡ଼ିଶା ଗୌରବ ସମ୍ମାନ – ୨୦୨୬* ରେ ସମ୍ମାନିତ କରାଯାଇଛି।
ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ କାଉନସିଲ, ଇଣ୍ଡିଆ (HRPCI) ପକ୍ଷରୁ ଆୟୋଜିତ ଏହି ସମ୍ମାନ ସମାରୋହ ରବିବାର ଭୁବନେଶ୍ୱର ମେଫେୟାର କନଭେନସନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବେ ଶ୍ରୀ ବଳରାମ ବେହେରା ଅବସରପ୍ରାପ୍ତ ଡିଆଇଜି ସିଆରପି,ଡକ୍ଟର ନାରାୟଣ ପତି ରାଜ୍ୟ ସଭାପତି(HRPCI),ଡକ୍ଟର ପ୍ରକାଶ ଶ୍ରୀଚନ୍ଦନ ସଭାପତି ପାଇକ ଆଖଡା ସଭାପତି,ଶ୍ରୀ ଦୁର୍ଗା ମାଧବ ରାୟ ସମ୍ପାଦକ (HRPCI) .ବର୍ଷା ପ୍ରିୟଦର୍ଶନୀ ଚଳଚ୍ଚିତ୍ର ଅଭିନେତ୍ରୀ ଯୋଗଦେଇ ଡକ୍ଟର ମଦନ ଙ୍କୁ ମାନପତ୍ର ,ଉପଢୌକନ ଓ ଉତ୍ତରୀୟ ଦେଇ ସମ୍ମାନ ପ୍ରଦାନ କରିଥିଲେ |
ଆୟୋଜକଙ୍କ ପକ୍ଷରୁ ମିଳିଥିବା ମାନପତ୍ରରେ ଉଲ୍ଲେଖ ରହିଛି ଯେ, ଡକ୍ଟର ମେହେରଙ୍କ ଉତ୍ସର୍ଗୀକୃତ ଭାବ, ନେତୃତ୍ୱ ଏବଂ ପ୍ରତିବଦ୍ଧତା ଓଡ଼ିଶା ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛି ଏବଂ ଉତ୍କର୍ଷତା ମାଧ୍ୟମରେ ସମାଜକୁ ପ୍ରେରିତ କରିଛି।
ଏଠାରେ ସୂଚନା ଯୋଗ୍ୟ ଯେ ଡକ୍ଟର ମେହେର ବର୍ତ୍ତମାନ ଅତାବିରା କଲେଜରେ ରାଜନୀତି ବିଜ୍ଞାନର ମୁଖ୍ୟ ଅଧ୍ୟାପକ ଭାବେ କାର୍ଯ୍ୟରତ ଅଛନ୍ତି |ସମ୍ବଲପୁର ଜିଲା ଧମାରେ ସେ ଜୋତା ପାଲିସ କରି ପାଠପଢି ଜେଏନୟୁ ରେ ଡକ୍ଟରେଟ ଉପାଧି ପାଇଥିଲେ |
ଏହି ସମ୍ମାନ ପାଇବା ପରେ ଡକ୍ଟର ମେହେରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।ସୁରେନ୍ଦ୍ର କଠାର)
