କୋକସରା ଧାନ ମଣ୍ଡିରେ ଗଣ୍ଡ ସମାଜର ନୂଆଁଖାଇ ଭେଟଘାଟ..

୧୧/୧୦(ଧର୍ମଗଡ ଉପଖଣ୍ଡ ରୁ ପ୍ରଦିପ ଭରା ସଗରିଆ ଙ୍କ ରିପୋର୍ଟ୍ “ଉପାନ୍ତ ଖବର”)
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକସ୍ଥିତ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଉତ୍ସାହ, ଆନନ୍ଦ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ଗଣ୍ଡ ସମାଜର ଏହି ଭେଟଘାଟ କାର୍ଯ୍ୟକ୍ରମ ସମାଜର ଏକତା, ଭାଇଚାରା, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟକୁ ଉଜ୍ଜୀବିତ କରିବାର ଏକ ମାଧ୍ୟମ ପାଲଟିଥିଲା।
କାର୍ଯ୍ୟକ୍ରମର ଶୁଭାରମ୍ଭରେ କୋକସରା ଠାକୁରାଣୀ ମନ୍ଦିରଠାରୁ ଏକ ଭବ୍ୟ ମଶାଲ ଯାତ୍ରା ବାହାରିଥିଲା। ପାରମ୍ପରିକ ଉତ୍ସାହ ଓ ଶ୍ରଦ୍ଧାର ସହ ଏହି ମଶାଲ ଯାତ୍ରା ମଣ୍ଡି ପରିସରରେ ଥିବା ସଭାମଞ୍ଚ ନିକଟରେ ପହଞ୍ଚିଥିଲା। ଏହାପରେ ଗଣ୍ଡ ସମାଜର ଇଷ୍ଟଦେବତା ଶ୍ରୀ ଚତୁରଭୁଜ ବୁଢ଼ା ଦେଓଙ୍କ ପୂଜାର୍ଚ୍ଚନା କରାଯାଇ ସମାଜର ମଙ୍ଗଳ, ସମୃଦ୍ଧି ଓ ଶାନ୍ତି କାମନା କରାଯାଇଥିଲା। ପୂଜାର୍ଚ୍ଚନା ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରଣେଶ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦକ୍ଷିଣ ଓଡ଼ିଶା ଆଦିବାସୀ ସଭାପତି ଗଙ୍ଗାଧର ମାଝୀ, ମହେଶ୍ୱର ମାଝୀ, କୋକସରା ବିଡିଓ ଡ. ହିମାଞ୍ଚଳ ମାଝୀ ଓ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥିଲେ।
ସେହିପରି କୋକସରା ବ୍ଲକ ଗଣ୍ଡ ସମାଜର ସଭାପତି ନନ୍ଦକିଶୋର ଧରୁଆ, ନେତ୍ରାନନ୍ଦ ଧରୁଆ, ମହେନ୍ଦ୍ର ଧରୁଆ, ଉପଦେଷ୍ଟା କମିଟିର ଉଦ୍ଧବ ଧରୁଆ, ଦିଗାମ୍ବର ଦଳପତି, ରାମପ୍ରସାଦ ଧରୁଆ, ବିଦେଶୀ ଧରୁଆ, ପ୍ରସନ୍ନ ନାଏକ, ତ୍ରିନାଥ ପୋଟା, ରାଜକିଶୋର ଧରୁଆ, ଗୋଶିଙ୍ଗ ଧରୁଆ ଓ ଭୁବନେଶ୍ୱର ମାଝୀଙ୍କ ସମେତ ବିଭିନ୍ନ ପଞ୍ଚାୟତର ସଭାପତି ଓ ସମାଜର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ।
ନୂଆଁଖାଇ କେବଳ ନୂଆ ଧାନ ଖାଇବାର ପର୍ବ ନୁହେଁ, ଏହା ପରିବାର, ବନ୍ଧୁବାନ୍ଧବ ଓ ସମାଜର ସମସ୍ତଙ୍କୁ ଏକତ୍ର କରିବା ସହ ପାରସ୍ପରିକ ସମ୍ପର୍କକୁ ମଜବୁତ କରିବାର ଏକ ମହାନ ପରମ୍ପରା। ଏହି ଭେଟଘାଟ ମାଧ୍ୟମରେ ଗଣ୍ଡ ସମାଜର ଏକତା ଓ ସଂଗଠନକୁ ଆହୁରି ସୁଦୃଢ଼ କରିବା
