ବରଗଡ଼ର ବିଶିଷ୍ଟ ବ୍ୟକ୍ତି ବିନୋଦ କୁମାର ଅଗ୍ରୱାଲଙ୍କ ପରଲୋକ
ବରଗଡ଼:ତା ୧୧/୧୦ (ସୁରେନ୍ଦ୍ର କଠାର)
– ବରଗଡ଼ ସହରର ଜଣାଶୁଣା ବ୍ୟକ୍ତି, ଜର୍ଜ ହାଇସ୍କୁଲ ୧୯୭୫ ମେଟ୍ରିକ ବ୍ୟାଚ ତଥା ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଆଜୀବନ ସଦସ୍ୟ ଶ୍ରୀ ବିନୋଦ କୁମାର ଅଗ୍ରୱାଲଙ୍କ ୬୮ ବର୍ଷ ବୟସରେ ପରଲୋକ ଘଟିଛି। ଆଜି ସକାଳେ ସରସ୍ୱତୀ ଏନକ୍ଲେଭ ନିକଟସ୍ଥ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଜଣେ ସରଳ, ଅମାୟିକ ଓ ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ଏକମାତ୍ର ଝିଅ ନୂପୁର, ନାତି-ନାତୁଣୀ ଓ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥିଲେ। ଖବର ପାଇ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜିରା ନଦୀ କୂଳ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ନାତି ଶ୍ରେଷ୍ଠ ଜିନ୍ଦଲ ଓ ଅର୍ଶ ଜିନ୍ଦଲ ମୁଖାଗ୍ନି ଦେଇଥିଲେ।
