October 11, 2026

ଡେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟ ପରିଦର୍ଶନ କଲେ ରାଜ୍ୟପାଳ

IMG-20261011-WA0026
Share

 

 

ବରଗଡ,ତା ୧୧/୧୧(ସୁରେନ୍ଦ୍ର କଠାର)

 

ରବିବାର ସକାଳ ୧୦ଟାରେ ବରଗଡ ସ୍ଥିତ ପ୍ରସିଦ୍ଧ ଡେବ୍ରିଗଡ଼ ବନ୍ୟଜନ୍ତୁ ଅଭୟାରଣ୍ୟ ପରିଦର୍ଶନ କରିଛନ୍ତି ଓଡିଶାର ରାଜ୍ୟପାଳ ମହାମହିମା ହରିବାବୁ କମ୍ମୁପତି ଯାହା ଏହାର ସମୃଦ୍ଧ ଜୈବ ବିବିଧତା ଓ ବନ୍ୟଜୀବନ ପାଇଁ ପ୍ରସିଦ୍ଧ।

 

ସଫାରୀ ସମୟରେ ଓଡ଼ିଶାର ବିବିଧ ବନ୍ୟଜୀବନକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିଲେ ସେମାନଙ୍କ ପ୍ରାକୃତିକ ବାସସ୍ଥାନରେ କଲରାପତରିଆ ବାଘ, ହରିଣ ଓ ଭାଲୁକୁ ଦେଖିଲେ। ଏହି ପରିଦର୍ଶନ ସମୟରେ ଅଭୟାରଣ୍ୟର ଉତ୍ତମ ରକ୍ଷଣାବେକ୍ଷଣ, ଚାଲିଥିବା ଉନ୍ନୟନ କାର୍ଯ୍ୟ ଏବଂ ବନ୍ୟଜୀବ ସଂରକ୍ଷଣ ପ୍ରତି ପ୍ରତିବଦ୍ଧତାକୁ ଅନୁଭବ କରିବାର ସୁଯୋଗ ପାଇଲେ |ପରିଦର୍ଶନ ସମୟରେ ରାଜ୍ୟପାଳକଂ ସହ ବନ ବିଭାଗ ର କର୍ମଚାରୀ ଓ ସଂପୃକ୍ତ ସରକାରୀ ପ୍ରଶାସନିକ ଅଧିକାରୀ ଉପସ୍ତିତ ଥିଲେ |

 

ଡେବ୍ରିଗଡ଼ ଓଡ଼ିଶାର ପ୍ରାକୃତିକ ଐତିହ୍ୟର ଏକ ଉତ୍କୃଷ୍ଟ ନିଦର୍ଶନ ଭାବେ ଠିଆ ହୋଇଛି, ଯାହା ବନ୍ୟଜୀବନ ସୁରକ୍ଷା ଏବଂ ଦାୟିତ୍ୱପୂର୍ଣ ଇକୋ-ଟୁରିଜିମକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱକୁ ଦର୍ଶାଉଛି।

You may have missed