ତାଳଚେର ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ABVPର ବାଜିମାତ୍: ୧୬ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ
ତାଳଚେର: ତାଳଚେର ବଲଣ୍ଡାସ୍ଥିତ ନୀଳକଣ୍ଠେଶ୍ୱର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)କୁ ବଡ଼ ସଫଳତା ମିଳିଛି। ମହାବିଦ୍ୟାଳୟରେ ABVPର ୧୬ ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି।
ଏହି ସଫଳତାକୁ ନେଇ ABVP ସମର୍ଥକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ବିଜୟୀ ପ୍ରାର୍ଥୀମାନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଉଛି।
ମହାବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶିକ୍ଷାର ବିକାଶ ଏବଂ ଛାତ୍ରସ୍ୱାର୍ଥ ସମ୍ବଳିତ କାର୍ଯ୍ୟକୁ ଆଗକୁ ବଢ଼ାଇବା ଦିଗରେ ବିଜୟୀ ପ୍ରାର୍ଥୀମାନେ ଗୁରୁତ୍ୱ ଦେବେ ବୋଲି ଆଶା ପ୍ରକାଶ ପାଇଛି।
ବିଜୟୀ ସମସ୍ତ ୧୬ ଜଣ ପ୍ରାର୍ଥୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।
