March 10, 2026

ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା

IMG-20230811-WA0092
Share

ଫାଇଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ, ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା
ବୁଗୁଡ଼ା : ତା ୧୧/୦୮/୨୩ : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜର ଏନ୍ଏସ୍ଏସ୍ ୟୁନିଟ୍ ପକ୍ଷରୁ ଫାଇଲେରିଆ ନିରାକରଣ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । କଲେଜର ଭାରପ୍ରାପ୍ତ ଅଧ୍ଯକ୍ଷ ଗୋପୀନାଥ ମହାନ୍ତି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଏଥିରେ ବୁଗୁଡା ମେଡିକାଲ କର୍ମଚାରୀ , ଆଶାକର୍ମୀ ଓ ଅଙ୍ଗନୱାଡି କର୍ମୀମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଫାଇଲେରିଆ ରୋଗ ପ୍ରତିରୋଧକ ଔଷଧ ସେବନ କରାଇଥିଲେ । ଏଥି ସହ ଏନ୍ଏସ୍ଏସ୍ ୟୁନିଟ୍ ଅଧିକାରିଣୀ ଅଧ୍ଯାପିକା ମିନତୀ ଆଚାରୀଙ୍କ ତତ୍ତ୍ବାବଧାନରେ ସ୍ବେଚ୍ଛାସେବୀମାନେ ଏକ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ଢେଉକା ଗ୍ରାମରେ ପହଞ୍ଚି ସେଠାରେ ପଥପ୍ରାନ୍ତ ନାଟକ “ଫାଇଲେରିଆ ତୁ ଫେରିଯା” ମାଧ୍ୟମରେ ଫାଇଲେରିଆ ନିରାକରଣ ପ୍ରତି ଜନସଚେତନତା ସୃଷ୍ଟି କରିଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ଅଧ୍ଯାପିକା ଭାଗ୍ଯଲତା ମହାପାତ୍ର ଓ କ୍ରୀଡା ଶିକ୍ଷକ ଭଞ୍ଜ କିଶୋର ଗୌଡ଼ଙ୍କ ସମେତ ଅନ୍ୟ ଅଧ୍ଯାପକମାନେ ସହଯୋଗ କରିଥିଲେ । ଏକ ସପ୍ତାହ ବ୍ଯାପି ଅନୁଷ୍ଠିତ ହେବାକୁ ଯାଉଥିବା ଉକ୍ତ ନିରାକରଣ ଅଭିଯାନ ଅବସରରେ ଦୈନିକ କଲେଜ ଛାତ୍ରଛାତ୍ରୀଙ୍କୁ ପର୍ଯାୟ କ୍ରମେ ଫାଇଲେରିଆ ପ୍ରତିଷେଧକ ଔଷଧ ସେବନ କରାଯିବା ସହ ନିକଟସ୍ଥ ଅନ୍ୟ ଗ୍ରାମଗୁଡ଼ିକରେ ମଧ୍ୟ ଜନସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଏନ୍ଏସ୍ଏସ୍ ୟୁନିଟ୍ ଅଧିକାରିଣୀଙ୍କଠାରୁ ପ୍ରକାଶ ପାଇଛି ।