ସକାଳର ଖବର
*╭─────────────────────╮*
*🌄ସକାଳର ଖବର, ୧୧-ଅଗଷ୍ଟ-୨୦୨୩, ଶୁକ୍ରବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଏଣିକି ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ରାଜ୍ୟର ୫ଟି ଉପକ୍ରମରେ ଥିବା ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡିଆ ମାଧ୍ୟମ ବିଦ୍ୟାଳୟର ପିଲାମାନଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ l
➡️୨-ରାଷ୍ଟ୍ରପତିଙ୍କଠାରୁ ଭୂମି ସମ୍ମାନ ପାଇଥିବା 19 ଟି ଜିଲ୍ଲା ଗୁଡିକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l
➡️୩-କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ମହିଳା ଓ ସନ୍ତାନଙ୍କୁ ଏକାକୀ ଲାଳନ ପାଳନ କରୁଥିବା ପୁରୁଷଙ୍କ ପାଇଁ ଖୁସି ଖବର, ଏଣିକି ଚାକିରି କାଳ ମଧ୍ୟରେ ମିଳିବ ମୋଟ ୭୩୦ଦିନର ଛୁଟି l
➡️୪-ଚନ୍ଦ୍ରାୟାନ ଥ୍ରୀରୁ ମିଳିଲା ଉଭୟ ପୃଥୀବୀ ଓ ଚନ୍ଦ୍ରର ଫଟୋ । ଚନ୍ଦ୍ରୟାନ ଲ୍ୟାଣ୍ଡର ଇମେଜର କ୍ୟାମେରା ଉଠିଥିବା ଫଟୋକୁ ଟୁଇଟ କଲା ଇସ୍ରୋ l
➡️୫-ବୁଟ ଡାଲିକୁ ‘ଭାରତ ଡାଲି’ ଭାବରେ ବିକ୍ରି ଆରମ୍ଭ କଲେ କେନ୍ଦ୍ର ସରକାର l 1 କିଲୋଗ୍ରାମ ପ୍ୟାକେଟ୍ ପିଛା 60 ଟଙ୍କା l
➡️୬-ମାହାଙ୍ଗା ବ୍ଲକର ନନ୍ଦକିଶୋର ବିଦ୍ୟା ମନ୍ଦିର କୁସୁପୁର ସ୍କୁଲରେ କୃମି ଔଷଧ ଖାଇ ସ୍କୁଲରେ ୧୦ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅସୁସ୍ଥ, ମେଡିକାଲ୍ରେ ହେଲେ ଭର୍ତ୍ତି l
➡️୭-ରାଜଧାନୀରେ ଡେଙ୍ଗୁ ବେକାବୁ, ସ୍ଥିତି ଅସମ୍ଭାଳ । ଖୋଦ୍ ରାଜଧାନୀର ସବୁଠୁ ବଡ଼ ସରକାରୀ ହସପିଟାଲର ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି ଡେଙ୍ଗୁ ଆକ୍ରାନ୍ତ । ଆକ୍ରାନ୍ତଙ୍କ ଅନୁସାରେ ବେଡ୍ ନାହିଁ ।
➡️୮-ରଜନୀକାନ୍ତଙ୍କ ଜେଲର ସିନେମା ଦେଖିବା ପାଇଁ ଜାପାନରୁ ଭାରତକୁ ଆସିଛନ୍ତି ଜାପାନ ନାଗରିକ l
➡️୯-ବରିଷ୍ଠ ବିଜେପି ନେତ୍ରୀ ନିବେଦିତା ପ୍ରଧାନଙ୍କ ୬୦ଵର୍ଷ ଵୟସରେ ହେଲା ପରଲୋକ, ଥିଲେ କଟକର ପ୍ରଥମ ମେୟର l
➡️୧୦-ଆଜି ପ୍ରେକ୍ଷାଳୟରେ ରିଲିଜ୍ ହେବ ଫିଲ୍ମ ‘ଗଦର-୨’ l ପୂର୍ବରୁ ସାମ୍ନାକୁ ଆସିଲା ଓପେନିଂ କଲେକ୍ସନ, ପ୍ରଥମ ଦିନରେ ରୋଜଗାର ହେବ ୧୫-୧୮ କୋଟି ଟଙ୍କା l
➡️୧୧-ଗତ କିଛି ଦିନ ହେବ ମୁମ୍ବାଇରେ କରୋନାର ନୂଆ ମାମଲା ପୁଣି ବଢିବାରେ ଲାଗିଛି। ତେଣୁ ହସ୍ପିଟାଲ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ବିଏମସି l
➡️୧୨-ନିୟମ ନ ମାନି ୫୦ ଲକ୍ଷ ଫାଇନ୍ ମାମଲା: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସ’ କୁ ହାଇକୋର୍ଟ ଦେଲେ ସୁରକ୍ଷା l
➡️୧୩-ଚାଲିଥିଲା ମୋଦୀଙ୍କ ଅଭିଭାଷଣ । ଅଧାରୁ ଗୃହତ୍ୟାଗ କଲେ ବିରୋଧୀ ସାଂସଦ । ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ନେଇ ବର୍ଷିଲେ ପ୍ରଧାନମନ୍ତ୍ରୀ, କହିଲେ ଏହା ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ନୁହେଁ ବରଂ ଅହଂକାରୀ ମେଣ୍ଟ
➡️୧୪-ସଂସଦର କାର୍ଯ୍ୟ ଚାଲିଥିବା ବେଳେ ସେ ବିଶୃଙ୍ଖଳା ଆଚରଣ କରିବାରୁ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଲୋକସଭାରୁ ହେଲେ ନିଲମ୍ବିତ l
➡️୧୫-ଜାରି ହେଲା ନୂଆ ପଲିସି, ରେପୋ ରେଟ୍ ଅପରିବର୍ତ୍ତିତ, RBIର ଦାବି ଭାରତ ହେବ ବିଶ୍ୱର ଅଭିବୃଦ୍ଧି ଇଞ୍ଜିନ l
➡️୧୬-ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜସ୍ଥାନ ସରକାର ମହିଳାଙ୍କୁ ସ୍ମାର୍ଟଫୋନ୍ ବାଣ୍ଟିବା ସହ ୩ ବର୍ଷ ଯାଏ ମାଗଣାରେ ଦେବେ ଇଣ୍ଟରନେଟ୍ l
➡️୧୭-ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କର ବଦଳିଲା ସ୍ୱର, କହିଲେ ଭାରତ ଫେରିବାକୁ ଚାହୁଁଛି l
➡️୧୮-କ୍ରିକେଟ ଇତିହାସରେ ପ୍ରଥମ, ଭାରତ ଜର୍ସିରେ ଲେଖାଯିବ ପାକିସ୍ତାନ l ଅଗଷ୍ଟ ୩୦ରୁ ଖେଳାଯିବ ଏସିଆ କପ୍ ୨୦୨୩ ।
➡️୧୯-ଏସିଆନ ଗେମ୍ସ ପୂର୍ବରୁ ଆଥଲେଟ୍ ମାନଙ୍କର ହେଲା ନମୁନା ସଂଗ୍ରହ l ଜୁନ୍ ୧ରୁ ଓ ଜୁଲାଇ ୩୧ ପର୍ଯ୍ୟନ୍ତ ୯୦୦ରୁ ଊର୍ଦ୍ଧ୍ୱ ସାମ୍ପଲ ହେଲାଣି ସଂଗ୍ରହ।
➡️୨୦-ଏସୀୟ ଚାମ୍ପିଅନ୍ସ ଟ୍ରଫି ହକିରେ ଆଜି ଭାରତ-ଜାପାନ ମଧ୍ୟରେ ଅନୁଷ୍ଠିତ ହେବ ସେମିଫାଇନାଲ୍ ମ୍ୟାଚ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ବାର୍ଷିକ ଚିକିତ୍ସା ଯାଞ୍ଚ ଦିବସ ll*
*🔅ଆଜି ପୁଅ ଓ ଝିଅ ଦିବସ ll*
*🔅ଆଜି ବଳିଦାନ ଦିବସ ll*
*🔅ଆଜି ମହାନ ସଂଗୀତଜ୍ଞ ଶ୍ରୀ ଲାଲମାନି ମିଶ୍ର ଜୟନ୍ତୀ ll*
*🔅ଆଜି ଜଣାଶୁଣା କ୍ରିକେଟର ଯଶପାଲ ଶର୍ମା ଜୟନ୍ତୀ ll*
*🔅ଆଜି ପ୍ରସିଦ୍ଧ ଉର୍ଦ୍ଦୁ କବି ତଥା ଗୀତିକାର ରାହତ ଇନ୍ଦୋରୀ ସ୍ମୃତି ଦିବସ ll*
*🔅ଆଜି ମହାନ ସ୍ୱାଧୀନତା ସଂଗ୍ରାମୀ ଶ୍ରୀ ଖୁଦିରାମ ବୋଷଙ୍କ ଶହୀଦ ଦିବସ ll*
*🔅ଆଜି ଜାତୀୟ ହିପ୍ ହପ୍ ଦିବସ ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*