May 14, 2026

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଏ୧ ଏବଂ ଏ୨ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

IMG-20260511-WA0038
Share

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର) ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷାରେ ଜଟଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀମାନଙ୍କୁ ରବିବାର ଦିନ ବିଦ୍ୟାଳୟ ପରିସରରେ ସମ୍ବର୍ଦ୍ଧନା କରାଯିବା ସହ ସେମାନଙ୍କ ପିତାମାତାଙ୍କୁ ଓପଢ଼ୋକନ ସହ ବୃକ୍ଷ ଚାରା ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ପଦ୍ମନାଭ ପାଣିଗ୍ରାହୀ ଯୋଗ ଦେଇ ଶିଶୁମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ସମ୍ମାନିତ ଅତିଥିଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ରାଜେନ୍ଦ୍ର ପ୍ରସାଦ ନାୟକ, ସଂପାଦକ ରାମ ସାହୁ, ଯୁଗ୍ମ ସଂପାଦକ ସୌଭାଗ୍ୟ କୁମାର ଜଗଦେବ, କୋଷାଧ୍ୟକ୍ଷ ପ୍ରସନ୍ନ କୁମାର ରଥ ପ୍ରମୁଖ ମଞ୍ଚାସିନ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ନବୀନ କୁମାର ସେନାପତି ମଞ୍ଚ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଚଳିତ ବର୍ଷ ଶତପ୍ରତିସ ମୋଟ ୯୪ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେଥି ମଧ୍ୟରୁ ୩ ଜଣ ଏ୧, ୧୮ ଜଣ ଏ୨, ୨୦ ଜଣ ବି୧, ୩୨ ଜଣ ବି୨, ୧୫ ଜଣ ସି, ୫ ଜଣ ଡ଼ି, ଜଣେ ସାଧାରଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସୁଶ୍ରୀ କୀର୍ତ୍ତି ମଞ୍ଜରୀ ପ୍ରଧାନ ଛାତ୍ରୀ ଜଣକ ସର୍ବାଧିକ ୬୦୦ ରୁ ୫୫୧ ରଖିଥିବାବେଳେ, ସୁଶ୍ରୀ ରାଜଳଷ୍ମୀ ମିଶ୍ର ୫୪୫ ଏବଂ ସୁଶ୍ରୀ ଆସ୍ଥା ପ୍ରମୁଖ ୫୪୦ ରଖି ଏ୧ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ୧୮ ଜଣ ଛାତ୍ରଛାତ୍ରୀ ଏ୨ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବର୍ଦ୍ଧନା ଉତ୍ସବ ଚାଲିଥିବା ମଧ୍ୟରେ କିଛି ସମୟ ବିଳମ୍ବରେ ଆସି ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଏ.ଭି. ସୂର୍ଯ୍ୟନାରାୟଣ ରାଓ, ଉପସଭାପତି ପ୍ରସାଦ କୁମାର ଜେଠୀ ଉଭୟେ ଉପସ୍ଥିତ ରହି ପିଲାମାନଙ୍କୁ ସମ୍ବର୍ଦ୍ଧନା କରିଥିଲେ। ସମ୍ବର୍ଦ୍ଧନା ଉତ୍ସବ ଶେଷ ଭାଗରେ ସମସ୍ତ ଛାତ୍ର ଛାତ୍ରୀଙ୍କୁ ଗୁରୁ ମା ମିଠା ଖୁଆଇଥିଲେ। ସମସ୍ତ ଗୁରୁଜୀ, ଗୁରୁ ମା, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କୁ ନେଇ ଫୋଟ ଉଠା କାର୍ଯ୍ୟକ୍ରମ ହୋଇଥିଲା।ତତ ସଂଗେ ସମସ୍ତଙ୍କ ପାଇଁ ଜଳପାନ ବ୍ୟବସ୍ଥା ହୋଇଥିଲା। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ପରିଚାଳନା କରିଥିଲେ । ଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ କୁଳମଣି ପାଇକରାୟ ଧନ୍ୟବାଦ ଅର୍ପଣ କରିଥିଲେ।