ଗୁରୁଦେବଙ୍କ ପୁଣ୍ୟଜନ୍ମ ତିଥିରେ ଆର୍ଟ ଅଫ ଲିଭିଂ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ

କୋରାପୁଟ ଜ଼ିଲ୍ଲା କୋଟପାଡ଼ ଶ୍ରୀରାମ ମିନ୍ଦିର ନିକଟରେ ଥିବା ଗୋପବନ୍ଧୁ ପାଠାଗାର ଠାରେ ପୂଜ୍ୟ ଗୁରଦେବଙ୍କ ପୁଣ୍ୟ ଜନ୍ମ ତିଥିରେ ରକ୍ତଦାନ ଶିବିର ରବିବାର ଅନୁଷ୍ଠିତ ହୋଇଯାଇଛି.ଆର୍ଟ ଅଫ ଲିଭିଂ ପରିବାର ବହୁ ସଦସ୍ୟଙ୍କ ପକ୍ଷରୁ 40ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା.ଗୁରୁଦେବଙ୍କ ଜନ୍ମ ତିଥି ମେ 10ତାରିଖ ଠାରୁ ଚଳିତ ମାସ 25ତାରିଖ ପର୍ଯ୍ୟନ୍ତ ଦେଶ ର ବିଭିନ୍ନ ରାଜ୍ୟ ରେ ପାଳନ କରାହେବ ବୋଲି ଜଣାଯାଇଛି. ରବିବାର ଏହି ପୁଣ୍ୟ ତିଥି ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବେଙ୍ଗଲୋର ଠାରେ ଥିବା ଆଶ୍ରମ କୁ ଯାଇ ଗୁରୁଦେବ ଙ୍କୁ ସୂବେଚ୍ଛା ଜଣେଇ ଥିଲେ.ଦୀର୍ଘ 45ବର୍ଷ ହେବ ଯୋଗ. ପ୍ରାଣାୟମ. ଧ୍ୟାନ ଏବଂ ସାଧନା ଗୁରଦେବ ଶିକ୍ଷା ପ୍ରଦାନ କରି ଆସୁଛନ୍ତି.ଏହି ଅବସର ରେ ଯୋଗ ଗୁରୁ ଶ୍ରୀ ପ୍ରକାଶ ଚନ୍ଦ୍ର ମହାନ୍ତି ଏହି ଶିବିର ଉଦଘାଟନ କରିଥିଲେ. ଆନ୍ୟ ମାନଙ୍କ ମଧ୍ୟରେ ଗୌର ଚନ୍ଦ୍ର ରଥ. ସୂର୍ଯ୍ୟ କାନ୍ତ ପାଢ଼ୀ. ବିଶ୍ୱଜିତ ମଲିକ.ବେନାର୍ଜୀ ରାଓ. ତପନ ମହାପାତ୍ର. କିଶୋର ମିଶ୍ର. ପ୍ରଦୀପ ପ୍ରଧାନ.କେଲା ଗୋପୀ. ଅଶୋକ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ. କୋରାପୁଟ ଜ଼ିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର
