ଆଜିର ଖବର..
୧-ଭୁବନେଶ୍ୱର: ସମସ୍ତ ଯୋଗ୍ୟତା ପୂରଣ ସତ୍ବେ ବାଦ୍ ପଡ଼ିଥିବା ୬ ଲକ୍ଷ ନୂଆ ହିତାଧିକାରୀଙ୍କୁ ମିଳିବ ଭତ୍ତା।
୨-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିୟମକୁ ବେଖାତିର,୬୦ ପ୍ରତିଶତ ସ୍କୁଲକୁ ଯାଉନି ଖବରକାଗଜ।
୩-ଭୁବନେଶ୍ୱର: ସହରରେ ମଧ୍ୟବିତ୍ତଙ୍କ ପାଇଁ ଘର ସ୍ବପ୍ନ, ସ୍ଥାଣୁ ପାଲଟିଛି ଆରଡିଏ ଓ ହାଉସିଙ୍ଗ ବୋର୍ଡ।
୪-ବିଶ୍ୱସ୍ତରୀୟ ଟୁରିଷ୍ଟ ସ୍ପଟ୍ ହେବ ଖଣ୍ଡଗିରି-ଉଦୟଗିରି; ୧୦୦ କୋଟିରେ ବିକଶିତ ହେବ ଐତିହାସିକ ସ୍ଥଳୀ, ଓପନ ଏୟାର ଥିଏଟରରୁ ଲିଫ୍ଟ ପର୍ଯ୍ୟନ୍ତ ବଡ଼ ଯୋଜନା।
୫-ରାଜ୍ୟରେ ୧୫ ଯାଏଁ କାଳବୈଶାଖୀର କୋପ ଜାରି; ଆଜି ବି ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା-ଘଡ଼ଘଡ଼ି ସମ୍ଭାବନା।
୬-ଆଠଗଡ଼:ଗୋରୁ ଚାଲାଣ ଵେଳେ ଚଢାଉ; ୩ ଗିରଫ, ୨ଟି ଗାଡି ଜବତ, ୫ ଗୋରୁ ଉଦ୍ଧାର।
୭-ଭୁବନେଶ୍ୱର:ରହସ୍ୟ ଘେରରେ IIT ଛାତ୍ରଙ୍କ ମୃତ୍ୟୁ; ହଷ୍ଟେଲ୍ ର ୬ଷ୍ଠ ମହଲାର ବାଲକୋନୀରୁ ପଡ଼ି ଜୀବନ ଶେଷ, ପୋଷ୍ଟମର୍ଟମକୁ ଅପେକ୍ଷା।
୮-ବାଲିଅନ୍ତା ଭିଡ ଭିତରେ ହତ୍ୟା ଘଟଣା; ବଦଳିଲେ IIC, ୪ ପୋଲିସ ଅଧିକାରୀ ସସ୍ପେଣ୍ଡ୍।
୯-କେନ୍ଦ୍ରାପଡା:୧୭ CRCC ଦାୟିତ୍ୱ ମୁକ୍ତ,ନୂଆ ନିଯୁକ୍ତି ନାହିଁ, ପୁରୁଣାଙ୍କୁ କାଢ଼ି ଦେଲେ।
୧୦-ଭଦ୍ରକରେ ବଡ଼ ଧରଣର ଆର୍ଥିକ ଠକେଇର ପର୍ଦ୍ଦାଫାସ, ୮ କୋଟି ଟଙ୍କା ଠକେଇ ଘଟଣାରେ ୬ ଜଣ ଗିରଫ।
୧୧-ଭଦ୍ରକ:ଦାରିଦ୍ର୍ୟର କରୁଣ ଚିତ୍ର! ୧୫ ହଜାର ଟଙ୍କାରେ ୪ ବର୍ଷର ନାବାଳିକା ଝିଅକୁ ବିକ୍ରି କଲେ ବାପା-ମା’।
୧୨-ଗଞ୍ଜାମ,ପୁରୁଷୋତ୍ତମପୁର:ଲିକ୍ ଯୋଗୁ ଗ୍ୟାସ ଟାଙ୍କିରେ ହେଲା ବିସ୍ଫୋରଣ, ଗୋଟିଏ ପରିବାର ୫ ଗୁରୁତର।
୧୩-ମୁର୍ଶିଦାବାଦ:ଶପଥ ନେଉନେଉ ଆକ୍ସନ, ଟିଏମସି ନେତାଙ୍କ ଘରୁ ୩ବନ୍ଧୁକ-୧୪୦ ଗୁଳି ଜବତ।
୧୪-ଉର୍ଭିଲ ପଟେଲଙ୍କ ଐତିହାସିକ ରେକର୍ଡ: ୧୩ ବଲ୍ରେ ଅର୍ଦ୍ଧଶତକ ସହ ଲକ୍ଷ୍ନୌକୁ ହରାଇଲା ଚେନ୍ନାଇ।
୧୫-ଶେଷ ବଲ୍ରେ ରୋମାଞ୍ଚକର ବିଜୟ ସହ ପ୍ଲେ-ଅଫ୍ରେ RCB; ଟୁର୍ଣ୍ଣାମେଣ୍ଟରୁ ବିଦା ହେଲା ମୁମ୍ବାଇ ଇଣ୍ଡିଆନ୍ସ।
୧୬-ଧର୍ମଶାଳା: ଆଇପିଏଲର ଆଜି ୫୫ତମ ଲିଗ୍ ମ୍ୟାଚ୍,ପ୍ରତିଶୋଧ ଲକ୍ଷ୍ୟରେ ଦିଲ୍ଲୀ, ପଞ୍ଜାବକୁ ଭେଟିବ।
୧୭-ଆସାମ:୧୨ରେ ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପାଇଁ ଶପଥ ନେବେ ହିମନ୍ତ ବିଶ୍ୱ ଶର୍ମା।
୧୮-ମୁଖ୍ୟମନ୍ତ୍ରୀ ହେବା ପରେ ବିଜୟଙ୍କ ବଡ ଘୋଷଣା, ରାଜ୍ୟକୁ ଦେଲେ ୩ ଗୁରୁତ୍ଵପୂର୍ଣ୍ଣ ଉପହାର: ୨୦୦ ଯୁନିଟ୍ ମାଗଣା ବିଜୁଳି,ଡ୍ରଗ୍ସ ରୋକିବାକୁ ହେବ ଟାସ୍କଫୋର୍ସ ଏବଂ ତୃତୀୟରେ
ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ ।
୧୯-ଇନ୍ଧନ ସଂକଟ ବେଳେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ; ପେଟ୍ରୋଲ, ଡିଜେଲର କମ ବ୍ୟବହାର କର, ବର୍ଷକ ପାଇଁ ସୁନା କିଣ ନାହିଁ।
୨୦-ପାକିସ୍ତାନ ପୋଲିସ୍ ଆଉଟପୋଷ୍ଟରେ ଆତ୍ମଘାତୀ କାର ବୋମା ବିସ୍ଫୋରଣ, ୧୪ ମୃତ।
୨୧-ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ କଙ୍ଗୋ ପୂର୍ବୋତ୍ତର ଇତୁରୀ ପ୍ରାନ୍ତ ପୁଣି ଅଶାନ୍ତ।ହେମା ଓ ଲେଣ୍ଡୁ ସମୁଦାୟ ମଧ୍ୟରେ ସଶସ୍ତ୍ର ସଂଘର୍ଷ, ଅନୁନ୍ୟ ୬୯ ଜଣଙ୍କ ମୃତ୍ୟୁ।
୨୨-ଉପସାଗରୀୟ ଅଞ୍ଚଳରେ ପୁଣି ଉତ୍ତେଜନା: ଆମେରିକାକୁ ଧମକ ପରେ ଇରାନର ବଡ଼ ଧରଣର ଡ୍ରୋନ୍ ଆକ୍ରମଣ।
🙏 *ସୁପ୍ରଭାତ, ଗୁଡମର୍ଣିଂ* 🙏
