June 30, 2026

ସାମ୍ବାଦିକ ସୁଶିଲ ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳିତ

IMG-20260629-WA0000
Share

 

ତିର୍ତ୍ତୋଲ ::-୨୮/୬ /୨୬: ବିଶିଷ୍ଟ ସାମ୍ବାଦିକ ସ୍ୱର୍ଗତ ସୁଶିଲ କୁମାର ମହାନ୍ତିଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଏକ ସ୍ମୃତିଚାରଣ ସଭା ଇବ୍ରିସିଂ ସ୍ଥିତ ଗୋପବନ୍ଧୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି ।ସଭାର ପ୍ରାରମ୍ଭରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା !ଗତ ରବିବାର ଦିନ ପୂର୍ବାହ୍ନ ରେ ଆୟୋଜିତ ଏହି ସଭାରେ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ, ସାହିତ୍ୟିକ ଓ ସମାଜସେବୀମାନେ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ଜୀବନ, କର୍ମ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନକୁ ସ୍ମରଣ କରିଥିଲେ।ବରିଷ୍ଠ ସାହିତ୍ୟିକ ହେମନ୍ତ କୁମାର ନାୟକ ସଭାରେ ସଭାପତିତ୍ୱ କରିଥିବା ବେଳେ, କମ୍ରେଡ ଶଶିଭୂଷଣ ସ୍ୱାଇଁ ମୁଖ୍ୟ ଅତିଥି ଏବଂ ଶାରଳାସଂସ୍କୃତି ଗବେଷକ ରମାକାନ୍ତ ରାଉଳ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ।

ସ୍ମୃତିଚାରଣ ଅବସରରେ ବକ୍ତାମାନେ କହିଥିଲେ ଯେ, ସ୍ୱର୍ଗତ ସୁଶିଲ ମହାନ୍ତି ଜଣେ ନିର୍ଭୀକ, ନିଷ୍ଠାବାନ ଓ ଜନମୁଖୀ ସାମ୍ବାଦିକ ଥିଲେ। ସାମ୍ବାଦିକତାକୁ ସେ କେବଳ ପେଶା ନୁହେଁ, ସମାଜସେବାର ଏକ ମାଧ୍ୟମ ଭାବେ ଗ୍ରହଣ କରିଥିଲେ। ବିଶେଷକରି ତତ୍କାଳୀନ ଦୁର୍ଗମ ଏରସମା ଅଞ୍ଚଳରେ ଖବରକାଗଜକୁ ଘରେ ଘରେ ପହଞ୍ଚାଇବା ଓ ସାଧାରଣ ଲୋକଙ୍କ ସମସ୍ୟାକୁ ନିର୍ଭୀକ ଭାବେଗଣମାଧ୍ୟମରେ ଉପସ୍ଥାପନ କରିବାରେ ତାଙ୍କର ଅବଦାନ ଅତୁଳନୀୟ ଥିଲା। ତାଙ୍କର ସରଳ ଜୀବନଶୈଳୀ, କର୍ତ୍ତବ୍ୟନିଷ୍ଠା ଓ ନୈତିକତା ଆଜିର ସାମ୍ବାଦିକ ସମାଜ ପାଇଁ ପ୍ରେରଣାଦାୟକ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ।ଏହି ଅବସରରେ ଅରୂପାନନ୍ଦ ସ୍ୱାଇଁ, ହୃଷୀକେଶ ଜେନା, ପ୍ରେମଚରଣ ରାଉତ, ସାମ୍ବାଦିକ ଅରୁଣ କୁମାର ବେହେରା, ଚନ୍ଦ୍ରଜିତ ଦାସ, ବୈଦ୍ୟନାଥ ସାହୁ, ପ୍ରଶାନ୍ତ କୁମାର ସେଠୀ, ଯଯାତି ସାମନ୍ତରାୟ, କିଶୋର ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ସହ ବିତାଇଥିବା ସ୍ମୃତିକୁ ବାଣ୍ଟିବା ସହ ତାଙ୍କ ଆଦର୍ଶକୁ ଅନୁସରଣ କରିବାକୁ ଆହ୍ୱାନ ଜଣାଇଥିଲେ। ତାଙ୍କର ମଧ୍ୟମ ପୁଅ ତଥା ଏରସମା ସମ୍ବାଦ ପ୍ରତିନିଧି ତ୍ରୁପ୍ତି ରଂଜନ ମହାନ୍ତି ସ୍ୱାଗତ ଭାଷଣ ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର