ସରକାରୀ ଯୋଜନା ଅପହଞ୍ଚ ଗାଁ ମନସ୍ତରା* *ଶିକ୍ଷା, ସ୍ବାସ୍ଥ୍ୟସେବା, ପାନୀୟ ଜଳ ସାତସପନ*
ଲାଞ୍ଜିଗଡ଼, 29/06(ପୁରନ୍ଦର ଦଣ୍ଡାସେନା)
କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍ ବେଡ଼ାଗାଁ ପଞ୍ଚାୟତର ଆଦିବାସୀ ଅଧୁଷିତ ଗାଁ ମନସ୍ତରାରେ ସରକାରୀ ଯୋଜନା ଅପହଞ୍ଚ ହୋଇଛି। ଦେଶ ସ୍ବାଧୀନତାର ୭୮ ବର୍ଷ ପରେ ବି ଗ୍ରାମବାସୀ ଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟସେବା, ପାନୀୟ ଜଳ ସାତସପନ ହୋଇରହିଛି I ଦୀର୍ଘବର୍ଷ ଧରି ଉକ୍ତ ଗ୍ରାମରେ ୧०० ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରିଆସୁଛନ୍ତି।
ବ୍ଲକ୍ ମୁଖ୍ୟାଳୟଠାରୁ ପ୍ରାୟ ୨୫ କି.ମି. ଦୂରରେ ରହିଛି ଏହି ଗାଁ I ଗ୍ରାମରେ ଦୁଇଟି ନଳକୂପ ଥିଲେ ବି ଆବଶ୍ୟକ ମୁତାବକ ପାଣି ବାହାରୁ ନାହିଁ I ମରାମତି ନ ହେବାରୁ ସେଥୁରୁ ନାଲିପାଣି ବାହାରୁଛି। ଫଳରେ ଗାଁ ନିକଟ ଲାଲଜୋରରୁ ମହିଳାମାନେ ନାଳରୁ ପାନୀୟଜଳ ସଂଗ୍ରହ କରୁଛନ୍ତି ।
ଦୂଷିତ ପାଣି ଆଣି ବ୍ୟବହାର କରିବାକୁ ବାଧ୍ଯ ହେଉଥିବା କହିଛନ୍ତି । ଗାଁରେ ଅଙ୍ଗନୱାଡି କେନ୍ଦ୍ର ନ ଥୂବାରୁ ଶିଶୁମାନେ ମାନେ ପ୍ରାକ୍ ଶିକ୍ଷାରୁ ବଞ୍ଚୁତ ହେ ହେଉଛନ୍ତି । ସେହିପରି ଉଚ୍ଚ ଶିକ୍ଷା ପାଇଁ ପାଇଁ ସୁବିଧା ନ ଥିବାରୁ ପିଲାମାନେ ଅନ୍ୟ ଗାଁର ସମ୍ପର୍କୀୟଙ୍କ ଘରେ ରହି ପଢୁଛନ୍ତି। ଗାଁକୁ ରାସ୍ତା ନ ଥିବାରୁ ଏମାନଙ୍କ ପାଇଁ ଆମ୍ବୁଲାନ୍ସ ସେବା ଅପହଞ୍ଚ। ରାସ୍ତା ନିର୍ମାଣ ପାଇଁ ୨୦୨୩ ନଭେମ୍ବରରେ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ୯୦ ପ୍ରତିଶତ କାମ ହୋଇନାହିଁ। କାଗଜପତ୍ରରେ ଗାଁ ବିକାଶ ହେଉଥିବା ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ଏହାର ତଦନ୍ତ କରାଯାଉ ନାହିଁ ।
ଫଳରେ ରାସ୍ତାଟି ମରଣଯନ୍ତା ପାଲଟିଛି । ଗାଁକୁ ମାସ ମାସ ଧରି କୌଣସି ଡାକ୍ତର କିମ୍ବା ସ୍ବାସ୍ଥ୍ୟକର୍ମୀ ଆସନ୍ତି ନାହିଁ Iଗାଁଠାରୁ ୨୫ କି.ମି. ଦୂର ଲାଞ୍ଜିଗଡ଼ ବ୍ଳକ୍ ମୁଖ୍ୟାଳୟଠାରେ ବିଶ୍ଵନାଥପୁର ଗୋଷ୍ଠୀ
ସ୍ବାସ୍ଥ୍ୟକେନ୍ଦ୍ର ରହିଥିବା ବେଳେ ରୋଗୀଙ୍କୁ ନେବା ଅସମ୍ଭବ ହୋଇଥାଏ। ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ଖଟିଆରେ ବୋହି ପାଖାପାଖ୍ ୨ କି.ମି. ପାହାଡ଼
ଚଢ଼ି ପୁଣି ୧୦କି.ମି. ମୁଖ୍ୟ ରାସ୍ତାକୁ ଗଲା ପରେ ହିଁ ଏମାନଙ୍କୁ ଆମ୍ବୁଲାନ୍ସ ସେବା ମିଳିଥାଏ। ବିଜୁଳି ଆଲୁଅ ଏମାନଙ୍କ ପାଇଁ ସାତସପନ । ଗ୍ରାମରେ ବିଦ୍ୟୁତ୍ ସଂଯୋଗ ପାଇଁ ବାରମ୍ବାର ଅଭିଯୋଗ ପରେ ୭ବର୍ଷ ହେଲା ବିଦ୍ୟୁତ୍ ଖୁଣ୍ଟ ପୋତାହୋଇ ଗାଁରେ ଟ୍ରାନ୍ସଫର୍ମର ମଧ୍ୟ ବସିଛି। କିନ୍ତୁ ବିଭାଗର ଅବହେଳା ଯୋଗୁ ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ୍ ସଂଯୋଗ ହୋଇନାହିଁ ବୋଲି ଗଣମାଧ୍ୟମ ସମ୍ମୁଖରେ ମତ ରଖୁଛନ୍ତି ଗ୍ରାମବାସୀ
*ଲାଞ୍ଜିଗଡ ରୁ ପୁରନ୍ଦର୍ ଦଣ୍ଡାସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*
