August 28, 2026
ajiro khabar
Share

 

 

୧-ଭୁବନେଶ୍ୱର:ରାକ୍ଷୀ ପୂର୍ଣ୍ଣିମା ପାଇଁ କ୍ରୁଟର ବଡ଼ ଅଫର, ଆଜି ଫ୍ରିରେ ଆମ ବସରେ ଯାତ୍ରା କରିବେ ମହିଳା। ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ, ଆମ ବସ୍‌ରେ ଉପଲବ୍ଧ ହେବ।

 

୨-ଭୁବନେଶ୍ୱର:ଆଜି ରାକ୍ଷୀ ପୂର୍ଣ୍ଣିମା,କଉଡି ଓ ମୋତିରେ ପ୍ରସ୍ତୁତ ରାକ୍ଷୀ ଭଉଣୀମାନଙ୍କର ବେଶୀ ପସନ୍ଦ।

 

୩-ଭୁବନେଶ୍ୱର:ଓଡ଼ିଶାରେ ଏବେ ବନ୍ୟା ନାହିଁ, ସବୁ ନଦୀ ବିପଦ ସଙ୍କେତ ତଳେ – ସର୍ବୋଚ୍ଚ ଯନ୍ତ୍ରୀ

 

୪-ବନ୍ୟାରେ ୧୦ ଜିଲ୍ଲାର ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକେ ପ୍ରଭାବିତ, ଜାରି ରହିଛି ଉଦ୍ଧାର ଓ ରିଲିଫ୍ ବଣ୍ଟନ।

 

୫-ଭୁବନେଶ୍ୱର:୭ ଦିନ ଧରି ବର୍ଷିବ; ୨୯ରେ ଲଘୁଚାପ, ସେପ୍ଟେମ୍ବର ୧ରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା।

 

୬-ବାଣୀବିହାରରେ ଆତଙ୍କ ଖେଳାଇଲେ ଅଣଛାତ୍ର, ହଷ୍ଟେଲ ସାମ୍ନାରେ ଛ୍ରାତ୍ରଙ୍କୁ ଗୋଡ଼ାଇ ପିଟିଲେ।

 

୭-ବର୍ଷା, ଖରା ପାଇଁ ପିଆଜ ମହଙ୍ଗା: ଗୋଦାମରେ ପଚିଯିବ ୪୦% ପିଆଜ, ସରକାର କେଜି ୩୫ ଟଙ୍କାରେ ବିକିବେ।

 

୮-ବଲାଙ୍ଗିର ରୋତ୍ ଗାଁ: ତାସ ଖେଳକୁ କେନ୍ଦ୍ର କରି ବଚସାରୁ ବୀଭତ୍ସ ହତ୍ୟାକାଣ୍ଡ,ଜଣେ ନାବାଳକଙ୍କ ଛୁରି ମାଡ଼ରେ ଅନ୍ୟ ଜଣେ ନାବାଳକଙ୍କ ମୃତ୍ୟୁ।

 

୯-ବ୍ରହ୍ମପୁର:ଭେଜାଲ ପନିର ଠାବ ପରେ ଛନକା, ହୋଟେଲ ମେନ୍ୟୁରୁ ଗାଏବ ହେଲାଣି ପନିର ଆଇଟମ୍।

 

୧୦-କୁଚିଣ୍ଡା:ଝିଅ ଜ୍ୱାଇଁଙ୍କ ମଧ୍ୟରେ କଳି,ସମାଧାନ କରିବାକୁ ଆସିଲେ,ଜ୍ବାଇଁର କଟୁରୀ ଚୋଟରେ ଶ୍ବଶୁର ମୃତ।

 

୧୧-ଖଣି ବିଲ୍‌ ନେଇ ରାଜଧାନୀରେ ଗର୍ଜୁଛନ୍ତି ବିରୋଧୀ, ନିରବ ସରକାର; ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା କଂଗ୍ରେସ।

 

୧୨-କେନ୍ଦ୍ରାପଡ଼ା: ଜିଲ୍ଲାପାଳଙ୍କ ଆଦେଶକୁ ଫୁ, ଛୁଟି ବାତିଲ ସତ୍ତ୍ୱେ ଅନେକ ଅଫିସ୍ ରେ ପଡିଛି ତାଲା।

 

୧୩-ସୋରରେ ସିରିଜ ଦୁର୍ଘଟଣା, ଭାରସାମ୍ୟ ହରାଇ ୨ଟି କାରକୁ ପିଟିଲା ଟୁରିଷ୍ଟ ବସ୍।

 

୧୪-କଟକ:ନଭେମ୍ବର ୨୪ରେ ବାଲିଯାତ୍ରା, ଉପର ଓ ତଳ ପଡ଼ିଆରେ ହେବ ବାଲିଯାତ୍ରା।

 

୧୫-ଭୁବନେଶ୍ୱର:ହୋଟେଲ ଚେକ୍‌-ଇନ୍‌ରେ ବଦଳିବ ନିୟମ!ଆଧାର ଫଟୋକପି ବଦଳରେ ହେବ ଡିଜିଟାଲ୍ ଯାଞ୍ଚ।

 

୧୬-ବଢ଼ିଲା ଶରଣକୁଳ ଥାନା ଆଇଆଇସିଙ୍କ ଅଡ଼ୁଆ, ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍ ଜାରି।

 

୧୭-ଭାରତରେ ବଢୁଛି ସାପ କାମୁଡ଼ା ମାମଲା, ବାର୍ଷିକ ୧୩ଲକ୍ଷରୁ ବି ଅଧିକ ଆସୁଛି ଅଭିଯୋଗ,ବିଶ୍ୱରେ ସର୍ବାଧିକ।

 

୧୮-ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ, ବିଜେପି କାର୍ଯ୍ୟକର୍ତ୍ତାଙ୍କ ହତ୍ୟାରେ ବିଜେପି କର୍ମୀ, ୪ ଗିରଫ।

 

୧୯-କଲମ୍ବୋ: ଦ୍ବିତୀୟ ଟେଷ୍ଟରେ ନିର୍ଣ୍ଣାୟକ ମୋଡ଼,ଫଲୋଅନ ପରେ ଶ୍ରୀଲଙ୍କା ୧୬ରନରେ ଆଗୁଆ।

 

୨୦-ରକ୍ଷା ବନ୍ଧନ ବିଜ୍ଞାପନ ଭିଡିଓ, କ୍ରିତି-କଙ୍ଗନାଙ୍କ ଇନଷ୍ଟାଗ୍ରାମ ଯୁଦ୍ଧରେ ରାହୁଲ ଗାନ୍ଧୀଙ୍କ ଏଣ୍ଟ୍ରି, କ୍ରିତି ସାନନଙ୍କୁ ସମର୍ଥନ କରିଥିଲେ।

 

୨୧-ନେପାଳର ରସୁୱା ଅଞ୍ଚଳରେ ଜଳ ପ୍ରଳୟ: ୧୫୭ ମୃତ, ୧୩୩ ଭାରତୀୟଙ୍କ ସମେତ ୧୦୦୦ରୁ ଅଧିକ ନିଖୋଜ।

 

୨୨-ରାତିରେ ପିଲାମାନେ ଦେଖିପାରିବେ ନାହିଁ ଫେସବୁକ ଓ ଇନ୍ ଷ୍ଟାଗ୍ରାମ୍। କମ୍ପାନୀକୁ ଆମେରିକା କୋର୍ଟରେ ୧.୫୯ ଲକ୍ଷ କୋଟିର ଜୋରିମାନା ନିର୍ଦ୍ଦେଶ।

 

*ପବିତ୍ର ରକ୍ଷାବନ୍ଧନ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା*

 

*ସ୍ଵଭାଵ କବି ଗଙ୍ଗାଧର ମେହେର ଜୟନ୍ତୀ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି 🙏🌹🙏*