August 28, 2026

ଦେଶ ଭଟଲି ଗ୍ରାମ ର ଗୋବନ୍ଧ୍ୟା ନିରାକରଣ ଶିବିର 

IMG-20260827-WA0015
Share

 

 

ବରଗଡ,ତା ୨୮/୮

ପ୍ରାଣୀ ସଂପଦ ବିଭାଗ ଭେଡେନ ଅନୁକୂଲ୍ୟ ରେ ଆଜି ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ ଦେଶ ଭଟଲି ପଞ୍ଚାୟତ ଅନ୍ତର୍ଗତ ଦେଶ ଭଟଲି ଗ୍ରାମ ରେ ଆଜି ଗୋ ବନ୍ଧ୍ୟା ନିରାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି ଭେଡ଼େନ ବ୍ଲକ ବିଭିଓ ଡଃ ଟେକଧର ମେହେର ଙ୍କ ପ୍ରତେକ୍ଷ୍ୟ ତତ୍ତ୍ଵାବଧନା ରେ ଗଣ୍ଡତୁରୁମ ପ୍ରାଣୀ ଚିକିତ୍ସା କେନ୍ଦ୍ରର ପ୍ରାଣୀ ଚିକିତ୍ସା ଅଧିକାରୀ ଡଃ ତେଜରାଜ ବାଗ , ଓମଫେଡ଼ ପରି ଚାଲିତ ସମ୍ବଲପୁର ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ସମବାୟ ସଂଘ ର ଚିପିଲିମା ୟୁନିଟ ଇନଚାର୍ଚ୍ଚ ତଥା ତାଲିମ ଅଧିକାରୀ ଡ଼ଃ ସଂଜୀବ କୁମାର ଶତପଥି ,ଦେଶରଟଲି ପ୍ରାଣୀ ନିରୀକ୍ଷକ ଭାଗର ଥି ସାହୁ , ସୁଶୀଳ ରଣା, କୃତ୍ରିମ ପ୍ରଜନନ କାରୀ ହୃଷିକେଶ ଖମାରୀ, ନରୋତ୍ତମ ଦନ୍ତା, ପ୍ରାଣୀ ମିତ୍ର ପଦ୍ମିନୀ ରାଉତ, ପ୍ରାଣୀ ମିତ୍ର ମାଧବୀ ସେଟ ସମେତ ଗୋ ମାତା ଦୁଗ୍ଧ ଉତ୍ପାଦକ ସମବାୟ ସମିତିର ସଭ୍ୟା /ସଭ୍ୟ ମାନେ ସକ୍ରିୟ ଭାବରେ ସହଯୋଗ କରିଥିଲେ । ୫୫ ରୁ ଉର୍ଦ୍ଧ୍ଵ ଗାଈ ମାନଙ୍କ ସ୍ୱାସ୍ଥ୍ୟ, ଗର୍ଭ, ଗୋ ବନ୍ଧ୍ୟା ପରୀକ୍ଷା କରା ଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପ୍ରାଣୀ ସଂପଦ ବିଭାଗ ତରଫ ରୁ ମାଗଣା ରେ ଔଷଧ ପ୍ରଦାନ କରାଯାଇଥିଲା ।