July 1, 2026
ajiro khabar
Share

 

 

୧-ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ। ଆଡିମିଶନ ନାଁରେ ଛାତ୍ରଛାତ୍ରୀଙ୍କୁ ମାଗୁଛନ୍ତି ଟଙ୍କା। ସାମସ୍ ପୋର୍ଟାଲରୁ ତଥ୍ୟ ଚୋରି କରି ହେଉଛି ଠକେଇ।

 

୨-CHSEର ବଡ଼ ନିଷ୍ପତ୍ତି; +୨ ରିଚେକିଂ ପାଇଁ ମିଳିଲା ଆଉ ସମୟ, ଜୁଲାଇ ୪ ପର୍ଯ୍ୟନ୍ତ କରିହେବ ଆବେଦନ।

 

୩-CBSEର ବଡ଼ ନିଷ୍ପତ୍ତି: ଚଳିତ ବର୍ଷର ୧୦ମ ପିଲାଙ୍କ ପାଇଁ ଲାଗୁ ହେବନି ଲାଙ୍ଗୁଏଜ୍ ପଲିସି।

 

୪-ଗଜାନନ ବେଶରେ ଝଲସିଲେ ମହାପ୍ରଭୁ; ଶ୍ରୀକ୍ଷେତ୍ରରେ ଭକ୍ତିର ମହାସମୁଦ୍ର, ଲକ୍ଷ ଲକ୍ଷ ଭକ୍ତଙ୍କର ହେଲା ଭାବବିହ୍ୱଳ ଦର୍ଶନ।

 

୫-ଅତ୍ୟଧିକ ସ୍ନାନ ଯୋଗୁ ଜ୍ବରରେ ପଡ଼ିବେ ଶ୍ରୀଜିଉ, ଆଜିଠୁ ଅଲାରନାଥରେ ଅଣସର ଦର୍ଶନ ହେବ।

 

୬-ଜୁଲାଇ ୪ରେ ଓଡ଼ିଶା ଆସିବେ ଅମିତ ଶାହ, ବରଗଡ଼ ଓ ସମ୍ବଲପୁରରେ ରହିଛି କାର୍ଯ୍ୟକ୍ରମ।

 

୭-ଭିଜିଲାନ୍ସର ବଡ଼ ଷ୍ଟ୍ରାଇକ୍; ଗୋଟିଏ ଦିନରେ ୪ ଦୁର୍ନୀତିଗ୍ରସ୍ତ ଦୋଷୀ ସାବ୍ୟସ୍ତ, ଜେଲ୍ ଗଲେ ପୂର୍ବତନ ASI, JE ଓ କିରାଣୀ।

 

୮-ଆଧାର ସଂଯୋଗ ବିନା ମିଳିବ ନାହିଁ ଭତ୍ତା,୩.୩୫ ଲକ୍ଷ ହିତାଧିକାରୀଙ୍କ ଆଧାର -ବ୍ଯାଙ୍କ ସଂଯୋଗ ବାକି।

 

୯-ବାଲେଶ୍ଵର:ଛାତ ଉପରେ ଲୁଗା ଆଣିବା ବେଳେ ଅଘଟଣ, ବଜ୍ରାଘାତରେ ଚାଲିଗଲା ମହିଳାଙ୍କ ଜୀବନ।ମୃତ ମହିଳା ଜଣକ ହେଲେ ବାଲେଶ୍ବର ଟାଉନ ଥାନା ଅନ୍ତର୍ଗତ ଚୂନଭାଟି ଅଞ୍ଚଳର କନକ ଲତା ପଳେଇ।

 

୧୦-ବିଜେଡିରେ ମିଶିବା ପରେ ସୁଜାତାଙ୍କୁ ଭେଟିବାକୁ ଶଙ୍ଖ ଭବନରେ ପ୍ରବଳ ଭିଡ଼, ଆଗକୁ ମିଳିପାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ।

 

୧୧-ଖଣ୍ଡଗିରି ଥାନା:ରାଜଧାନୀରେ ଯୁବକଙ୍କୁ ବୀଭତ୍ସ ହତ୍ୟା, କ୍ରାଇମ ସ୍ପଟରେ ସାଇଣ୍ଟିଫିକ ଟିମ ଓ ଡଗ୍ ସ୍କ୍ବାଡର ତନାଘନା ଜାରି।

 

୧୨-ପଟ୍ଟାମୁଣ୍ଡାଇ:ମୃତ୍ୟୁ ସାର୍ଟିଫିକେଟ୍ ପାଇଁ ଲାଞ୍ଚ ନେବା ପଡ଼ିଲା ମହଙ୍ଗା; ପୂର୍ବତନ ସ୍ୱାସ୍ଥ୍ୟ କର୍ମଚାରୀ ରସବିହାରୀ ମହାନ୍ତିଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ।

 

୧୩-ସାଲେପୁର:’ପଶାପାଲି’କୁ ନେଇ ବଢ଼ିଲା ଚର୍ଚ୍ଚା, ମୁଖ୍ୟ ଭୂମିକାରେ ନାରୀ ନେତ୍ରୀ ଶ୍ରୀମୟୀ ମିଶ୍ର।

 

୧୪-ତାଳଚୁଆ ସାମୁଦ୍ରିକ ଥାନାରେ ମା’ପୁଅକୁ ଥାର୍ଡ ଡିଗ୍ରୀ, କେନ୍ଦ୍ରାପଡ଼ା SPଙ୍କୁ ରିପୋର୍ଟ ତଲବ।

 

୧୫-ଭାରତରେ ବନ୍ଦ ହେଲା ବଜାଜ୍ ପଲସର୍ N125: ଲଞ୍ଚ୍ ହେବାର ୨ ବର୍ଷ ମଧ୍ୟରେ କମ୍ପାନି ନେଲା ବଡ଼ ନିଷ୍ପତ୍ତି।

 

୧୬-ରାମ ମନ୍ଦିର ଦାନଚୋରି ଅଭିଯୁକ୍ତଙ୍କ କେସ୍ ଲଢିବେନି ଓକିଲ, ଚମ୍ପତ ରାୟଙ୍କୁ ଅଯୋଧ୍ୟା ଛାଡିବାକୁ କହିଲା ବାର ଆସୋସିଏସନ।

 

୧୭-ୟୁପିରେ ବାବର ନୁହେଁ ଏବେ ରାମରାଜ୍ୟ ଚାଲିବ… ମୁରାଦାବାଦରେ ସପା ଉପରେ ସିଏମ ଯୋଗୀଙ୍କ ଆକ୍ରମଣ।

 

୧୮-ଆଉ ଚିନ୍ତା ନାହିଁ: ଜୁଲାଇ ୧ରୁ ପେଟ୍ରୋଲ-ଡିଜେଲ ଉପରେ ‘ନୋ ଲିମିଟ୍’, କମର୍ସିଆଲ୍ କ୍ରେତାଙ୍କ ଉପରୁ ପ୍ରତିବନ୍ଧକ ହଟାଇଲେ ସରକାର।

 

୧୯-ଇଦ୍ ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ ଇରାନ ସୁପ୍ରିମ୍ ଲିଡର୍, ଦ୍ୱିପାକ୍ଷିକ ସମ୍ପର୍କ ମଜଭୁତ ପାଇଁ ଦେଲେ ବାର୍ତ୍ତା।

 

୨୦-ନ୍ୟୁୟର୍କ:ପ୍ରି କ୍ବାଟରରେ ବ୍ରାଜିଲ ଓ କାନାଡା,ଆଜି ୩ଟି ମ୍ୟାଚ୍ ଖେଳାଯିବ।