April 30, 2026

ନିର୍ବାଚନ ପ୍ରଦର୍ଶନ କେନ୍ଦ୍ର ଲୋକାର୍ପିତ ….

muz
Share

 

ଗୁଣପୁର -ତା:୧୧-୦୪-୨୦୨୪ରିଖ ଦିନ ଗୁଣପୁର ସୂଚନା କେନ୍ଦ୍ର ଓ ପାଠାଗାର ପରିସରରେ ନିର୍ବାଚନ ପ୍ରଦର୍ଶନ କେନ୍ଦ୍ର ଲୋକାର୍ପିତ ହୋଇ ଯାଇଛି । ରାୟଗଡ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅନ୍ବେଷ। ହଷ୍ଟେଲ ଛାତ୍ରଙ୍କ ଦ୍ୱାରା ଫିତା କାଟି ପ୍ରଦର୍ଶନ କେନ୍ଦ୍ରର ଲୋକାର୍ପଣ କରିଥିଲେ । ଗୁଣପୁର ଉପ ଜିଲ୍ଲାପାଳ କୀରଣ ଦୀପ କୌର ସାହୋତା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ଓ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ପ୍ରତ୍ସାହନ କ୍ରମେ ରାୟଗଡ ଜିଲ୍ଲା ପାଇଁ ଆୟୋଜିତ ପ୍ରଦର୍ଶନ କେନ୍ଦ୍ର ଗୁଣପୁର ଉପ ଜିଲ୍ଲାପାଳଙ୍କ ତତ୍ୱବୋଧନରେ ଏହି କେନ୍ଦ୍ର ଲୋକାର୍ପିତ ହୋଇ ଯାଇଛି । ଭାରତ ସ୍ୱାଧୀନ ହେବା ପରଠାରୁ ହେଉଥିବା ସମସ୍ତ ନିର୍ବାଚନ କିପରି ପରିଚାଳିତ ହେଉଥିଲା ସେହି ବିଷୟ ପ୍ରଦର୍ଶନୀରର ସ୍ଥାନ ପାଇଛି । ସେଲଫି ପଇଣ୍ଟ, ସମୂହ ଦସ୍ତଖତ ବୋର୍ଡ, ଆଦିବାସୀ କୁଡ଼ିଆ ସହ ବ୍ୟବହୃତ ହେଉଥିବା ବେଲଟ ବକ୍ସ, ଲଣ୍ଠନ, ଜଉ, ଇଭିଏମ, ଭିଭିପ୍ୟାଟ ଆଦି ପ୍ରଦର୍ଶନୀରେ ସ୍ଥାନ ପାଇଛି । ଶତ ପ୍ରତିଶତ ଭୋଟଦାନ, ପୋଷ୍ଟାଲ ବ୍ୟାଲଟ ଆଦି ଉପରେ ଗୁରୁତ୍ୱ ଦେଇ ଏହି ପ୍ରଦର୍ଶନୀର ଆୟୋଜନ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର ମଧୁସୂଦନ ମାଝୀ, ସହକାରୀ ଜିଲ୍ଲାପାଳସତ୍ୟଜିତ ନାୟକ, ବିପିନ ଚନ୍ଦ୍ର ନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଜଳି ପ୍ରଧାନ, ତହସିଲଦାର ଲୀଳାବତୀ ଆଚାର୍ଜି, ଅତିରିକ୍ତ ତହସିଲଦାର ଅଂଶୁମାନ ପରିଡା, ସାମାଜିକ ସୁରକ୍ଷା ଅଧିକାଟି ଏଲ ସନ୍ତୋଷ, ମଙ୍ଗଳ ଅଧିକାରୀ ସୁରଜ ନାୟକ, ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ପ୍ରମୁଖ ଯୋଗଦେଇଥିଲେ ।(ସୁରେନ୍ଦ୍ର ମହାନ୍ତି )

You may have missed