April 30, 2026

ଜାନିଗୁଡ଼ା ଓ ଜାନିଗାଁ ରାସ୍ତା ପାଇଁ ଦାବିରଖିଲେ ଗ୍ରାମ ବାସି

IMG-20260430-WA0015
Share

ପାରଳାଖେମୁଣ୍ଡି – ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ପରିଡ଼ା ପଞ୍ଚାୟତ ର ଜାନିଗୁଡ଼ା ଓ ଜାନିଗାଁ ଏକ ପାହାଡିଆ ଆଦିବାସୀ ବହୁଳ ଗ୍ରାମ, ଏହି ଗ୍ରାମ ରହୁଥିବା ଛାତ୍ର ଛାତ୍ରୀ ବହୁ କଷ୍ଟକରୀ ବିଦ୍ୟାଳୟ କୁ ଯିବାଆସିବା କରନ୍ତି, ରାସ୍ତା ନଥିବାରୁ ରୋଗୀମାନେ ବହୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି , ମୁଖ୍ୟତଃ ଗର୍ଭବତୀ ମହିଳା ମାନେ ରାତି ଅଧରେ ରାସ୍ତା ନଥିବାରୁ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି, ଏହି ପରିପକ୍ଷେ ଆଜି ଗ୍ରାମ ବାସି ଏକତ୍ର ହୋଇ ବିଧାୟକ ରୂପେସ ପାଣିଗ୍ରାହୀ ଙ୍କ ଜରିଆରେ ମୁଖ୍ୟ ଯନ୍ତ୍ରୀ (ରାସ୍ତା) ନିର୍ମଳ ଦାସ ଙ୍କ ସହ ସାକ୍ଷାତ କରି ଲିଖିତ ଭାବେ ଜଣାଇଥିଲେ , ଓ ପାରଳାଖେମୁଣ୍ଡି ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଦିଲୀପ ବେହେରା ଙ୍କ ସହ ମଧ୍ୟ ଟେଲିଫୋନ ମାଧ୍ୟମରେ ଆଲୋଚନା କରାଯାଇଥିଲା , ମୁଖ୍ୟ ଯନ୍ତ୍ରୀ ଶ୍ରୀ ଦାସ ଏହି ରାସ୍ତା କାର୍ଯ୍ୟ ଅତି ଶୀଘ୍ର କରାଯିବ ବୋଲି ସେ ଜଣାଇଥିଲେ । ମୁଖ୍ୟ ରାସ୍ତା ଠାରୁ ଜାନିଗାଁ 5 କିଲୋମିଟର ରାସ୍ତା ନିର୍ମାଣ ହେଲେ ଶିକ୍ଷା ସ୍ବାସ୍ଥ୍ୟ ଓ ଗମନାଗମନ ର ବହୁ ସୁବିଧା ହେବବୋଲି ସ୍ଥାନୀୟ। ଲୋକେ ଜଣାଇଛନ୍ତି , ମୁଖ୍ୟ ଯନ୍ତ୍ରୀ ଙ୍କ ସାକ୍ଷାତ ସମୟରେ ବିଧାୟକ ସମେତ ସ୍ଥାନୀୟ ୱାଡ ମେମ୍ବର ଜବଲ୍ ରଇତ, ପୁର୍ବତନ ସରପଞ୍ଚ ଅପୂଲ୍ ନାୟିକା, ୱାଡ ମେମ୍ବର ଜୁସେବ ରଇତ ପ୍ରମୁଖ ଉପସ୍ଥିତ ଥିଲେ

You may have missed