May 18, 2024

ବୁଗୁଡ଼ା ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ

Share

                                                ବୁଗୁଡ଼ା : ତା ୧୧/୦୪/୨୪ : ଗତ ମାର୍ଚ୍ଚ ୩୦ ତାରିଖରେ ଅନୁଷ୍ଠିତ ବୁଗୁଡ଼ା ଓକିଲ ସଂଘର ନିର୍ବାଚନରେ ନିର୍ବାଚିତ ହୋଇଥିବା କର୍ମକର୍ତ୍ତାଗଣ ଆଜି ଶପଥ ଗ୍ରହଣ କରିଛନ୍ତି। ନବ ନିର୍ବାଚିତ ସଭାପତି ବନବାସୀ ମହାରଣା ,ଉପସଭାପତି ସରୋଜ କୁମାର ଦାଶ , ସମ୍ପାଦକ ଦୁର୍ଗା ମାଧବ ପଣ୍ଡା , ଯୁଗ୍ମ ସମ୍ପାଦକ ସିମାଞ୍ଚଳ ନନ୍ଦ ,କୋଷାଧ୍ଯକ୍ଷ କାହ୍ନୁ ଚରଣ ସାହୁ ,କାର୍ଯ୍ୟକାରୀ କମିଟି ସଦସ୍ୟ ସୁଶାନ୍ତ କୁମାର ଡାକୁଆ , ଆଶିଷ କୁମାର ରାଉତ ଓ ରବିନ୍ଦ୍ର ନାଥ ବେହେରା ପ୍ରମୁଖଙ୍କୁ ନିର୍ବାଚନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଶପଥ ପାଠ କରାଇଥିଲେ । ଏହା ପରେ କର୍ମକର୍ତ୍ତାଗଣ ବୁଗୁଡ଼ା ଓକିଲ ସଂଘର ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ ।