April 30, 2026

ପୁରୀ ରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ଆସିଛି ଶାସକ ବିଜୁ ଜନତା ଦଳ ବିରୋଧରେ….

plm0
Share

ପୁରୀ ରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ଆସିଛି ଶାସକ ବିଜୁ ଜନତା ଦଳ ବିରୋଧରେ । ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ର ପ୍ରାର୍ଥୀ ହେଇଥିବା ଉମାକାନ୍ତ ସାମନ୍ତରାୟ ଙ୍କ ବିରୋଧ ରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ ଆଣିଛି ଭାରତିୟ ଜନତା। ବିଜେପି ଅଭିଯୋଗ ଆଣିଛି ଯେ ପୁରୀ ର ଅଠରନଳା ରେ ଥିବା ମଦନ କଲ୍ୟାଣ ମଣ୍ଡପ ରେ ବ୍ରହ୍ମଗିରି ର ବିଜେଡ଼ିର ପ୍ରାର୍ଥୀ ଉମାକାନ୍ତ ସାମନ୍ତରାୟ ପୂରୀ ସଦର ବ୍ଲକ ର 11 ଟି ପଂଚାୟତ ର ସି ଆର ପି, ଏମବିକେ ଙ୍କୁ ଡକାଯାଇ ଏକ ବୈଠକ ଆୟୋଜନ କରାଯାଇଥିଲା। ନିର୍ବାଚନ ଆଚରଣ ବିଧି ଅନୁସାରେ ଏହା ସମ୍ପୂର୍ଣ ବେଆଇନ। ତେବେ ଆଗମୀ ନିର୍ବାଚନ ରେ କିଭଳି ଭୋଟର୍ ଙ୍କୁ ପ୍ରଭାବିତ କରିହେବ, କିଭଳି ଟଂକା ବଣ୍ଟନ କରିହେବ ସେ ନେଇ ବୈଠକ ବସିଥିବା ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ଅଭିଯୋଗ କରିଛନ୍ତି। ଟଂକା ବଣ୍ଟନ ପାଇଁ ଆସିଥିଲେ ମଧ୍ୟ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଏହାକୁ ଜବତ କରିନାହିଁ। ପୋଲିସ୍ ଓ ପ୍ରଶାସନ ବିଜେଡି କୁ ସମ୍ପୂର୍ଣ ସହଯୋଗ କରିଥିବା ବିଜେପି ଅଭିଯୋଗ ଆଣିଛି। ତେବେ ପୁରୀ ଜିଲା ବିଜୁ ଜନତା ଦଳ ସଭାପତି ଦିବାକର ପାତ୍ର ଏହାକୁ ଦାୟିତ୍ଵ ନେଇ ପ୍ରତ୍ୟକ୍ଷ ଭାବେ ପରିଚଳନ କରୁଥିଲେ। ହେଲେ ପୋଲିସ୍ ଓ ସ୍କ୍ୱାର୍ଡ ସବୁ ଜାଣି ମଧ୍ୟ ତାଂକୁ ପଚରାଉଚରା ନ କରିବା ଦୁର୍ଭାଗ୍ୟ ର ବିଷୟ ବୋଲି ବିଜେପି ଅଭିଯୋଗ ଆଣିଛି।ତେବେ ବିଜେଡି ନେତା ମାନେ ଖୁଲମ୍ ଖୁଲା ନିର୍ବାଚନ ଆଚରଣ ବିଧି ଉଲଘଂନ କରୁଥିବା ବେଳେ ଏହା ବିରୋଧ କଡ଼ା କାର୍ଯ୍ୟନୁଷ୍ଠାନ ନ ହେଲେ ଆଗାମୀ ଦିନ ରେ ବିଜେପି ବ୍ୟାପକ ପ୍ରତିବାଦ କରିବ ବୋଲି ପୁରୀ ଜିଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ କହିଛନ୍ତି।
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)

You may have missed