May 18, 2024

ରାଜ୍ୟ ସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ………

Share

 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ରାଜ୍ୟ ସ୍ତରିୟ ଆନ୍ତଃ ସ୍କୁଲ ଟର୍ଣ୍ଣାମେଣ୍ଟ ପାଇଁ ଜିଲ୍ଲା କ୍ରିକେଟ ଦଳ ଚୟନ ପ୍ରକ୍ରିୟା ସ୍ଥାନୀୟ ନବରଙ୍ଗପୁର ଷ୍ଟେଡିୟମ ଠାରେ ଆରମ୍ଭ ହୋଇଯାଇଛି। ଏହି ଚୟନ ପ୍ରକ୍ରିୟାରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ସଭାପତି ଦେବାଶିଷ ପଟ୍ଟନାୟକ, ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଏମ. ବାଲ କ୍ରିଷ୍ଣା, ପାପାଡାହାଣ୍ଡି ବ୍ଳକ ଉପାଧ୍ୟକ୍ଷ ସୁଶାନ୍ତ ବେହେରା, ଜିଲ୍ଲା କ୍ରିକେଟ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ତଥା ଟର୍ଫ ୱିକେଟ କ୍ୟୁରେଟର ଶ୍ରୀ ଅଶୋକ ନାୟକ ଏବଂ ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଶ୍ରୀ ଲାଲ ମହମ୍ମଦ ଖାନ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉସ୍ଛାହିତ କରିଥିଲେ। ଏହି ଚୟନ ଶିବିରରେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ବ୍ଳକ ଏବଂ ଦୁଇଟି ପୈରପାଳିକା ର ସ୍କୁଲ ସ୍ତରରୁ ଆସିଥିବା ଖେଳାଳୀ ମାନଙ୍କ ମଧ୍ୟରେ ପାଞ୍ଚ ଟି ଦଳ କରି ମ୍ୟାଚ ଖେଳାଯିବ। ଅନ ଲାଇନ୍ ସ୍କୋର ଆଧାରରେ ଖେଳାଳୀ ମାନଙ୍କ ପ୍ରଦର୍ଶନ କୁ ଦେଖି ଓଡିଶା କ୍ରିକେଟ ଏକାଡେମୀ ୨୫ ଜଣ ଖେଳାଳୀଙ୍କୁ ଚୟନ କଲାପରେ ଜିଲ୍ଲା କ୍ରିକେଟ ସଂଘ ସେହି ଖେଳାଳୀଙ୍କ ମଧ୍ୟରୁ ଚୂଡାନ୍ତ ୧୫ ଜଣଙ୍କୁ ଚୟନ କରିବ। ଏହି ଚୟନ ଶିବିରରେ ଚୂଡାନ୍ତ ଦଳ ଚୟନ କରିବାର ଦାୟିତ୍ୱ ଜିଲ୍ଲା କ୍ରିକେଟ ସଂଘର କାର୍ଯ୍ୟନିର୍ବାହୀ ସଦସ୍ୟ ଅଶୋକ ନାୟକ ଏବଂ ନବରଙ୍ଗପୁର ଜିଲ୍ଲା କ୍ରିକେଟ ଏକାଡେମୀର କୋଚ ଲାଲ ମହମ୍ମଦ ଖାନ ନିର୍ବାହ କରୁଛନ୍ତି। ମହିଳା କ୍ରିକେଟ ଦଳର ଅଜିତା ଦାସ, ରୋଇଲା ଭତରା, ସାଇ କୁମାର, ସୁବ୍ରତ ଗୋଣ୍ଡ,ଦିଲ୍ଲୀପ ବିଷୋଇ, ଜିଲ୍ଲା କ୍ରିକେଟ ସଂଘର ସଦସ୍ୟ ଶ୍ରୀ ଲମ୍ବୋଦର ସୈରା, ଦୁର୍ଯ୍ୟ ହରିଜନ ଏବଂ ଶଶାଙ୍କ ବେହେରା ଏହି ଚୟନ ପ୍ରକ୍ରିୟାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଚୂଡାନ୍ତ ଦଳ ଚୟନ ହେଲା ପରେ ଏହି ଦଳ କଟକ ଗସ୍ତ କରିବା ନେଇ ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।(ନବରଙ୍ଗପୁର ଜିଲ୍ଲା ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)