April 28, 2026
ajiro khabar
Share

 

 

୧-୨୦୩୦ ସୁଦ୍ଧା ୫୦% ଇଭି ପଞ୍ଜିକରଣ,ସବୁ ସରକାରୀ ଗାଡ଼ି ହେବ ବ୍ୟାଟେରୀ ଚାଳିତ।

 

୨-ଏଫଏମ ଛାତ୍ରୀ ମୃତ୍ୟୁ ମାମଲା: ୩୪୯ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କଲା କ୍ରାଇମବ୍ରାଞ୍ଚ।

 

୩-ଅଶାନ୍ତ ବାଣୀବିହାର, ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିବାକୁ ନେଇ କ୍ୟାମ୍ପସରେ ଉତ୍ତେଜନା।

 

୪-ନୟାପଲ୍ଲୀ:ଅପରେସନ ପ୍ରହାରରେ ଥରହର ନିଶା ବେପାରୀ, ମାଫିଆଙ୍କ ଘରେ ପୋଲିସ ବୁଲାଇଲା ବୁଲଡୋଜର।

 

୫-ବ୍ରହ୍ମପୁର:ସଫଳ ଅସ୍ତ୍ରୋପଚାର; ବୁଲା ଗାଈ ପେଟରୁ ୪୦କିଲୋ ଆବର୍ଜନା ବାହାର କଲେ ପ୍ରାଣୀ ଚିକିତ୍ସକ।

 

୬-ବାରିପଦା: ଶିମିଳିପାଳରୁ ୯ ଶିକାରୀ ଗିରଫ,୫ ଫେରାର,୭ ଦେଶୀ ବନ୍ଧୁକ ଜବତ।

 

୭-ଆଜି ସୁଭଦ୍ରା ସମୀକ୍ଷା ବୈଠକ : ବାଦ ପଡ଼ିଥିବା ହିତାଧିକାରୀଙ୍କୁ ସାମିଲ ନେଇ ହେବ ଆଲୋଚନା।

 

୮-ବଇଣ୍ଡା:୨୦ ହଜାର ଟଙ୍କା ଲାଞ୍ଚ ନେଇ କୃଷି ଅଧିକାରୀ ବିଶ୍ବନାଥ ଦାସ ଗିରଫ।

 

୯-ଆଜିଠୁ ଅଯୋଧ୍ୟା ଓ ବାରାଣସୀ ଯିବେ ବରିଷ୍ଠ ନାଗରିକ, ପ୍ରଥମ ପର୍ଯ୍ୟାୟରେ ୭୭୫ ଜଣ ଯିବେ , ସେମାନଙ୍କୁ ସହାୟତା କରିବେ ୨୫ ଜଣ ଅଧିକାରୀ।

 

୧୦-ଭୁବନେଶ୍ୱର:ଋଣ ଖିଲାପ ନାଁରେ ଆକ୍ରମଣ,ରବି ଟକିଜ୍ ପାଖ କମ୍ପାନୀ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ।

 

୧୧-ବିଜେଡ଼ି ଛାଡ଼ିଲେ ୨ ବରିଷ୍ଠ ନେତା,ଏନ୍.ଭାସ୍କର ରାଓ ଏବଂ ଲାଲ ବିହାରୀ ହିମିରିକା ବିଜେଡ଼ିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ।

 

୧୨-ପଦ୍ମପୁର: କୃଷି କାର୍ଯ୍ୟାଳୟରେ ୨୨ ଲକ୍ଷ ଚଳୁ କରି କିରାଣୀ ଗିରଫ, ପିଅନ ଫେରାର।

 

୧୩-ନବରଙ୍ଗପୁର:ଅନ୍ଧବିଶ୍ୱାସର କରୁଣ ପରିଣତି; ସାପ କାମୁଡ଼ାରେ ଗୁଣିଆ ପାଖକୁ ଗଲେ,ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ଭାଇ ଭଉଣୀଙ୍କ ଜୀବନ।

 

୧୪-ସି.ପି. ରାଧାକୃଷ୍ଣନ ଉପରାଷ୍ଟ୍ରପତି ନିର୍ବାଚିତ।ରାଧାକୃଷ୍ଣନଙ୍କୁ ୪୫୨ ଭୋଟ ମିଳିଥିବାବେଳେ ସୁଦର୍ଶନଙ୍କୁ ୩୦୦ ଭୋଟ ମିଳିଛି।

 

୧୫-ଆବୁଧାବି:ଏସିଆ କପ୍ ଉଦଘାଟନୀ ମ୍ୟାଚ୍ ରେ ଆଫଗାନିସ୍ତାନ ୯୪ ରନ୍ ରେ ଜିତିଲା।ଆଜି ଭାରତ ୟୁଏଇ ମୁକାବିଲା।

 

୧୬-ବନ୍ୟା ଏବଂ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୋଦୀ।ହିମାଚଳ ପାଇଁ ମୋଦୀଙ୍କ ବଡ଼ ଘୋଷଣା: ଆକାଶ ମାର୍ଗରୁ ସର୍ଭେ ପରେ, ୧୫୦୦ କୋଟି ଘୋଷଣା।

 

୧୭-ଭାଙ୍ଗିଲା ସବୁ ରେକର୍ଡ, କିଛି ଦିନ ପୂର୍ବରୁ ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ମଙ୍ଗଳବାର ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧ ଲକ୍ଷ ଟଙ୍କା ଅତିକ୍ରମ କରିଛି।

 

୧୮-ସୋସିଆଲ ମିଡ଼ିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର।

 

୧୯-ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା: ଭାଙ୍ଗିଲା ସରକାର।

 

୨୦-ଶ୍ରୀଲଙ୍କାରୁ ପାକିସ୍ତାନ-ବାଂଲାଦେଶରୁ ନେପାଳ, ସବୁଠି ରାଜନୈତିକ ଅସ୍ଥିରତା।ଅର୍ଥନୈତିକ ସଙ୍କଟ, ଧାର୍ମିକ କାରଣ, ରାଜନୈତିକ ଅସ୍ଥିରତା ଏହାର ପ୍ରମୁଖ କାରଣ।