April 28, 2026

ସମାଜସେବୀ ଆଶ୍ରିତା ତରେଇଙ୍କ ପକ୍ଷରୁ ଅନୁଷ୍ଠିତ ହେଲା ରକ୍ତଦାନ ଶିବିର

IMG-20250910-WA0000
Share

 

 

ବାଲେଶ୍ଵର:- ସମାଜସେବୀ ଆଶ୍ରିତା ତରେଇଙ୍କ ପକ୍ଷରୁ ଏକ ରକ୍ତଦାନ ଶିବିର ମେଡିକାଲ ପରିସର ରକ୍ତ ଭଣ୍ଡାର ଠାରେ ଅନୁଷ୍ଠିତ ହୋଇଯାଇଛି। ବସ୍ତା ବିଧାୟିକା ସୁବାସିନୀ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦଘାଟନ କରିବା ସହିତ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଆଶ୍ରିତା ତରାଇଙ୍କ ଏହିଭଳି କାର୍ଯ୍ୟକୁ ପ୍ରଶଂସା କରିଥଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ରକ୍ତର ବିକଳ୍ପ ନାହିଁ ରକ୍ତ ଦାନ ମହତ ଦାନ। ଏହି ଭଳି ଶିବିର ଆୟୋଜନ କରିଥିବାରୁ ଆୟୋଜକ ଶ୍ରୀମତୀ ତରେଇଙ୍କୁ ସାଧୁବାଦ ଜଣାଇଥିଲେ। ରଶ୍ମିରେଖା ଦେବ, କବି ପ୍ରଶାନ୍ତ ଦାସ ,ଅଭୟ ଦାସ ,ଯୁବନେତା ବିକ୍ରମ ପଣ୍ଡା,ବରଦା ପ୍ରସନ୍ନ ପଟ୍ଟନାୟକ, ଶ୍ରୀକାନ୍ତ ମାଝୀ ସାହିରୁଲ୍ ହକ୍, ଅସିତ ଦାଶ, ସିମନ ଦାଶ ମହାପାତ୍ର ,ସନ୍ଦୀପ୍ତ ଦାସ ,ହ୍ରିତିକ୍ ନାୟକ, ଭାରତ ଭୂଷଣ ଦାସ, ମନୋଜ୍ ପୋଦାର ,ରାଜେନ୍ଦ୍ର ଦାସ, ସତ୍ୟନ୍ଦ୍ର ଦାସ ,ଜୀବନ ସଂଗ୍ରାମ ମିଶ୍ର ,ଲମ୍ବୁଧର ବେହେରା, ସଞ୍ଜୟ ସେଠି, ଦୀଲଦାର ହୁସେନ ପ୍ରମୁଖଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏହି ଶିବିରରେ ଯୋଗ ଦେଇ ରକ୍ତଦାତାଙ୍କ ଉତ୍ସାହିତ କରିବା ସହ ଶ୍ରୀମତୀ ତରେଇଙ୍କ ଏହି ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ତାଙ୍କୁ ପ୍ରଶଂସା କରିବା ସହିତ ଏହି ଭଳି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କୁ ପ୍ରେରଣା ଦେବ ବୋଲି ସେମାନେ କହିଥିଲେ। ଆଶ୍ରିତା ତରାଇ ଏହି କାର୍ଯ୍ୟକ୍ରମରେ ପୌରହିତ କରିବା ସହିତ ରକ୍ତ ଦାନ ଏକ ମହତ ଦାନ ଗୋଟିଏ ରକ୍ତ ଗୋଟିଏ ଜୀବନ ବଞ୍ଚାଇ ପାରିବ। ବାଲେଶ୍ୱର ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଲକ୍ଷ କରି ଏହିଭଳି ରକ୍ତ ଦାନ ଶିବିର ଆୟୋଜନ କରିଛନ୍ତି ବୋଲି ଶ୍ରୀମତୀ ତରେଇ କହିଛନ୍ତି। ଶିବିର ଶେଷ ସୁଦ୍ଧା ମୋଟ୍ ୬୬ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଶ୍ରୀମତୀ ତରେଇଙ୍କ ବହୁତ ଶୁଭେଛୁ ଏବଂ ତାଙ୍କ ପରିବାର ଲୋକଙ୍କ ସହ ବହୁ ମହିଳାମାନେ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରଥିଲେ।